Advertisment

ସମୟ ବଦଳିବା ସହ ମଣିଷର ଜୀବନଶୈଳୀରେ ପରିବର୍ତ୍ତନ ଘଟୁଛି। ସମାଜର ପ୍ରତ୍ୟେକ କ୍ଷେତ୍ରରେ ନୂଆ ନୂଆ ଆହ୍ୱାନ ଆସୁଛି ଏବଂ ଏହି ଆହ୍ୱାନକୁ ଗ୍ରହଣ କରି ମଣିଷ ତା’ର ସମାଧାନର ବାଟ ବାହାର କରୁଛି। ଦୁନିଆ ଯେତିକି ଗତିରେ ଆଗକୁ ବଢୁଛି ମଣିଷ ଜୀବନ ବେଗ ସେତିକି ପରିମାଣରେ ବଢି ଚାଲିଛି। କର୍ମବହୁଳ ଜୀବନରେ ମଣିଷ ପାଇଁ ଯଦି କିଛି ଅଭାବ ପଡୁଛି ତାହା ହେଉଛି ସମୟ। ନିଜର କାମ, ପରିବାରର କଥା ବୁଝିବା ସହ ନିଜ […]

ଅଦ୍ୟତନ ହୋଇଛି

crorerace

Advertisment

ସମୟ ବଦଳିବା ସହ ମଣିଷର ଜୀବନଶୈଳୀରେ ପରିବର୍ତ୍ତନ ଘଟୁଛି। ସମାଜର ପ୍ରତ୍ୟେକ କ୍ଷେତ୍ରରେ ନୂଆ ନୂଆ ଆହ୍ୱାନ ଆସୁଛି ଏବଂ ଏହି ଆହ୍ୱାନକୁ ଗ୍ରହଣ କରି ମଣିଷ ତା’ର ସମାଧାନର ବାଟ ବାହାର କରୁଛି। ଦୁନିଆ ଯେତିକି ଗତିରେ ଆଗକୁ ବଢୁଛି ମଣିଷ ଜୀବନ ବେଗ ସେତିକି ପରିମାଣରେ ବଢି ଚାଲିଛି। କର୍ମବହୁଳ ଜୀବନରେ ମଣିଷ ପାଇଁ ଯଦି କିଛି ଅଭାବ ପଡୁଛି ତାହା ହେଉଛି ସମୟ। ନିଜର କାମ, ପରିବାରର କଥା ବୁଝିବା ସହ ନିଜ ଅଞ୍ଚଳ, ନିଜ ରାଜ୍ୟ, ନିଜ ଦେଶର ବା ସାରା ବିଶ୍ୱରେ ଘଟୁଥିବା ଘଟଣାବଳୀ ଉପରେ ଅବଗତ ରହିବାକୁ ଚାହେଁ ଜଣେ ବ୍ୟକ୍ତି। ତେବେ ସମୟର ସ୍ୱଳ୍ପତା ଦୃଷ୍ଟିରୁ ବହୁ ସମୟରେ ଏହା ସମ୍ଭବ ହୋଇ ନ ଥାଏ। ଏଭଳି ଆହ୍ୱାନକୁ ଗ୍ରହଣ କରି ଆଜିର ଗଣମାଧ୍ୟମରେ ମଧ୍ୟ ବୈପ୍ଲବିକ ପରିବର୍ତ୍ତନ ଘଟିଛି। ଖବରକାଗଜ କୁହାଯାଉ ବା ବୈଦ୍ୟୁତିକ ଗଣମାଧ୍ୟମ ସବୁ କ୍ଷେତ୍ରରେ ଦେଖା ଦେଇଛି ବୈପ୍ଲବିକ ପରିବର୍ତ୍ତନ। ଆଜିର ଡିଜିଟାଲ ଯୁଗରେ ଖୁବ କମ୍ ସମୟ ମଧ୍ୟରେ ବିଶ୍ୱରେ ଘଟୁଥିବା ସମସ୍ତ ଘଟଣାବଳୀକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାର ସୁବିଧା ଏବେ ଉପଲବ୍ଧ।

Advertisment

ଆଜିର ସାମାଜିକ ଗଣମାଧ୍ୟମଗୁଡିକ ଏ ଦିଗରେ ବେଶ୍ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ଫେସବୁକ୍ କୁହନ୍ତୁ ବା ଟୁଇଟର୍ ବା ଅନ୍ୟ ସାମାଜିକ ଗଣମାଧ୍ୟମ, ଆଜିର ଡିଜିଟାଲ ଯୁଗରେ କ୍ଷୀପ୍ର ଆଉ ସଂକ୍ଷିପ୍ତ ଖବର ପ୍ରସାରଣ କ୍ଷେତ୍ରରେ ଏହି ସାମାଜିକ ଗଣମାଧ୍ୟମଗୁଡିକ ବେଶ୍ ଅଗ୍ରଣୀ ଭୂମିକା ନେଉଛନ୍ତି। ନିଜ ମାତୃଭାଷାରେ ନିଜ ଅଞ୍ଚଳ, ନିଜ ରାଜ୍ୟ ତଥା ଦେଶ ବିଦେଶର ଖବର ଜାଣିବାର ଉପଲବ୍ଧି ନିଶ୍ଚିତ ନିଆରା। ଓଡିଆ ଭାଷାରେ କେବଳ ଓଡିଶା କାହିଁକି ବିଶ୍ୱର ବିଭିନ୍ନ ସ୍ଥାନରେ ରହୁଥିବା ଓଡିଆଙ୍କ ପାଇଁ ତ୍ୱରିତ ଖବର ପହଞ୍ଚାଇବା ଲାଗି ଆମର ଏହି ପ୍ରୟାସ ‘ଓଡିଶା ରିପୋର୍ଟର’।

ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ । ମନକୁ ପ୍ରଶ୍ନ ଆସିବା ସ୍ୱଭାବିକ, ତ୍ୱରିତ ଖବର ପ୍ରସାରଣ ଲାଗି ବହୁ ୱେବସାଇଟ୍ ଇଂରାଜୀ ଭାଷାରେ ଥିବା ବେଳେ ଓଡିଶା ରିପୋର୍ଟର ଓଡିଆ ଭାଷାରେ କାହିଁକି? ପୃଥିବୀର ଯେଉଁ କୋଣରେ ଥିଲେ ମଧ୍ୟ ଓଡିଆ ଭାଷାରେ ଆପଣଙ୍କ ହାତମୁଠାରେ ଓଡିଶା ରିପୋର୍ଟର ପହଞ୍ଚାଉଛି ପ୍ରତିଟି ଖବର। ଇଂରାଜୀ ଭାଷାର ବ୍ୟାପକ ବ୍ୟବହାର ହେଉଛି। ଏହା ସମସ୍ତଙ୍କ ପାଇଁ ସୁବିଧା ହେଉଛି। ତେବେ ଅନ୍ୟ ଭାରତୀୟ ଭାଷାଗୁଡିକ ଭଳି ଓଡିଆ ଭାଷାର ପ୍ରଚାର ଓ ପ୍ରସାର ପରିଲକ୍ଷିତ ହୋଇନାହିଁ। ଓଡିଆ ଭାଷାର ବ୍ୟବହାର ଉପରେ ଏହି ଭାଷାର ଉନ୍ନତି ଯେ ନିର୍ଭରଶୀଳ ତାହା କହିବା ଅନାବଶ୍ୟକ। ଇଂରାଜୀ କାହିଁକି ଏକାଧିକ ଭାଷା ପଢିବା ଆଉ ଶିଖିବା ସ୍ୱାଗତଯୋଗ୍ୟ। ହେଲେ ନିଜ ମାତୃଭାଷା ଓଡିଆରେ ଖବର ପାଇ ପଢିବାର ଅନୁଭୂତି ନିଶ୍ଚୟ ଟିକେ ଅଲଗା। ପୃଥିବୀର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଓଡିଆଙ୍କୁ ସେମାନଙ୍କ ମୋବାଇଲ, ଲ୍ୟାପଟପ୍ ବା କମ୍ପ୍ୟୁଟରରେ ଓଡିଆ ଭାଷାରେ ଖବର ପ୍ରତି ମୁହୁର୍ତ୍ତରେ ଯୋଗାଇ ଦେବାର ପ୍ରୟାସ କରୁଛି ଓଡିଶା ରିପୋର୍ଟର। ସମଗ୍ର ଓଡିଆର ଟିକିନିଖି ଖବରକୁ ପ୍ରତ୍ୟେକ ଓଡିଆଙ୍କ ନିକଟରେ ତ୍ୱରିତ ପହଞ୍ଚାଇବା ଆମର ଲକ୍ଷ୍ୟ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe