/odisha-reporter/media/post_attachments/uploads/2022/05/Kill.jpg)
Kill
କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ସଦର ଥାନା ଅନ୍ତର୍ଗତ କୋରାପୁଟ-ଜୟପୁର ଜାତୀୟ ରାଜପଥର ଡବଲ ବ୍ରିଜ୍ ନିକଟ ମାଛରାକୁ ଯିବା ରାସ୍ତାର ଛକ ପାର୍ଶ୍ୱରେ ଜଣେ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହକୁ ଆଜି ପୁଲିସ ଜବତ କରିଛି। ମୃତଦେହ ନିକଟରୁ ଏକ ରକ୍ତରଞ୍ଜିତ ପଥର ମିଳିଛି। ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଛି।
Advertisment
କେହି ଦୁର୍ବୃତ୍ତ ଏହି ଯୁବକଙ୍କୁ ହତ୍ୟା କରିବା ପରେ ମୃତଦେହକୁ ପୋଡି ଦେଇ ଏଠାରେ ଫୋପାଡ଼ିଦେଇ ଥିବା ଅନୁମେୟ ହେଉଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ହିଁ ଏହି ଘଟଣା ର ବାସ୍ତବ ତଥ୍ୟ ଜଣାପଡ଼ିବ ବୋଲି କୋରାପୁଟ ଏସଡିପିଓ ମନୋଜ କୁମାର ପୂଜାରୀ କହିଛନ୍ତି। ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ।
ତେବେ ଗତ କିଛି ମାସ ମଧ୍ୟରେ କୋରାପୁଟ ଜିଲ୍ଲାରେ ହତ୍ୟାକାଣ୍ଡ ଘଟଣା ବୃଦ୍ଧି ପାଇବା ସାଧାରଣରେ ଉଦବେଗର ବିଷୟ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
