Advertisment

ନୃତ୍ୟ-ସଙ୍ଗୀତର ଅପୂର୍ବ ମିଳନ:  ‘ଗୀତଗୋବିନ୍ଦ’ ସହିତ କୁଚିପୁଡ଼ି ନୃତ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏଥିରେ ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀ ଗୀତଗୋବିନ୍ଦ ଗାନ କରିଥିବା ବେଳେ ବୈଜୟନ୍ତୀ କାସୀ ଓ ପ୍ରତୀକ୍ଷା କାସୀ କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ। ଯାହାକୁ ଉପସ୍ଥିତ ଲୋକେ ମନ ଭରି ଉପଭୋଗ କରିଥିଲେ। ଆଜି ସନ୍ଧ୍ୟାର ପ୍ରଥମ ଅର୍ଘ୍ୟ ଥିଲା ‘ଗୀତଗୋବିନ୍ଦ’। ଯାହାକୁ ଓଡ଼ିଶୀ ନୃତ୍ୟ ବିଶାରଦା ସଂଯୁକ୍ତା ପାଣିଗ୍ରାହୀ ଓ ସୁରମଣି ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସୁପୁତ୍ର […]

author-image
Manoranjan Sial
ଅଦ୍ୟତନ ହୋଇଛି
ନୃତ୍ୟ-ସଙ୍ଗୀତର ଅପୂର୍ବ ମିଳନ:  ‘ଗୀତଗୋବିନ୍ଦ’ ସହିତ କୁଚିପୁଡ଼ି ନୃତ୍ୟ

Guru-Kelucharan-Mohapatra-Odissi-Nrityabasa

 ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ଏଥିରେ ଖ୍ୟାତିସମ୍ପନ୍ନ କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀ ଗୀତଗୋବିନ୍ଦ ଗାନ କରିଥିବା ବେଳେ ବୈଜୟନ୍ତୀ କାସୀ ଓ ପ୍ରତୀକ୍ଷା କାସୀ କୁଚିପୁଡ଼ି ନୃତ୍ୟ ପରିବେଷଣ କରିଥିଲେ। ଯାହାକୁ ଉପସ୍ଥିତ ଲୋକେ ମନ ଭରି ଉପଭୋଗ କରିଥିଲେ।
Advertisment
ଆଜି ସନ୍ଧ୍ୟାର ପ୍ରଥମ ଅର୍ଘ୍ୟ ଥିଲା ‘ଗୀତଗୋବିନ୍ଦ’। ଯାହାକୁ ଓଡ଼ିଶୀ ନୃତ୍ୟ ବିଶାରଦା ସଂଯୁକ୍ତା ପାଣିଗ୍ରାହୀ ଓ ସୁରମଣି ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ସୁପୁତ୍ର ତଥା ସୁମଧୁର କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀ ପରିବେଷଣ କରିଥିଲେ। ଯାହା ଥିଲା ଅତ୍ୟନ୍ତ ମର୍ମସ୍ପର୍ଶୀ। ଗୀତ ପରିବେଷଣ ବେଳେ ଉପସ୍ଥିତ ଶ୍ରୋତାଙ୍କ କରତାଳିରେ ଫାଟିପଡ଼ି ଥିଲା ମଞ୍ଚ।  
publive-imageଦ୍ୱିତୀୟ ସନ୍ଧ୍ୟାରେ ବୈଜୟନ୍ତୀ କାସୀ ଓ ପ୍ରତୀକ୍ଷା କାସୀ କୁଚିପୁଡ଼ିର ଯୁଗ୍ମ ନୃତ୍ୟ ପରିବେଷଣ କରିଥିଲେ। ସେମାନଙ୍କର ପ୍ରଥମ ପ୍ରସ୍ତୁତି ନୃସିଂହ ଓ ପ୍ରହଲ୍ଲାଦଙ୍କ କାହାଣୀ ଉପରେ ଆଧାରିତ ଥିଲା।
Advertisment
ଉତ୍ସବର ଅତିଥି ଭାବେ ଭାରତୀୟ ବିଦ୍ୟା ଭବନର ଉପାଧ୍ୟକ୍ଷ ଡ଼. ଏସ.କେ. ତାମୋଟିଆ, କ୍ରାଉନ୍‌ ହୋଟେଲର ଉପାଧ୍ୟକ୍ଷ ଏ.କେ. ତାଲୁକଦାର, ପ୍ରିୟଦର୍ଶିନୀ ହସ୍ତତନ୍ତର ଲଲାଟେନ୍ଦୁ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ସୃଜନର ନିଦ୍ଦେର୍ଶକ ଗୁରୁ ରତିକାନ୍ତ ମହାପାତ୍ର ଉତ୍ସବର ପରିଚାଳନା କରିଥିଲେ।