Advertisment

ଘରେ ଲାଗିଛି ଦୁଇଟି ବଲ୍‌ବ ଓ ଫ୍ୟାନ୍‌: ବିଲ୍‌ ଆସିଛି ଅଢ଼େଇ ଲକ୍ଷ ଟଙ୍କା

ଫତେହାବାଦ୍: ନାଁ ତାଙ୍କର ପ୍ରେମ କୁମାର। ବୃତ୍ତିରେ ସେ ଜଣେ ଚିତ୍ରକର। କାମଦାମ କରି ଦିନକୁ ୩୦୦ ଟଙ୍କା ରୋଜଗାର କରନ୍ତି। ଘରେ ସେ ଦୁଇଟି ଫ୍ୟାନ୍‌ ଓ ଦୁଇଟି ବଲବ୍‌ ବ୍ୟବହାର କରନ୍ତି। ଜଣେ ଦିନ ମଜୁରିଆ ଭାବେ ଜୀବନ ବିତାଉ ଥିବା ପ୍ରେମକୁମାରଙ୍କ ଘରକୁ ଆସିଥିବା ବିଜୁଳି ବିଲ୍‌ କେଉଁ ଶିଳ୍ପ ସଂସ୍ଥାଠାରୁ କମ୍‌ ନୁହଁ। ଯାହାକୁ ଦେଖି ଯେ କେହି ବି ତଟକା ହୋଇଯିବ। କାରଣ ପ୍ରେମକୁମାରଙ୍କ ଘରକୁ ଆସିଛି ଅଢ଼େଇ ଲକ୍ଷ […]

author-image
Tapas Behera
ଅଦ୍ୟତନ ହୋଇଛି
କେନ୍ଦ୍ରକୁ ଘାରିଛି ବ୍ଲାକଆଉଟ୍‌ ଚିନ୍ତା, କ’ଣ କହିଲେ କୋଇଲା ମନ୍ତ୍ରୀ

dim-light-bulb-680x360

ଫତେହାବାଦ୍: ନାଁ ତାଙ୍କର ପ୍ରେମ କୁମାର। ବୃତ୍ତିରେ ସେ ଜଣେ ଚିତ୍ରକର। କାମଦାମ କରି ଦିନକୁ ୩୦୦ ଟଙ୍କା ରୋଜଗାର କରନ୍ତି। ଘରେ ସେ ଦୁଇଟି ଫ୍ୟାନ୍‌ ଓ ଦୁଇଟି ବଲବ୍‌ ବ୍ୟବହାର କରନ୍ତି। ଜଣେ ଦିନ ମଜୁରିଆ ଭାବେ ଜୀବନ ବିତାଉ ଥିବା ପ୍ରେମକୁମାରଙ୍କ ଘରକୁ ଆସିଥିବା ବିଜୁଳି ବିଲ୍‌ କେଉଁ ଶିଳ୍ପ ସଂସ୍ଥାଠାରୁ କମ୍‌ ନୁହଁ। ଯାହାକୁ ଦେଖି ଯେ କେହି ବି ତଟକା ହୋଇଯିବ। କାରଣ ପ୍ରେମକୁମାରଙ୍କ ଘରକୁ ଆସିଛି ଅଢ଼େଇ ଲକ୍ଷ ଟଙ୍କାର ବିଜୁଳି ବିଲ୍‌। ହରିୟାଣାର ଫତେହବାଦରେ ରହୁଥିବା ପ୍ରେମକୁମାର ଏହି ବିଜୁଳି ବିଲ ଦେଖି ତାଙ୍କ ନିଜ ହଜିଯାଇଛି। ଗତ ୬ ମାସରେ ବକେୟା ମିଶାଇ ଆସିଛି ଅଢ଼େଇ ଲକ୍ଷ ଟଙ୍କାର ବିଲ୍‌। ସବୁଠୁ ଆଶ୍ଚର୍ଯ୍ୟଜନକର ବିଷୟ ହେଉଛି ପ୍ରେମ ଏକ କୁଡ଼ିଆ ଘରେ ରୁହନ୍ତି ।

Advertisment

ଚଳିବା ପାଇଁ ସେ ମାତ୍ର ଦୁଇଟି ଫ୍ୟାନ୍‌ ଓ ବଲ୍‌ବ ବ୍ୟବହାର କରନ୍ତି। କିନ୍ତୁ ତାଙ୍କ ଘରକୁ ଯେଉଁ ବିଲ୍‌ ଆସିଛି଼ ତାହା କଳ୍ପନା ବାହାରେ। ଏବେ ସେ ଏହି ବିଲକୁ ନେଇ ସ୍ଥାନୀୟ ବିଜୁଳି ଅଫିସରେ ଚକ୍କର କାଟୁଛନ୍ତି। ଅତ୍ୟଧିକ ପରିମାଣରେ ଆସିଥିବା ବିଜୁଳି ବିଲକୁ ସଂଶୋଧନ ପାଇଁ ସେ ନିବେଦନ କରିଛନ୍ତି । କିନ୍ତୁ ବିଭାଗ ପକ୍ଷରୁ ତାଙ୍କୁ ସାହାଯ୍ୟ କରାଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରଶାସନିକସ୍ଥରରୁ ନିରାଶ ହେବା ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ସେ ଭୋଗୁଥିବା ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ଆସିଥିବା ବିଜୁଳି ବିଲକୁ ସଂଶୋଧନ ପାଇଁ ବିଜୁଳି ବିଭାଗ କୌଣସି ପଦକ୍ଷେପ ନେଉ  ନଥିବା ସେ ଅଭିଯୋଗ କରିଛନ୍ତି।

ପ୍ରେମ କୁମାର କହିଛନ୍ତି ଯେ, ମୁଁ ଜଣେ ଚିତ୍ରକର ଭାବେ ଦିନକୁ ୩୦୦ ଟଙ୍କା କମାଏ।  ମୋ ଘରେ ଦୁଇଟି ବଲ୍‌ବ ଏବଂ ଦୁଇଟି ଫ୍ୟାନ୍ ଲାଗିଛି । ମୋ ପରିବାର ଲୋକେ ରେଫ୍ରିଜରେଟର କିମ୍ବା କୋଲର ମଧ୍ୟ ବ୍ୟବହାର କରନ୍ତି ନାହିଁ। ସାଧାରଣତଃ ମାସିକ ୩୦୦ରୁ୪୦୦ ଟଙ୍କା ମଧ୍ୟରେ ବିଜୁଳି ବିଲ୍‌ ଆସେ। ଯାହାକୁ ମୁଁ ଟାଇମରେ ପୈଠ କରିଦିଏ। କିନ୍ତୁ ଗତ ୬ ମାସ ହେଲା ବିଜୁଳି ବିଭାଗ ମୋତେ ଦୁଇ-୩ଟି ବିଲ ଦେଇଛି। ଯାହାକୁ ଏବେ ବିଶାଇ ଅଢ଼େଇ ଲକ୍ଷ ଟଙ୍କା ହୋଇଯାଇଛି। ମୋତେ ଏହି ବିଲ ଭରିବା ପାଇଁ ବାଧ୍ୟ କରାଯାଇଛି। ମୁଁ କାହିଁକି ପୈଠ କରିବି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment