Advertisment

ଡିଏସପିଙ୍କୁ ଗାଡି ମଡାଇ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ: ହରିୟାଣା ନୁହଁ ଜିଲ୍ଲା ଡିଏସପିଙ୍କୁ ଗାଡି ମଡାଇ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିଷ୍ପତ୍ତି ହୋଇଛି।  ଏହା କହିଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ୍ । ଏଥିସହ ମାଫିଆମାନେ ଯେଉଁଭଳି ଭାବେ ଖଣିଖାଦାନ ଅଞ୍ଚଳରୁ ବେନିୟମ ଭାବେ ଲୁଟ୍ କରିଚାଲିଛନ୍ତି ସେନେଇ ମଧ୍ୟ ବିଚାରବିଭାଗୀୟ  ତଦନ୍ତ ହେବ। ଏହାରି ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।  ଗାଡି ମଡାଇବା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବାରୁ ପୁଲିସ ୧୦ଟି ସ୍ଥାନରେ ଚଢଉ […]

author-image
Tapas Behera
ଡିଏସପିଙ୍କୁ ଗାଡି ମଡାଇ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିଷ୍ପତ୍ତି

nuh-murders-dsp

ନୂଆଦିଲ୍ଲୀ: ହରିୟାଣା ନୁହଁ ଜିଲ୍ଲା ଡିଏସପିଙ୍କୁ ଗାଡି ମଡାଇ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିଷ୍ପତ୍ତି ହୋଇଛି।  ଏହା କହିଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ୍ । ଏଥିସହ ମାଫିଆମାନେ ଯେଉଁଭଳି ଭାବେ ଖଣିଖାଦାନ ଅଞ୍ଚଳରୁ ବେନିୟମ ଭାବେ ଲୁଟ୍ କରିଚାଲିଛନ୍ତି ସେନେଇ ମଧ୍ୟ ବିଚାରବିଭାଗୀୟ  ତଦନ୍ତ ହେବ। ଏହାରି ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।  ଗାଡି ମଡାଇବା ପରେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବାରୁ ପୁଲିସ ୧୦ଟି ସ୍ଥାନରେ ଚଢଉ କରିଥିଲା। ଅଭିଯୁକ୍ତ ଜଣଙ୍କ ବାରମ୍ବାର ସ୍ଥାନ ପରିବର୍ତ୍ତନ କରୁଥିବାରୁ ତାକୁ ଧରିବା ପାଇଁ ପୋଲିସ ପାଇଁ ବଡ ଚ୍ୟାଲେଂଜ ଥିଲା ।

Advertisment

ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ସର୍ଚ୍ଚ ଅପରେସନ୍ ଚାଲିଥିଲା।  ଗତ ତିନି ଦିନ ତଳେ ହରିୟାଣା ନୁହଁ ଜିଲ୍ଲା ଜିଲ୍ଲା ମେବାତରେ ବାଲି ମାଫିଆ ଜଣେ ଡିଏସ୍ପିଙ୍କୁ ହତ୍ୟା କରିଥିଲେ  । ବାଲି ମାଫିଆଙ୍କୁ ଧରିବାକୁ ଯାଇଥିବା ବେଳେ ଡିଏସ୍ପି ସୁରେନ୍ଦ୍ର ସିଂ ବିଷ୍ଣୋୟୀଙ୍କ ଉପରେ ଗାଡି ମଡାଇ ଦେଇଥିଲେ ।  ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।   ଘଟଣାକୁ ଅତି ଗୁରୁତର ସହ ନେଇଛି ହରିୟାଣା ପୋଲିସ୍।