Advertisment

ହକି ବିଶ୍ୱକପ୍: ହୋଟେଲ୍‌ରେ ନରହି ଷ୍ଟାଡିୟମ୍‌ରେ ରହିବେ ଖେଳାଳି

ରାଉରକେଲା(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଉରକେଲା। ବିପିୟୁଟି ପରିସରରେ ଚାଲିଥିବା ବିର୍ଷାମୁଣ୍ଡା ହକି ଷ୍ଟାଡିୟମ କାମ ଜୋରସୋରରରେ ଆଗେଇ ଚାଲିଛି। ଅନ୍ୟପଟେ ହକି ଖେଳାଳିମାନଙ୍କ ରହିବା ଲାଗି ଷ୍ଟାଡିୟମ୍ ପରିସରରେ ହିଁ କରାଯାଉଛି ବ୍ୟବସ୍ଥା। ହୋଟେଲ୍‌ରେ ନରହି ଷ୍ଟାଡିୟମ୍‌ରେ ରହିବେ ହକି ଖେଳାଳି। ତେବେ ଖେଳାଳିଙ୍କ ପରିବାର ଏବଂ ଦେଶ ବିଦେଶରୁ ଆସିବାକୁ ଥିବା ଅତିଥିମାନେ ରାଉରକେଲାର ବିଭିନ୍ନ ହୋଟେଲରେ ରହିପାରିବେ। ଏଥିଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଉଛି। […]

ଅଦ୍ୟତନ ହୋଇଛି
ହକି ବିଶ୍ୱକପ୍: ହୋଟେଲ୍‌ରେ ନରହି ଷ୍ଟାଡିୟମ୍‌ରେ ରହିବେ ଖେଳାଳି

raurakela

Advertisment

ରାଉରକେଲା(ଓଡ଼ିଶା ରିପୋର୍ଟର): ହକି ବିଶ୍ୱକପ୍ ପାଇଁ ସଜେଇ ହେଉଛି ରାଉରକେଲା। ବିପିୟୁଟି ପରିସରରେ ଚାଲିଥିବା ବିର୍ଷାମୁଣ୍ଡା ହକି ଷ୍ଟାଡିୟମ କାମ ଜୋରସୋରରରେ ଆଗେଇ ଚାଲିଛି। ଅନ୍ୟପଟେ ହକି ଖେଳାଳିମାନଙ୍କ ରହିବା ଲାଗି ଷ୍ଟାଡିୟମ୍ ପରିସରରେ ହିଁ କରାଯାଉଛି ବ୍ୟବସ୍ଥା। ହୋଟେଲ୍‌ରେ ନରହି ଷ୍ଟାଡିୟମ୍‌ରେ ରହିବେ ହକି ଖେଳାଳି।

Advertisment

ତେବେ ଖେଳାଳିଙ୍କ ପରିବାର ଏବଂ ଦେଶ ବିଦେଶରୁ ଆସିବାକୁ ଥିବା ଅତିଥିମାନେ ରାଉରକେଲାର ବିଭିନ୍ନ ହୋଟେଲରେ ରହିପାରିବେ। ଏଥିଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଉଛି। ଖେଳାଳିଙ୍କ ଲାଗି ୩ଟି ସ୍ୱତନ୍ତ୍ର ବିମାନ ମଧ୍ୟ ପ୍ରସ୍ତୁତ ରହିଛି। ଖେଳାଳିଙ୍କୁ ଯେପରି କୌଣସି ପ୍ରକାରର ଅସୁବିଧା ନହେବ ସେଥିଲାଗି ବ୍ୟବସ୍ଥା କରାଯାଉଥିବା ରାଉରକେଲା ମହାନଗର ନିଗମ କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର କହିଛନ୍ତି।

ସେପଟେ ବିଶ୍ୱକପ୍‌ ସୂଚାରୁ ରୂପେ ତୁଲାଇବା ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଥିବା କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।

Advertisment

ଅନ୍ୟପଟେ ବିଶ୍ୱକପ୍‌କୁ ନଜରରେ ରଖି ରାଉରକେଲା ବିମାନ ଘାଟି ନିକଟରେ ପ୍ରାୟ ୩୫ ଫୁଟ ଉଚ୍ଚତାର ଏକ ହକି ଖେଳାଳିଙ୍କ ମୂର୍ତ୍ତି ତିଆରି ଚାଲିଛି। ଏହି ମୂର୍ତ୍ତି ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅଦରକାରୀ ଲୁହାରେ ତିଆରି ହୋଇଛି। ସେହିପରି ହକି ଛକରେ ମଧ୍ୟ ହକି ଖେଳାଳିଙ୍କୁ ନେଇ ସୁଦୃଶ୍ୟ ପ୍ରତିମୂର୍ତ୍ତି କରାଯାଇଛି। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଛି। ହକି ବିଶ୍ଵକପ ପୂର୍ବରୁ ପୂରା ସହର ନୂଆ ପରି ଲାଗୁଛି।

ସୂଚନା ଥାଉକି, ଆସନ୍ତା ୨୦୨୩ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେଉଛି ହକି ବିଶ୍ୱକପ୍। ଏଥିରେ ଭାରତ ସମେତ ମୋଟ ୧୬ଟି ଦେଶ ଭାଗ ନେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe