/odisha-reporter/media/post_attachments/uploads/2022/08/maxresdefault-4.jpg)
Gopabandhu Das
ପୁରୀ ଜିଲ୍ଲା ଗୋପ ବ୍ଲକ ଡଭାର ଗ୍ରାମ। ଯେଉଁ ଡଭାର ଗ୍ରାମରେ ବନ୍ୟାର ପ୍ରଚଣ୍ଡ ବିଭୀଷିକା ଦେଖି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ହୃଦୟ ବିଦାରିତ ହୋଇ ଯାଇଥିଲା। ଯେଉଁଠୁ ଆରମ୍ଭ ହୋଇଥିଲା ତାଙ୍କର ଉତ୍କଳମଣି ହେବାର ଯାତ୍ରା। ସେଇ ଡଭାରରେ ଆଜି ମଧ୍ୟ ବନ୍ୟା ହେଲେ ଘରଦ୍ୱାର ବୁଡି ଆଣ୍ଠୁଏ ହେଉଛି। ଚଳିତ ବର୍ଷର ଏ ପ୍ରଳୟଙ୍କରୀ ବନ୍ୟା ତ ଚିତ୍ରକୁ ଆହୁରି କରୁଣ କରି ଦେଇଛି । ଯିଏ ନିଜ ପୁଅର ଜୀବନକୁ ଖାତିରି ନକରି ଅନେକ ଭୋକିଲା ପୁଅ ମୁହଁରେ ଦାନା ଯୋଗାଇ ପାଇଁ ଆସିଥିଲେ ସେହି ଗାଁରେ ନିଜେ ଉତ୍କଳର ମଣି ଆଜି ଜଳବନ୍ଦୀ। ବହୁତ ଦୁଃଖ ଲାଗୁଛି ପରିସ୍ଥିତି କିଛି ବି ବଦଳିନି ବୋଲି ଅଭିଯୋଗ କରିଛନ୍ତି ଲୋକେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
