ଛେଳି କ୍ଷୀର ପିଅନ୍ତୁ ସୁସ୍ଥ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷୀର ଶରୀର ପାଇଁ ଖୁବ୍‌ ଉପକାରୀ। ଏଥିରେ କ୍ୟାଲ୍‌ସିୟମ୍‌ ଓ ପ୍ରୋଟିନ୍‌ ପ୍ରଚୁର ପରିମାଣରେ ଥାଏ।  ଶାରିରୀକ ବିକାଶ ଓ ହାଡ଼ ମଜବୁତ୍‌ ପାଇଁ  କ୍ଷୀର ପିଇବା ଅତ୍ୟନ୍ତ ଆବଶ୍ୟକ ବୋଲି ଡାକ୍ତର କହିଥାନ୍ତି।  କିନ୍ତୁ ଜାଣିଛନ୍ତି ଗାଈ କ୍ଷୀର ଅପେକ୍ଷା ଛେଳି କ୍ଷୀର ଅଧିକ ଉପକାରୀ। ଏଥିରେ ଗାଈ କ୍ଷୀର ଅପେକ୍ଷା ଅଧିକ ପୌଷ୍ଠିକ ତତ୍ତ୍ୱ ଥାଏ।  ତେବେ ଚାଲନ୍ତୁ ଜାଣିବା ଛେଳି କ୍ଷୀରର କ’ଣ ସବୁ ଉପକାରିତା ଅଛି। ଭିଟାମିନ୍‌: ଛେଳି […]

go

Mihir Pattnayak
  • Published: Sunday, 07 October 2018
  • , Updated: 07 October 2018, 06:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷୀର ଶରୀର ପାଇଁ ଖୁବ୍‌ ଉପକାରୀ। ଏଥିରେ କ୍ୟାଲ୍‌ସିୟମ୍‌ ଓ ପ୍ରୋଟିନ୍‌ ପ୍ରଚୁର ପରିମାଣରେ ଥାଏ।  ଶାରିରୀକ ବିକାଶ ଓ ହାଡ଼ ମଜବୁତ୍‌ ପାଇଁ  କ୍ଷୀର ପିଇବା ଅତ୍ୟନ୍ତ ଆବଶ୍ୟକ ବୋଲି ଡାକ୍ତର କହିଥାନ୍ତି।  କିନ୍ତୁ ଜାଣିଛନ୍ତି ଗାଈ କ୍ଷୀର ଅପେକ୍ଷା ଛେଳି କ୍ଷୀର ଅଧିକ ଉପକାରୀ।

ଏଥିରେ ଗାଈ କ୍ଷୀର ଅପେକ୍ଷା ଅଧିକ ପୌଷ୍ଠିକ ତତ୍ତ୍ୱ ଥାଏ।  ତେବେ ଚାଲନ୍ତୁ ଜାଣିବା ଛେଳି କ୍ଷୀରର କ’ଣ ସବୁ ଉପକାରିତା ଅଛି।

ଭିଟାମିନ୍‌: ଛେଳି କ୍ଷୀରରେ କ୍ୟାଲ୍‌ସିୟମ୍‌, ପ୍ରୋଟିନ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌, ଭିଟାମିନ୍‌ ଏ, ଭି ୨, ସି ଓ ଡି ପ୍ରଚୁର ପରିମାଣରେ ଥାଏ।

ହାର୍ଟ ପାଇଁ ଉପକାରୀ: ଛେଳିକ୍ଷୀରରେ ମ୍ୟାଗ୍ନେସିୟମ୍‌  ଥାଏ। ଏହା ଏମିତି ଏକ ପୋଷକତତ୍ତ୍ୱ ଯାହା ହୃତ୍‌ସ୍ପନ୍ଦନକୁ ସୂଚାର ରୂପେ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏହା ରକ୍ତରେ ମଇଳା ଜମିବାକୁ ଦିଏନାହିଁ। ଏହି କ୍ଷୀର ପିଇବା ଦ୍ୱାରା କୋଲେଷ୍ଟୋଲ୍‌ ବଢ଼ିବା ଆଶଙ୍କା କମ୍‌ ହୋଇଯାଇଥାଏ। ଏହା ଦ୍ୱାରା ଶରୀରକୁ ଖୁବ୍‌ ଶକ୍ତି ମଧ୍ୟ ମିଳିଥାଏ।

ମୋଟାପା ରୋକିଥାଏ: ଛେଳି କ୍ଷୀରରୁ ମିଳୁଥିବା ତତ୍ତ୍ୱ ଶରୀରର ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ।  କ୍ଷୀରରେ ପ୍ରୋଟିନ୍‌ ଓ କ୍ୟାଲ୍‌ସିୟମ୍‌ ଖୁବ୍‌ ଅଧିକମାତ୍ରାରେ ଥାଏ।  ଏହି ଦୁଇଟି ପୋଷକ ତତ୍ତ୍ୱ  ଓଜନ କମାଇବାରେ ଖୁବ୍‌ ସହାୟକ ହୋଇଥାଏ।  ପ୍ରୋଟିନ୍‌ ମେଟାବୋଲିଜିମ୍‌ ବଢ଼େଇବାରେ ମଧ୍ୟ ଏହା ସହାୟକ ହୋଇଥାଏ।

ପାଚକ କ୍ରିୟା ଠିକ୍‌ କରେ: ଛେଳି କ୍ଷୀରରେ ଗାଈ କ୍ଷୀର ଅପେକ୍ଷା ଫ୍ୟାଟ୍‌ କମ୍‌ ଥାଏ।  ତେଣୁ ଏହା ଶରୀର ପାଇଁ ଆହୁରି ଉପକାରୀ ବୋଲି କୁହାଯାଏ।

ଏନିମିଆରୁ ରକ୍ଷା କରିଥାଏ: ଛେଳି କ୍ଷୀର ଏନିମିଆ ବା ରକ୍ତହୀନତା ରୋକିବାରେ ସହାୟକ ହୋଇଥାଏ। ଏଥିରେ ଆଇରନ୍‌ ପ୍ରଚୁର ମାତ୍ରାରେ ଥାଏ।

Related story