ସ୍ୱାସ୍ଥ୍ୟ ପାଇଁ ଉପକାରୀ ମେଥି ପତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେଥି ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଶରୀର ପାଇଁ ସ୍ୱାସ୍ଥ୍ୟକର । ମେଥି ପତ୍ରରେ ଆଇରନ୍‌, କ୍ୟାଲସିୟମ୍‌, ଫସ୍‌ଫରସ୍‌ ଏବଂ ଭିଟାମିନ୍‌ K ପରି ପ୍ରୋଟିନ୍‌ ପ୍ରଚୁର ମାତ୍ରାରେ ରହିଛି। ତା ହେଲେ ଆସନ୍ତୁ ଜାଣିବା, ମେଥି ପତ୍ରର ସୁଫଳ ବିଷୟରେ। କ’ଣ ପାଇଁ ଭଲ ମେଥି ଆଉ ଏହାର ପତ୍ର ସୁଗାର କମ୍‌ କରିଦିଏ- ମେଥିରେ ଥିବା  Hypoglycaemic ଗୁଣ ରକ୍ତରେ ସୁଗାର୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ […]

methi-ok2

Mihir Pattnayak
  • Published: Tuesday, 18 September 2018
  • , Updated: 18 September 2018, 07:16 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମେଥି ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଶରୀର ପାଇଁ ସ୍ୱାସ୍ଥ୍ୟକର । ମେଥି ପତ୍ରରେ ଆଇରନ୍‌, କ୍ୟାଲସିୟମ୍‌, ଫସ୍‌ଫରସ୍‌ ଏବଂ ଭିଟାମିନ୍‌ K ପରି ପ୍ରୋଟିନ୍‌ ପ୍ରଚୁର ମାତ୍ରାରେ ରହିଛି। ତା ହେଲେ ଆସନ୍ତୁ ଜାଣିବା, ମେଥି ପତ୍ରର ସୁଫଳ ବିଷୟରେ।

କ’ଣ ପାଇଁ ଭଲ ମେଥି ଆଉ ଏହାର ପତ୍ର

ସୁଗାର କମ୍‌ କରିଦିଏ- ମେଥିରେ ଥିବା  Hypoglycaemic ଗୁଣ ରକ୍ତରେ ସୁଗାର୍‌କୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ଏଥିରେ ଥିବା ଫାଇବର୍‌ କାର୍ବୋହାଇଡ୍ରେଡ୍‌ ଏବଂ ସୁଗାର୍‌ର ଶୋଷଣ କ୍ଷମତାକୁ ହ୍ରାସ କରିଥାଏ।
ପେଟକୁ ଭଲ-  ମେଥି ଖାଇବା ପେଟ ପାଇଁ ଖୁବ୍‌ ଲାଭକାରୀ ଜିନିଷ। ଏହାର ନିୟମିତ ସେବନ ପେଟରୋଗ ଭଲ କରିଥାଏ।

ବ୍ରଡ୍‌ ପ୍ରେସର ନିୟନ୍ତ୍ରଣ କରେ- ଲୋ ବ୍ଲଡ୍‌ ପ୍ରେସର୍‌, ଡାଇବେଟିସ୍‌, ହଜମ ନ ହେବା ଆଦି ରୋଗ ପାଇଁ ମେଥିର ମଞ୍ଜି ଉପକାରୀ ।
କୋଷ୍ଠ କାଠିନ୍ୟ ଦୂର କରେ- ମେଥି ଶାଗରେ ଅଦା ଏବଂ ଗରମ ମସଲା ପକାଇ ଭାଜି ଖାଇଲେ ଲୋ ବ୍ଲଡ୍‌ ପ୍ରେସର୍‌ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ।
ଅଗ୍ନାଶୟକୁ  କ୍ରିୟାଶୀଳ କରେ- ମେଥିରେ ଥିବା ପାଚକ ଏନ୍‌ଜାଇମ୍‌ ଅଗ୍ନାଶୟକୁ  କ୍ରିୟାଶୀଳ କରିଥାଏ।
ଡାଇବେଟିସ୍‌ ନିୟନ୍ତ୍ରଣ ହୁଏ- ପ୍ରତିଦିନ ଗୋଟିଏ ଚାମଚ ମେଥି ପାଉଡର୍‌ ଖାଇଲେ, ଡାଇବେଟିସ୍‌ ନିୟନ୍ତ୍ରଣରେ ରହିଥାଏ।
ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଉପାକରୀ-  ଶିଶୁଙ୍କୁ ସ୍ତନ୍ୟପାନ କରାଉଥିବା ମହିଳାମାନେ ପ୍ରତିଦିନ ମେଥି ମଞ୍ଜି ଖାଇବା ଉଚିତ୍‌। ମେଥିରେ galactagogues ପରି ଉପାଦାନ ରହିଛି, ଯାହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

Related story