Advertisment

ଗ୍ରାହକ ହୋଇ ଆସିଲେ, ଦୋକାନୀଙ୍କଠୁ ଲୁଟିଲେ

ଖୋର୍ଦ୍ଧା(ବଳରାମ ଲେଙ୍କା): ଗ୍ରାହକ ହୋଇ ଆସିଲେ, ଶେଷରେ ଦୋକାନୀଙ୍କଠୁ ଲୁଟିଲେ ସୁନା ଚେନ୍‌ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହରରେ । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି। ହେଲେ ଅଭିଯୁକ୍ତଜଣକ ଫେରାର ହୋଇଯାଇଥିବାରୁ ଟେର ପାଇପାରୁନି ପୁଲିସ୍‌। ଜଟଣୀ ସହରରରେ ଥିବା ଏକ ଡିସ୍ ଟିଭି ଦୋକାନକୁ ଗତକାଲି ମଧ୍ୟାହ୍ନରେ ଜଣେ ଗ୍ରାହକ ଆସିଥିଲେ । ଦୋକାନରେ ଥିବା ଜଣେ ମହିଳାଙ୍କୁ କିଛି ପଚରାଉଚରା କରିଥିଲେ । ତେବେ ମହିଳା ଜଣଙ୍କ […]

author-image
Niharika Rout
ଗ୍ରାହକ ହୋଇ ଆସିଲେ, ଦୋକାନୀଙ୍କଠୁ ଲୁଟିଲେ

khorda-1

ଖୋର୍ଦ୍ଧା(ବଳରାମ ଲେଙ୍କା): ଗ୍ରାହକ ହୋଇ ଆସିଲେ, ଶେଷରେ ଦୋକାନୀଙ୍କଠୁ ଲୁଟିଲେ ସୁନା ଚେନ୍‌ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହରରେ । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି। ହେଲେ ଅଭିଯୁକ୍ତଜଣକ ଫେରାର ହୋଇଯାଇଥିବାରୁ ଟେର ପାଇପାରୁନି ପୁଲିସ୍‌।

Advertisment

ଜଟଣୀ ସହରରରେ ଥିବା ଏକ ଡିସ୍ ଟିଭି ଦୋକାନକୁ ଗତକାଲି ମଧ୍ୟାହ୍ନରେ ଜଣେ ଗ୍ରାହକ ଆସିଥିଲେ । ଦୋକାନରେ ଥିବା ଜଣେ ମହିଳାଙ୍କୁ କିଛି ପଚରାଉଚରା କରିଥିଲେ । ତେବେ ମହିଳା ଜଣଙ୍କ କିଛି ବୁଝିବା ପୂର୍ବରୁ ଗ୍ରାହକ ହୋଇ ଆସିଥିବା ଲୁଟେରା ମହିଳାଙ୍କ ବେକରୁ ସୁନାଚେନ ଛିଣ୍ଡାଇ ଦଉଡି ପଳାଇଥିଲେ ।

ମହିଳାଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ପହଞ୍ଚିବା ବେଳକୁ ଲୁଟେରାଜଣକ ଫେରାର ହୋଇଯାଇଥିଲେ ।  ଏ ସମସ୍ତ ଘଟଣା ଦୋକାନରେ ଥିବା ସିସିଟିଭିରେ କଏଦ ହୋଇଯାଇଛି ।  ତେବେ  ଲୁଟେରାଜଣକ ମାସ୍କ ଓ ହେଲମେଟ ପିନ୍ଧିଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି। ଏନେଇ ମହିଳା ଜଣକ ଜଟଣୀ ଥାନାରେ ଏତଲା କରିଛନ୍ତି ।

Advertisment
Loot