Advertisment

ପାପ କଲା ମା’, ଝିଅ ଭୋଗୁଛି ନିର୍ବାସନ ଦଣ୍ଡ ! କୋର୍ଟ କହିଲେ ଇନ୍ଦ୍ରାଣୀଙ୍କ ସହ ରହିପାରିବନି ଝିଅ

ମୁମ୍ବାଇ: ପାପ କଲା ମା, ଝିଅ ଭୋଗୁଛି ନିର୍ବାସନ ଦଣ୍ଡ। ମା’ ଝିଅଙ୍କ ସମ୍ପର୍କ ମଝିରେ ଛିଡ଼ା ହେଲା ଆଇନର ପାଚେରୀ। ନିଜ ଝିଅ ସିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କୋର୍ଟ ଝଟକା।  ସିନା ବୋରା ମାମଲାରେ ଜାମିନ୍‌ରେ ଆସିଥିବା ଇନ୍ଦ୍ରାଣୀଙ୍କୁ ନିଜର ଆଉ ଜଣେ ଝିଅ ସହ ରହିବାକୁ କୋର୍ଟ ମନା କରିଦେଇଛନ୍ତି। ଇନ୍ଦ୍ରାଣୀଙ୍କ ଆଉ ଜଣେ ଝିଅ ବିଧିଙ୍କ ଆବେଦନକୁ ବୁଧବାର ସିବିଆଇ କୋର୍ଟ ଖାରଜ କରି ଦେଇଛନ୍ତି। […]

ଅଦ୍ୟତନ ହୋଇଛି
ପାପ କଲା ମା’, ଝିଅ ଭୋଗୁଛି ନିର୍ବାସନ ଦଣ୍ଡ ! କୋର୍ଟ କହିଲେ ଇନ୍ଦ୍ରାଣୀଙ୍କ ସହ ରହିପାରିବନି ଝିଅ

indrni

Advertisment

ମୁମ୍ବାଇ: ପାପ କଲା ମା, ଝିଅ ଭୋଗୁଛି ନିର୍ବାସନ ଦଣ୍ଡ। ମା’ ଝିଅଙ୍କ ସମ୍ପର୍କ ମଝିରେ ଛିଡ଼ା ହେଲା ଆଇନର ପାଚେରୀ। ନିଜ ଝିଅ ସିନା ବୋରା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କୋର୍ଟ ଝଟକା।  ସିନା ବୋରା ମାମଲାରେ ଜାମିନ୍‌ରେ ଆସିଥିବା ଇନ୍ଦ୍ରାଣୀଙ୍କୁ ନିଜର ଆଉ ଜଣେ ଝିଅ ସହ ରହିବାକୁ କୋର୍ଟ ମନା କରିଦେଇଛନ୍ତି। ଇନ୍ଦ୍ରାଣୀଙ୍କ ଆଉ ଜଣେ ଝିଅ ବିଧିଙ୍କ ଆବେଦନକୁ ବୁଧବାର ସିବିଆଇ କୋର୍ଟ ଖାରଜ କରି ଦେଇଛନ୍ତି। ବିଧି ଏବେ ବିଦେଶରେ ରହୁଥିବା ବେଳେ ସେପ୍ଟେମ୍ବର ୧୦ରେ ମୁମ୍ବାଇ ଫେରିବାର ଅଛି। ଏଥିପାଇଁ ସେ ତାଙ୍କ ମାଙ୍କ ପାଖରେ ରହିବାକୁ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ଏହି  ଆବେଦନକୁ ଖାରଜ କରିଦେଇଛନ୍ତି। ବିଧିଙ୍କ ତରଫରୁ ହୋଇଥିବା ଆବେଦନକୁ ସିବିଆଇ ସରକାରୀ ଓକିଲ ବିରୋଧ କରିଥିଲେ। ସିବିଆଇ ଓକିଲ ଦର୍ଶାଇଥିଲେ ଯେ, ସିନା ବୋରା ହତ୍ୟାକାଣ୍ଡ ମାମଲାରେ ଇନ୍ଦ୍ରାଣୀଙ୍କ ଅନ୍ୟ ଜଣେ ଝିଅ ବିଧି ସାକ୍ଷୀ ଅଛନ୍ତି। ତାଙ୍କୁ ଏଯାଏଁ ପଚରାଉଚରା ହୋଇ ନାହିଁ।

Advertisment

ଅଭିଯୁକ୍ତ ସହ ରହିଲେ ସାକ୍ଷୀ ପ୍ରଭାବିତ ହୋଇପାରନ୍ତି। ଯେହେତୁ ଇନ୍ଦ୍ରାଣୀ ମୁଖାର୍ଜୀ ଉକ୍ତ ମାମଲାରେ ମୁଖ୍ୟଷଡ଼ଯନ୍ତ୍ରକାରୀ ତେଣୁ ସେ ସାକ୍ଷୀଙ୍କୁ ପ୍ରଭାବିତ କରି ଅଧିକ ଚକ୍ରାନ୍ତ କରିବା ଆଶଙ୍କା ରହିଛି।  ଆବେଦନର ଶୁଣାଣି କରି କୋର୍ଟ କହିଥିଲେ ଯେ, ଅପରାଧିକ ଆଚରଣ ସଂହିତା ଅନୁଯାୟୀ, ଅଭିଯୁକ୍ତ ସହ ସାକ୍ଷୀ ରହିବାର ନିୟମ ନାହିଁ।  ସେହିପରି କୋର୍ଟ କହିଥିଲେ ଯେ, ସୁପ୍ରମିକୋର୍ଟ ଇନ୍ଦ୍ରାଣୀଙ୍କ ଜାମିନ ମଞ୍ଜୁର ବେଳେ କିଛି ସର୍ତ୍ତ ରଖିଛନ୍ତି। ସେଥିରେ ଗୋଟିଏ ହେଉଛି ଇନ୍ଦ୍ରାଣୀ କୌଣସି ସାକ୍ଷୀକୁ ପ୍ରଭାବିତ କରିପାରବେ ନାହିଁ। ଯଦି ବିଧି ସିବିଆଇ କୋର୍ଟ ନିର୍ଦ୍ଦେଶରେ ଅସନ୍ତୁଷ୍ଟ ଅଛନ୍ତି ତେବେ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିପାରିବେ ବୋଲି କୁହାଯାଇଛି। ବିଧିଙ୍କ ଆବେଦନ ଅନୁଯାୟୀ, ସେ ଏବେ ବିଦେଶରେ ରହୁଛନ୍ତି।  ବହୁ ବର୍ଷ ହେବ ସେ ବିଦେଶରେ ରହିବା ଯୋଗୁ ମା’ର ସ୍ନେହ ଓ ଭଲ ପାଈବା ଓ ମମତାରୁ ବଞ୍ଚିତ ହୋଇଛନ୍ତି।

ନିଜ ମା ଗିରଫ ହେବାଠାରୁ ସେ ମାର ଆଦର ପାଇନାହାନ୍ତି। ଦୀର୍ଘ ୭ ବର୍ଷ ହଲାଣି ସେ ତାଙ୍କ ମା’ ସହ ମିଶି ପାରି ନାହରନ୍ତି। ଏହା ତାଙ୍କ ମାନସିକ ଅବସ୍ଥାକୁ ଘୋର ପ୍ରଭାବିତ କରିଛି। ନିଜ ମାଠାରୁ ଅଲଗା ହୋଇ ରହିବାର ଦୁଃଖ ଅତି କଷ୍ଟରକର।  ତେଣୁ ସେ ତାଙ୍କ ମା’ଙ୍କ ସହ ଭଲ କରି ମିଶିବା ଓ ଚଳିବା ପାଇଁ ଅନୁମତି ଦେବାକୁ ସେ ଆବେଦନ କରିଥିଲେ। ସେହିପରି ତାଙ୍କ ମା ଇନ୍ଦ୍ରାଣୀ ମଧ୍ୟ ମସ୍ତିସ୍କ ରୋଗରେ ପୀଡ଼ିତ। ତାଙ୍କୁ ଏହି ସମୟରେ ଯଥେଷ୍ଟ ଯତ୍ନ ଓ ସେବା ସୁଶ୍ରୁଶା ଆବଶ୍ୟକ।  ନିଜ ମାର ସେବା କରିବାକୁ ବିଧି ଚାହୁଁଥିବା ଆବେଦନରେ ଦର୍ଶାଯାଇଛି।  ମୁମ୍ବାଇରେ ରହୁଥିବା ଇନ୍ଦ୍ରାଣୀଙ୍କ ପାଖରେ କୌଣସି ପରିବାର ସଦସ୍ୟ ରହୁନାହାନ୍ତି। ତେଣୁ ନିଜ ମା ସହ ସାଥିରେ ରହିବାକୁ ବିଧିଙ୍କୁ ଅନୁମତି ଦିଆଯାଉ ବୋଲି ନିବେଦନ କରାଯାଇଛି। ହେଲେ କୋର୍ଟଏହି ଆବେଦନକୁ ଖାରଜ କରିଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe