Advertisment

୫ଟଙ୍କା ଅଧିକ ନେଇ ଲକ୍ଷେ ଟଙ୍କା ତଣ୍ଡ ଗଣିଲେ ଆଇଆରଟିସି ଠିକାଦାର

ନୂଆଦିଲ୍ଲୀ: ଯେତିକି ମୂଲ୍ୟ ତାଠାରୁ ଅଧିକ ନେଥିଲେ। ନିର୍ଦ୍ଧାରିତ ଦର ଠାରୁ ଅଧିକ ମୂଲ୍ୟ ଦାବି କରିବା ମହଙ୍ଗା ପଡ଼ିଛି। ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ ପରେ ଆରମ୍ଭ ହେଲା ଆକ୍ସନ। ଟ୍ରେନ୍ ଯାତ୍ରୀଙ୍କୁ ଲୁଟିବା ଜଣେ ଆଇଆରଟିସିର ଜଣେ କଣ୍ଟ୍ରାକ୍ଟରଙ୍କୁ ଏବେ ତଣ୍ଡଗଣିବାକୁ ପଡ଼ିଛି । ପାଣି  ବୋତଲର ଦାମ ୧୫ ଟଙ୍କା ଥିବା ବେଳେ ସମ୍ପୃକ୍ତ ଠିକାରଦାର ଜଣକ ୫ ଟଙ୍କା ଅଧିକ ନେଇଥିଲେ। ଅଭିଯୋଗ ପରେ ଭାରତୀୟ ରେଳବାଇ ସମ୍ପୃକ୍ତ ଠିକାଦାରଙ୍କ ଉପରେ […]

ରେଲୱେ ଦେବ ନିଯୁକ୍ତି, ଜାଣନ୍ତୁ, ଆବେଦନ ପ୍ରକ୍ରିୟା

railway

Advertisment

ନୂଆଦିଲ୍ଲୀ: ଯେତିକି ମୂଲ୍ୟ ତାଠାରୁ ଅଧିକ ନେଥିଲେ। ନିର୍ଦ୍ଧାରିତ ଦର ଠାରୁ ଅଧିକ ମୂଲ୍ୟ ଦାବି କରିବା ମହଙ୍ଗା ପଡ଼ିଛି। ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ ପରେ ଆରମ୍ଭ ହେଲା ଆକ୍ସନ। ଟ୍ରେନ୍ ଯାତ୍ରୀଙ୍କୁ ଲୁଟିବା ଜଣେ ଆଇଆରଟିସିର ଜଣେ କଣ୍ଟ୍ରାକ୍ଟରଙ୍କୁ ଏବେ ତଣ୍ଡଗଣିବାକୁ ପଡ଼ିଛି । ପାଣି  ବୋତଲର ଦାମ ୧୫ ଟଙ୍କା ଥିବା ବେଳେ ସମ୍ପୃକ୍ତ ଠିକାରଦାର ଜଣକ ୫ ଟଙ୍କା ଅଧିକ ନେଇଥିଲେ। ଅଭିଯୋଗ ପରେ ଭାରତୀୟ ରେଳବାଇ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି। ଚଣ୍ଡିଗଡ଼ରୁ ଶାହାଜାହାନପୁରକୁ ଯାଉଥିବା ଜଣେ ଯାତ୍ରୀଙ୍କୁ ଏକ ପାଣି ବୋତଲ ପାଇଁ ୨୦ ଟଙ୍କା ଦେବାକୁ କୁହାଯାଇଥିଲା।

Advertisment

ଯାତ୍ରୀ ଜଣକ ୫ ଟଙ୍କା ଅଧିକ ଦେବା ପରେ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ପୁରା ଘଟଣା ବିଷୟରେ ବର୍ଣ୍ଣନା କରିଥିଲେ। ରେଳବାଇ ଏହି ମାମଲାକୁ ନେଇ ଏକ ତଦନ୍ତ ଆରମ୍ଭ କରିଥିଲା। ଡିସେମ୍ବର ୧୫ ରେ, ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଚନ୍ଦ୍ରମାଉଲି ମିଶ୍ରାଙ୍କୁ ଏକ କାରଣ ଦର୍ଶାଅ  ନୋଟିସ୍ ଜାରି କରାଯାଇଥିଲା। ଏହା ପରେ ସମ୍ପୃକ୍ତ ଠିକାଦାରଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି ବୋଲି ଅମ୍ବାଲା ଡିଭିଜନାଲ ରେଲୱେ ମ୍ୟାନେଜର କହିଛନ୍ତି। ପ୍ରତ୍ୟେକ ସାମଗ୍ରୀର ମୂଲ୍ୟ ରେଲୱେ ପକ୍ଷରୁ ସ୍ଥିର କରାଯାଇଛି। ଯଦି ଆଇଆରସିଟିସି ଠିକାଦାର ଏହାଠାରୁ ଅଧିକ ଦାବି କରନ୍ତି

ତେବେ ଅଭିଯୋଗ କରିବାକୁ  ରେଳବାଇ ପକ୍ଷରୁ କୁହାଯାଇଛି।  ଆଉ ଅଭିଯୋଗ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe