khorda-1
ଖୋର୍ଦ୍ଧା(ବଳରାମ ଲେଙ୍କା): ଗ୍ରାହକ ହୋଇ ଆସିଲେ, ଶେଷରେ ଦୋକାନୀଙ୍କଠୁ ଲୁଟିଲେ ସୁନା ଚେନ୍ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହରରେ । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି। ହେଲେ ଅଭିଯୁକ୍ତଜଣକ ଫେରାର ହୋଇଯାଇଥିବାରୁ ଟେର ପାଇପାରୁନି ପୁଲିସ୍।
ଜଟଣୀ ସହରରରେ ଥିବା ଏକ ଡିସ୍ ଟିଭି ଦୋକାନକୁ ଗତକାଲି ମଧ୍ୟାହ୍ନରେ ଜଣେ ଗ୍ରାହକ ଆସିଥିଲେ । ଦୋକାନରେ ଥିବା ଜଣେ ମହିଳାଙ୍କୁ କିଛି ପଚରାଉଚରା କରିଥିଲେ । ତେବେ ମହିଳା ଜଣଙ୍କ କିଛି ବୁଝିବା ପୂର୍ବରୁ ଗ୍ରାହକ ହୋଇ ଆସିଥିବା ଲୁଟେରା ମହିଳାଙ୍କ ବେକରୁ ସୁନାଚେନ ଛିଣ୍ଡାଇ ଦଉଡି ପଳାଇଥିଲେ ।
ମହିଳାଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ପହଞ୍ଚିବା ବେଳକୁ ଲୁଟେରାଜଣକ ଫେରାର ହୋଇଯାଇଥିଲେ । ଏ ସମସ୍ତ ଘଟଣା ଦୋକାନରେ ଥିବା ସିସିଟିଭିରେ କଏଦ ହୋଇଯାଇଛି । ତେବେ ଲୁଟେରାଜଣକ ମାସ୍କ ଓ ହେଲମେଟ ପିନ୍ଧିଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି। ଏନେଇ ମହିଳା ଜଣକ ଜଟଣୀ ଥାନାରେ ଏତଲା କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/khorda-1.jpg)