Advertisment

ହୃଦଘାତରେ ଚାଲିଗଲା ୧୪ ଜଣଙ୍କ ଜୀବନ

କାନପୁର: କାନପୁରରେ ଥଣ୍ଡା ଲହରୀ ଜାରି ରହିଛି।  ହୃଦଘାତରେ ଚାଲିଗଲା ୧୪ ଜଣଙ୍କ ଜୀବନ। ପ୍ରବଳ ଥଣ୍ଡା ଯୋଗୁଁ  କାନପୁରରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ୬ଜଣ ରୋଗୀଙ୍କ ମସ୍ତିଷ୍କ ଶିରା ଫାଟିଯାଇଛି। ତାଙ୍କୁ ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସା କରାଯାଇଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ହିଁ ଏମାନେ ପ୍ରାଣ ହରାଇଛନ୍ତି। ଗତ ୩-୪ ଦିନ ମଧ୍ୟରେ ସହରରେ ହୃଦଘାତ ଏବଂ ମସ୍ତିଷ୍କାଘାତରେ ପୀଡ଼ିତ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ଏଲପିଏସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଓଲୋଜୀ […]

ଅଦ୍ୟତନ ହୋଇଛି
ହୃଦଘାତରେ ଚାଲିଗଲା ୧୪ ଜଣଙ୍କ ଜୀବନ

heart-attack-1186805

Advertisment

କାନପୁର: କାନପୁରରେ ଥଣ୍ଡା ଲହରୀ ଜାରି ରହିଛି।  ହୃଦଘାତରେ ଚାଲିଗଲା ୧୪ ଜଣଙ୍କ ଜୀବନ। ପ୍ରବଳ ଥଣ୍ଡା ଯୋଗୁଁ  କାନପୁରରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ୬ଜଣ ରୋଗୀଙ୍କ ମସ୍ତିଷ୍କ ଶିରା ଫାଟିଯାଇଛି। ତାଙ୍କୁ ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସା କରାଯାଇଛି। ମାତ୍ର ୨୪ ଘଣ୍ଟା ମଧ୍ୟରେ ହିଁ ଏମାନେ ପ୍ରାଣ ହରାଇଛନ୍ତି। ଗତ ୩-୪ ଦିନ ମଧ୍ୟରେ ସହରରେ ହୃଦଘାତ ଏବଂ ମସ୍ତିଷ୍କାଘାତରେ ପୀଡ଼ିତ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ଏଲପିଏସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଓଲୋଜୀ ଆଣ୍ଡ୍‌ କାର୍ଡିଆକ୍‌ ସର୍ଜରୀ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଏଲପିଏସ୍ ହୃଦ୍‌ ରୋଗ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ଶନିବାର ପ୍ରବଳ ଥଣ୍ଡାର ଶିକାର ହୋଇ ହୃଦଘାତରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଚିକିତ୍ସା ସମୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣଙ୍କର ମେଡିକାଲରେ ଭର୍ତ୍ତି ହେବା ବାଟରେ ମୃତ୍ୟୁ ଘଟିଛି।

Advertisment

ଶନିବାର ଦିନ ହୃଦଘାତରେ ପୀଡିତ ୫୪ ରୋଗୀଙ୍କୁ କାର୍ଡିଓଲୋଜୀ ଏମରଜେନ୍ସୀରେ ଭର୍ତ୍ତି କରାଯାଇଥିଲା। ହୃଦ୍ ରୋଗ ପ୍ରତିଷ୍ଠାନରେ ମୋଟ ୬୦୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ୫୪ ନୂଆ ଏବଂ ୨୭ ପୁରୁଣା ରୋଗୀ ରହିଛନ୍ତି। ଏଥି ସହିତ ଗୋଟିଏ ସପ୍ତାହରେ ହୃଦଘାତ ଏବଂ ମସ୍ତିଷ୍କାଘାତରେ ୯୮ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ୪୪ ଜଣ ଡାକ୍ତରଖାନାରେ ପ୍ରାଣ ହରାଇଥିବା ବେଳେ ୫୪ ଜଣ ରୋଗୀ ଚିକିତ୍ସା ପୂର୍ବରୁ ହିଁ ଆଖି ବୁଜିଥିଲେ। ଡାକ୍ତର କହିଛନ୍ତି ଯେ, ରକ୍ତଚାପ ରୋଗୀମାନେ ସତର୍କତା ଅବଲମ୍ବନ କରିବା ଉଚିତ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe