Advertisment

ଛାତ୍ରୀଙ୍କ ଭିଡ଼ିଓ କରୁଛନ୍ତି ପ୍ରଧାନଶିକ୍ଷକ, ସ୍କୁଲ ଆଗରେ ଧାରଣା

ଭଦ୍ରକ(ପାର୍ଥସାରଥୀ ନାୟକ): ଝିଅ ପିଲାମାନଙ୍କୁ କୋଠରୀ ଭିତରେ ବନ୍ଦ କରିଦେଇ ଘଣ୍ଟାଘଣ୍ଟା ନଚାଉ ଛନ୍ତି। ନାଚ ଦେଖିବା ସହ ନଚାଇବା ବେଳର ଭିଡ଼ିଓ କରୁଛନ୍ତି। ଛାତ୍ରୀମାନେ ପ୍ରତିବାଦ କଲେ ଅସଦାଚରଣ କରୁଛନ୍ତି। ଡ୍ରିଲ କ୍ଲାସ, ପ୍ୟାରେଡ୍ କ୍ଲାସ୍ ଓ ପ୍ରାର୍ଥନା କ୍ଲାସ୍‌ରେ ମଧ୍ୟ ଏଭଳି ଭିଡ଼ିଓ କରୁଛନ୍ତି। ପ୍ରଧାନଶିକ୍ଷକ ଏଭଳି କଳା କାରନାମା ଚଳାଇଛନ୍ତି। ଏଭଳି ଅଭିଯୋଗ କରିବା ସହ ତାଙ୍କୁ ତୁରନ୍ତ ସ୍କୁଲରୁ ହଟାଇବାକୁ ଦାବି କରି ଧାରଣା ଦେଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ। ଆଜି ଭଦ୍ରକ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଛାତ୍ରୀଙ୍କ ଭିଡ଼ିଓ କରୁଛନ୍ତି ପ୍ରଧାନଶିକ୍ଷକ, ସ୍କୁଲ ଆଗରେ ଧାରଣା

school-student

ଭଦ୍ରକ(ପାର୍ଥସାରଥୀ ନାୟକ): ଝିଅ ପିଲାମାନଙ୍କୁ କୋଠରୀ ଭିତରେ ବନ୍ଦ କରିଦେଇ ଘଣ୍ଟାଘଣ୍ଟା ନଚାଉ ଛନ୍ତି। ନାଚ ଦେଖିବା ସହ ନଚାଇବା ବେଳର ଭିଡ଼ିଓ କରୁଛନ୍ତି। ଛାତ୍ରୀମାନେ ପ୍ରତିବାଦ କଲେ ଅସଦାଚରଣ କରୁଛନ୍ତି। ଡ୍ରିଲ କ୍ଲାସ, ପ୍ୟାରେଡ୍ କ୍ଲାସ୍ ଓ ପ୍ରାର୍ଥନା କ୍ଲାସ୍‌ରେ ମଧ୍ୟ ଏଭଳି ଭିଡ଼ିଓ କରୁଛନ୍ତି। ପ୍ରଧାନଶିକ୍ଷକ ଏଭଳି କଳା କାରନାମା ଚଳାଇଛନ୍ତି। ଏଭଳି ଅଭିଯୋଗ କରିବା ସହ ତାଙ୍କୁ ତୁରନ୍ତ ସ୍କୁଲରୁ ହଟାଇବାକୁ ଦାବି କରି ଧାରଣା ଦେଇଛନ୍ତି ସ୍କୁଲ ଛାତ୍ରଛାତ୍ରୀ। ଆଜି ଭଦ୍ରକ ବ୍ଲକ ଅଧୀନ ବରପଦା ନୋଡ଼ାଲ ଉପ୍ରା ବିଦ୍ୟାଳୟ ଓ ଡିଏଏସ୍ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି।

Advertisment

ବିଦ୍ୟାଳୟର ପ୍ରଧାନଶିକ୍ଷକ ମୁକ୍ତିକାନ୍ତ ମହାନ୍ତିଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ଉତ୍ତେଜନା ପ୍ରକାଶ ପାଇବା ପରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ ନାୟକ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଏହି ପ୍ରଧାନଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରଧାନଶିକ୍ଷକଙ୍କୁ ନ ହଟାଇବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଛାତ୍ରଛାତ୍ରୀମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଛାତ୍ରଛାତ୍ରୀମାନେ ଧାରଣା ଦେଉଥିବା ଜାଣି ପ୍ରଧାନଶିକ୍ଷକ ସ୍କୁଲ ଆସି ନ ଥିଲେ।

ଛାତ୍ରୀ ରୋଜାଲିନ ବାରିକ କହିଛନ୍ତି, ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅସଦ ବ୍ୟବହାରରେ ଅତିଷ୍ଠ ହୋଇ ସେମାନେ ଧାରଣା ଦେଉଛନ୍ତି। ସେ ଝିଅ ପିଲାମାନଙ୍କୁ ନଚାଇବା ସହ ବିଭିନ୍ନ କ୍ଲାସରେ ଭିଡ଼ିଓ କରୁଛନ୍ତି। ପ୍ରତିବାଦ କଲେ ଏହା ଅଫିସ୍ ଅର୍ଡର ବୋଲି କହୁଛନ୍ତି। ଏନେଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରତିବାଦ କଲେ ମଧ୍ୟ ସେ ଶୁଣୁ ନାହାନ୍ତି। ଓଲଟା ଛାତ୍ରଛାତ୍ରୀଙ୍କ ଆଗରେ ସେମାନଙ୍କୁ ମଧ୍ୟ ଗାଳି ଦେଉଛନ୍ତି। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଧମକ ଦେଉଛନ୍ତି। ଏନେଇ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ପିଲାଙ୍କ ସୁରକ୍ଷା ନିମନ୍ତେ ସେମାନେ କୌଣସି ଠୋସ୍ ପଦକ୍ଷେପ ନିଆଯାଉନାହିଁ। ଫଳରେ ପ୍ରଧାନଶିକ୍ଷକ ବାରମ୍ବାର ଛାତ୍ରୀମାନଙ୍କ ସହ ଅସଭ୍ୟ ବ୍ୟବହାର କରୁଛନ୍ତି। ତେଣୁ ସେମାନେ ଏହି ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Advertisment

ଏନେଇ ଛାତ୍ର ବାଦଲ ଜେନା କହିଛନ୍ତି, ପ୍ରଧାନଶିକ୍ଷକ ସର୍ବଦା ଛାତ୍ରୀମାନଙ୍କ ସହ ଅସଭ୍ୟ ବ୍ୟବହାର କରୁଛନ୍ତି। ଗତ ଗଣେଶ ପୂଜା ଦିନ ସେ ଛାତ୍ରମାନଙ୍କୁ ଗେଟ୍ ବାହାରକୁ ବାହାର କରିଦେବା ପରେ ଛାତ୍ରୀମାନଙ୍କୁ ଏକ ଶ୍ରେଣୀ ଗୃହରେ ବନ୍ଦ କରିଦେଇ ନାଚ କରିବାକୁ କହିଥିଲେ। ପୂର୍ବାହ୍ନରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସେ ଛାତ୍ରୀମାନଙ୍କୁ ନଚାଇଥିଲେ। ଏହାର ଭିଡ଼ିଓ କରିଥିଲେ। ସ୍କୁଲରେ ବୈଠକ କରିବାକୁ ଘରଟିଏ ନ ଥିବା ବେଳେ ଏଠାରେ ଝିଅ ପିଲାଙ୍କୁ ନଚାଇବାକୁ ହଲ୍ ଦଖଲ କରାଯାଉଛି। ଡ୍ରିଲ କ୍ଲାସ୍, ପ୍ୟାରେଡ୍ କ୍ଲାସରେ ବି ସେ ଭିଡ଼ିଓ କରୁଛନ୍ତି। ପିଲାମାନେ ସ୍କୁଲକୁ ଆସୁଥିବା ବହି ପଢ଼ିବାକୁ ମାଗିଲେ, ସେ ପଡ଼ିଆ ସଫା କରିବା ପରେ ଦେବେ ବୋଲି କହୁଛନ୍ତି। ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଏନେଇ ପ୍ରତିବାଦ କଲେ ମଧ୍ୟ ପ୍ରଧାନଶିକ୍ଷକ ଶୁଣୁ ନାହାନ୍ତି। ତେଣୁ ତାଙ୍କୁ ତୁରନ୍ତ ଏଠାରୁ ହଟାଇବା ଦାବିରେ ଧାରଣା ଦିଆଯାଉଛି।

ଏନେଇ ସହକାରୀ ଶିକ୍ଷୟତ୍ରୀ ସ୍ୱର୍ଣ୍ଣପ୍ରଭା ମହାକୁଡ କହିଛନ୍ତି, ପ୍ରଧାନଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ କରିବା ନେଇ ସେମାନେ ଜାଣିବା ପରେ ଏ ବାବଦରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ। ଗତ ଶୁକ୍ରବାର ମଧ୍ୟ ସେ ସମାନ କାଣ୍ଡ କରିଥିଲେ। ଏବାବଦରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଯାହା ପରେ ପ୍ରଧାନଶିକ୍ଷକଙ୍କୁ ଏଭଳି ନ କରିବାକୁ ଉପରିସ୍ଥ ଅଧିକାରୀ ଚେତାବନୀ ଦେଇଥିଲେ। ହେଲେ ଆଜି ଛାତ୍ରଛାତ୍ରୀମାନେ ଏଭଳି ଅସଦାଚରଣକୁ ବିରୋଧ କରି ଧାରଣାରେ ବସିବା ପରେ ସିଆରସିସିଙ୍କୁ ଅବଗତ କରାଯାଇଥିଲା।

ସୂଚନାଯୋଗ୍ୟ ଯୋଗ୍ୟ, ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ମହାନ୍ତି ପୂର୍ବରୁ ଚରମ୍ପା ଆରସିବିଏଲ ସ୍କୁଲରେ ପ୍ରଧାନଶିକ୍ଷକ ଦାୟିତ୍ୱର ଥିବା ବେଳେ ଅଫିସିଆଲ ହ୍ୱାଟସ୍ ଆପ୍‌ରେ ଅଶ୍ଳୀଳ ଭିଡିଓ ପଠାଇ ହଟହଟା ହୋଇଥିଲେ।  ଏବେ ଏଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ  ଦୁର୍ବ୍ୟବହାର କରିବା ନେଇ ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।