Advertisment

ଭୋଟ ପରିଚୟପତ୍ର ସହ ଆଧାର ଲିଙ୍କ ମାମଲା, ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ମତଦାନରେ ସଂସ୍କାର ପାଇଁ ଭୋଟର ପରିଚୟ  ପତ୍ର ସହ ଆଧାର ଲିଙ୍କ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇନ୍ ପାରିତ ହୋଇଛି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଏହାକୁ ସୁପ୍ରିମକୋର୍ଟରେ କଂଗ୍ରେସ ପକ୍ଷରୁ ଚାଲେୟ୍ଜ କରାଯାଇଥିଲା।  କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା ଏହି ଆଇନକୁ ରଦ୍ଦ ପାଇଁ ସର୍ବୋଚ୍ଚ ନ୍ୟାଳୟରେ ଆବେଦନ କରିଥିବା ବେଳେ ଉକ୍ତ ମାମଲାର ଆସନ୍ତକାଲି ଶୁଣାଣି ରହିଛି।  ସେ କହିଛନ୍ତି ଭୋଟର କାର୍ଡ଼ ସହ ଆଧାର ଲିଙ୍କ ନେଇ […]

ବହୁ ଆଗରେ ବିଜେଡି, ଆଖପାଖରେ ନାହାନ୍ତି ବିଜେପି ଓ କଂଗ୍ରେସ

Vote Box

Advertisment

ନୂଆଦିଲ୍ଲୀ: ମତଦାନରେ ସଂସ୍କାର ପାଇଁ ଭୋଟର ପରିଚୟ  ପତ୍ର ସହ ଆଧାର ଲିଙ୍କ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇନ୍ ପାରିତ ହୋଇଛି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଏହାକୁ ସୁପ୍ରିମକୋର୍ଟରେ କଂଗ୍ରେସ ପକ୍ଷରୁ ଚାଲେୟ୍ଜ କରାଯାଇଥିଲା।  କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା ଏହି ଆଇନକୁ ରଦ୍ଦ ପାଇଁ ସର୍ବୋଚ୍ଚ ନ୍ୟାଳୟରେ ଆବେଦନ କରିଥିବା ବେଳେ ଉକ୍ତ ମାମଲାର ଆସନ୍ତକାଲି ଶୁଣାଣି ରହିଛି।  ସେ କହିଛନ୍ତି ଭୋଟର କାର୍ଡ଼ ସହ ଆଧାର ଲିଙ୍କ ନେଇ ଜଣେ ନାଗରିକରୀ ଗୋପନୀୟି ଅଧିକାର ଏବଂ ସମାନତେ ଅଧିକାର କ୍ଷୁର୍ଣ୍ଣ ହେଉଛି।

Advertisment

ତେଣୁ ଏହି ଆଇନକୁ ପ୍ରତ୍ୟାବର୍ତ୍ତନ ପାଇଁ ସେ ଦାବି କରିଛନ୍ତି।  ଗତ ବର୍ଷ ଡିସେମ୍ବର ମାସରେଲୋକସଭାରେ ପାରିତ ହୋଇଛି ନିର୍ବାଚନ ଆଇନ ସଂଶୋଧନ ବିଲ୍ । ଏହି ବିଲ୍‌ରେ ଏକ ବଡ ଧରଣର ପରିବର୍ତ୍ତନ କରାଯାଇଛି । ଫଳରେ ଆଧାର କାର୍ଡ ସହ ଲିଙ୍କ ହେବ ଭୋଟର ପରିଚୟ ପତ୍ର । ଜଣେ ବ୍ୟକ୍ତିଙ୍କ ନାଁରେ ଆଉ ଏକାଧିକ ଭୋଟ ପରିଚୟ ପତ୍ର ରହିବ ନାହିଁ । ଏ ନେଇ କେନ୍ଦ୍ର ସରକାର ଆଣିଥିବା ସଂଶୋଧନ ବିଲ ଲୋକସଭାରେ ପାରିତ ହୋଇଥିଲା । ଗୃହରେ ବିଲ ଆଗତ ବେଳେ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ । ଏହି ବିଲକୁ ଷ୍ଟାଣ୍ଡିଂ କମିଟି ନିକଟରେ ଦାଖଲ କରାଯିବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା

ସୂଚନାଯୋଗ୍ୟ, ୨୦୧୫ରେ ନିର୍ବାଚନ ଆୟୋଗ ଭୋଟର ଆଇଡି ସହ ଆଧାର ଲିଙ୍କ କରିବା ପାଇଁ ଦାବି କରିଥିଲେ। ଏହି ସମୟରେ ପ୍ରାୟ ୩୨ କୋଟି ଆଧାର ନମ୍ବର ଲିଙ୍କ ମଧ୍ୟ ହୋଇଥିଲା। କିନ୍ତୁ ଆଧାର ଲିଙ୍କ ବିଭିନ୍ନ କ୍ଷେତ୍ରରେ ବାଧ୍ୟତାମୂଳକ କରାଯାଉଥିବାରୁ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ମଧ୍ୟ ଭୋଟର ଆଇଡି ସହ ଏହାର ଲିଙ୍କ ପ୍ରସଙ୍ଗରେ ‌ଆଉ କୌଣସି ବ୍ୟବସ୍ଥା କରି ନଥିଲେ। ପରେ କେନ୍ଦ୍ରସରକାର ଏ ସମ୍ପର୍କରେ ଆଇନ୍‌ ଆଣିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe