ଡାଉନ୍‌ଲୋଡ୍‌ରେ ଜିଓ ଆଗରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାଟା ଡାଉନ୍‌ଲୋଡ୍ କ୍ଷେତ୍ରରେ ଯଦି ବର୍ତ୍ତମାନ ସବୁଠାରୁ ଦୃତ ବେଗରେ କୌଣସି ଟେଲିକମ୍‌ କମ୍ପାନୀ ସେବା ପ୍ରଦାନ କରୁଛି ତେବେ ତାହା ହେଉଛି ରିଲାଏନ୍ସ ଜିଓ। ସେହିପରି ଅପ୍‌ଲୋଡ୍ କ୍ଷେତ୍ରରେ ଭୋଡ଼ାଫୋନ୍‌ ଶୀର୍ଷ ସ୍ଥାନରେ ରହିଛି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ପକ୍ଷରୁ ଏହା ପ୍ରକାଶ କରାଯାଇଛି। ଚଳିତ ବର୍ଷ ଫେବ୍ରୁୟାରୀରେ ଟ୍ରାଇ ପ୍ରକାଶ କରିଥିବା ତଥ୍ୟ ଅନୁସାରେ, ଜିଓର ହାରାହାରି ଡାଟା ଡାଉନ୍‌ଲୋଡ୍ ସ୍ପିଡ୍ ବା ବେଗ ୨୦.୯ ଏମ୍‌ବିପିଏସ୍‌ ରହିଛି। ଯାହାକି […]

Untitled-1

Untitled-1

Jagamohan Maharana
  • Published: Friday, 15 March 2019
  • Updated: 15 March 2019, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡାଟା ଡାଉନ୍‌ଲୋଡ୍ କ୍ଷେତ୍ରରେ ଯଦି ବର୍ତ୍ତମାନ ସବୁଠାରୁ ଦୃତ ବେଗରେ କୌଣସି ଟେଲିକମ୍‌ କମ୍ପାନୀ ସେବା ପ୍ରଦାନ କରୁଛି ତେବେ ତାହା ହେଉଛି ରିଲାଏନ୍ସ ଜିଓ। ସେହିପରି ଅପ୍‌ଲୋଡ୍ କ୍ଷେତ୍ରରେ ଭୋଡ଼ାଫୋନ୍‌ ଶୀର୍ଷ ସ୍ଥାନରେ ରହିଛି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ପକ୍ଷରୁ ଏହା ପ୍ରକାଶ କରାଯାଇଛି।

ଚଳିତ ବର୍ଷ ଫେବ୍ରୁୟାରୀରେ ଟ୍ରାଇ ପ୍ରକାଶ କରିଥିବା ତଥ୍ୟ ଅନୁସାରେ, ଜିଓର ହାରାହାରି ଡାଟା ଡାଉନ୍‌ଲୋଡ୍ ସ୍ପିଡ୍ ବା ବେଗ ୨୦.୯ ଏମ୍‌ବିପିଏସ୍‌ ରହିଛି। ଯାହାକି ଜାନୁୟାରୀରେ ୧୮.୮ ଏମ୍‌ବିପିଏସ୍‌ ଥିଲା।ସେହିପରି ଏହି ସମୟରେ ଭାରତୀ ଏୟାରଟେଲ୍‌ର ଡାଉନ୍‌ଲୋର୍ଡ ସ୍ପିଡ୍ ୯.୪ ଏମ୍‌ବିପିଏସ୍‌ରେ ସୀମିତ ରହିଛି।
ସୂଚନା ଅନୁସାରେ ୪ଜି ଡାଟା ଅପ୍‌ଲୋଡ୍ କ୍ଷେତ୍ରରେ ଆଇଡିଆ ସେଲ୍ୟୁଲାର ଏହାର ଏକ ନମ୍ବର ସ୍ଥାନ ହରାଇଥିବା ବେଳେ ଏହାକୁ ଭୋଡ଼ାଫୋନ୍‌ ଅକ୍ତିଆର୍‌ କରିନେଇଛି। ଯଦିଓ ଭୋଡ଼ାଫୋନ୍‌ ଏବଂ ଆଇଡିଆ ବର୍ତ୍ତମାନ ଏକତ୍ର ହୋଇ ଗୋଟିଏ କମ୍ପାନୀ ହୋଇସାରିଛନ୍ତି, ତେବେ ମଧ୍ୟ ଟ୍ରାଇ ଉଭୟଙ୍କର ତଥ୍ୟକୁ ପୃଥକ୍‌ ପୃଥକ୍‌ ପ୍ରଦର୍ଶନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos