/odisha-reporter/media/post_attachments/uploads/2020/08/rakhi-2.jpg)
rakhi
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାଇ-ଭଉଣୀର ସମ୍ପର୍କର ନିଆରା ପର୍ବ ହେଉଛି ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା। ବର୍ଷକୁ ଥରେ ଏହି ପବିତ୍ର ଦିନ ଆସୁଥିବା ବେଳେ ଏହି ଦିନ ଭାଇ ହାତରେ ସ୍ନେହର ଡୋର ବାନ୍ଧିଥାଏ ଭଉଣୀଟିଏ। ଭାଇର ଦୀର୍ଘାୟୁ କାମନା କରିଥାଏ। ପ୍ରତିବଦଳରେ ଭାଇ ତା'ର ଆଜୀବନ ସୁରକ୍ଷା କରୁ ବୋଲି ଚାହିଁଥାଏ। ଭାଇ ମଧ୍ୟ ଭଉଣୀକୁ ଜୀବ ଥିବା ଯାଏଁ ତା'ର ମାନ-ସମ୍ମାନ ଓ ସୁରକ୍ଷାର ଦାୟିତ୍ୱ ନେବ ବୋଲି ପ୍ରତିଶ୍ରୁତି ଦେଇଥାଏ। ଏହା ହିଁ ପବିତ୍ର ରକ୍ଷା ବନ୍ଧନର ବିଶେଷତା।
/odisha-reporter/media/post_attachments/wp-content/uploads/2020/08/Untitled-1-3.jpg)
ତେବେ ଚଳିତବର୍ଷ କରୋନା ଭୂତାଣୁ ଏହି ବର୍ଷ ବର୍ଷର ପରମ୍ପରାକୁ ଫିକା ପକାଇଦେଇଥିଲା। ଏଣୁ ଭିନ୍ନ ଭିନ୍ନ ତରିକାରେ କରୋନା ସଂକ୍ରମଣ କଟକଣା ଓ ସତର୍କତାକୁ ଆଖି ଆଗରେ ରଖି ଏଥର ଭାଇ-ଭଉଣୀମାନେ ରକ୍ଷା ବନ୍ଧନ ପାଳନ କରିଥିଲେ। ଭୁବନେଶ୍ୱରର ବିଭୂତି ମହାପାତ୍ର ମଧ୍ୟ ଏଥିରୁ ବାଦ୍ ଯାଇନାହାନ୍ତି।
କରୋନା ଭୂତାଣୁ ସାରା ବିଶ୍ୱକୁ ହନ୍ତସନ୍ତ କରୁଥିବା ବେଳେ ବିଭୂତି ନିଜ ପରିବାର ପାଇଁ ଖୁବ୍ ଚିନ୍ତିତ। ତାଙ୍କ ଭଉଣୀ ବାକ୍ତିରେ ରହୁଥିବା ବେଳେ ରକ୍ଷା ବନ୍ଧନ ଅବସରରେ ସେ ଉଭଣୀଙ୍କ ଘରେ ଯାଇ ପହଞ୍ଚିଥିଲେ। ଭଉଣୀ ବନ୍ଦାପନା କରି ରାକ୍ଷୀ ବାନ୍ଧି ସାରିବା ପରେ ବିଭୁତି ଉପହାର ଭାବେ ତାଙ୍କ ଘରକୁ ସାନିଟାଇଜ୍ କରିଥିଲେ।
/odisha-reporter/media/post_attachments/wp-content/uploads/2020/08/rakhi2.jpg)
କରୋନା ମହାମାରୀରୁ ନିଜ ଭଉଣୀକୁ ସୁରକ୍ଷିତ ରଖିବା ପାଇଁ ସେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଆଜିର ପରିସ୍ଥିତିରେ ଜଣେ ଭଉଣୀ ପାଇଁ ଏହା ପ୍ରକୃତ ଉପହାର ବୋଲି ଚର୍ଚ୍ଚା ହେଉଛି। ବିଭୁତିଙ୍କର ଏଭଳି ଉପହାରକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
