Advertisment

ଏଇ ସହରରେ ହେବାକୁ ଯାଉଛି ଦେଶର ପ୍ରଥମ ‘ଡଗ୍‌ ପାର୍କ’

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର କୋନ୍ଦାପୁରଠାରେ ଦେଶରେ ପ୍ରଥମ ‘ଡଗ୍‌ ପାର୍କ’ ଉଦ୍‌ଘାଟିତ ହେବ। ୧.୩ ଏକର ପରିମିତ ଜମିରେ ଠିଆ ହୋଇଥିବା ଉକ୍ତ ପାର୍କ ଗ୍ରେଟର ହାଇଦ୍ରାବାଦ୍‌ ମ୍ୟୁନିସିପାଲ କର୍ପୋରେଶନ୍‌ (ଜିଏଚ୍‌ଏମ୍‌ସି) ଦ୍ୱାରା ନିର୍ମାଣ କରାଯାଇଛି। ପୂର୍ବରୁ ଏହି ସ୍ଥାନ ଏକ ଡମ୍ପିଂ ୟାର୍ଡ ଥିଲା। ଆସନ୍ତା ୧୦ ଦିନ ମଧ୍ୟରେ ଏହି ପାର୍କ ଉଦ୍‌ଘାଟନ କରାଯିବ। ଏହାର ନିର୍ମାଣରେ ଖର୍ଚ୍ଚ ହୋଇଛି ୧.୧ କୋଟି ଟଙ୍କା । ଏହି ପାର୍କରେ ବିଭିନ୍ନ ପ୍ରଜାତିରେ କୁକୁରଙ୍କୁ ଆପଣ ଦେଖିବାକୁ […]

ଏଇ ସହରରେ ହେବାକୁ ଯାଉଛି ଦେଶର ପ୍ରଥମ ‘ଡଗ୍‌ ପାର୍କ’

dog1

Advertisment

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର କୋନ୍ଦାପୁରଠାରେ ଦେଶରେ ପ୍ରଥମ ‘ଡଗ୍‌ ପାର୍କ’ ଉଦ୍‌ଘାଟିତ ହେବ। ୧.୩ ଏକର ପରିମିତ ଜମିରେ ଠିଆ ହୋଇଥିବା ଉକ୍ତ ପାର୍କ ଗ୍ରେଟର ହାଇଦ୍ରାବାଦ୍‌ ମ୍ୟୁନିସିପାଲ କର୍ପୋରେଶନ୍‌ (ଜିଏଚ୍‌ଏମ୍‌ସି) ଦ୍ୱାରା ନିର୍ମାଣ କରାଯାଇଛି। ପୂର୍ବରୁ ଏହି ସ୍ଥାନ ଏକ ଡମ୍ପିଂ ୟାର୍ଡ ଥିଲା। ଆସନ୍ତା ୧୦ ଦିନ ମଧ୍ୟରେ ଏହି ପାର୍କ ଉଦ୍‌ଘାଟନ କରାଯିବ। ଏହାର ନିର୍ମାଣରେ ଖର୍ଚ୍ଚ ହୋଇଛି ୧.୧ କୋଟି ଟଙ୍କା ।

Advertisment

ଏହି ପାର୍କରେ ବିଭିନ୍ନ ପ୍ରଜାତିରେ କୁକୁରଙ୍କୁ ଆପଣ ଦେଖିବାକୁ ପାଇବେ। ଏହା ବ୍ୟତୀତ ଏହି ପାର୍କରେ କୁକୁର ତାଲିମ କେନ୍ଦ୍ର, ବ୍ୟାୟାମ ଉପକରଣ, ଦୁଇଟି ଲନ୍‌, ବଡ ଓ ଛୋଟ କୁକୁରଙ୍କ ନିମନ୍ତେ ପୃଥକ୍‌ ଆବଦ୍ଧ ଗୃହ ରହିଛି।

ଜିଏଚ୍‌ଏମ୍‌ସିର ଜୋନାଲ କମିଶନର ଡି. ହରିଚନ୍ଦନା କହିଛନ୍ତି ଯେ,  ଏହା ହେଉଛି ଦେଶର ପ୍ରଥମ ଡଗ୍‌ ପାର୍କ ।

Advertisment

ହରିଚନ୍ଦନା କୁକୁରମାନଙ୍କୁ ଭାରି ଭଲ ପାଉଥିବାରୁ ଏହା ତାଙ୍କ ପ୍ରୟାସରେ ହିଁ ପ୍ରସ୍ତୁତ ହୋଇଛି ବୋଲି କୁହାଯାଉଛି। ସେ ଦେଶ ବାହାରେ ବିଭିନ୍ନ ଡଗ୍‌ପାର୍କ ଦେଖିଛନ୍ତି। ଏଣୁ ଦେଶରେ ଅନ୍ତର୍ଜାତୀୟ ମାନର ଡଗ୍‌ପାର୍କ ପ୍ରତିଷ୍ଠା କରାଯିବା ତାଙ୍କର ଏକ ସ୍ୱପ୍ନ ଥିଲା ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe