Advertisment

ସଂସଦ ଭିତରେ ସାଂସଦ ଖାଇଲେ କଞ୍ଚା ବାଇଗଣ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ଲୋକସଭାରେ ଘମାଘୋଟ ବିତର୍କ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଅଜବ ଘଟଣା। ଆଲୋଚନା ବେଳେ ସର୍ବସମ୍ମୁଖରେ କଞ୍ଚା ବାଇଗଣ ଖାଇ ଅଭିନବ ଢଙ୍ଗରେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ତୃଣମୂଳ କଂଗ୍ରେସର ମହିଳା ସାଂସଦ କାକୋଳି ଘୋଷ ଦସ୍ତିଦାର। ସେ ହଠାତ ନିଜ ଚେୟାରରୁ ଉଠିପଡ଼ି ଗୋଟିଏ କଞ୍ଚା ବାଇଗଣକୁ କାମୁଡି ଖାଇଥିଲେ। ତେବେ ସେ ଯେଉଁଭଳି ଢଙ୍ଗରେ ବାଇଗଣ ଖାଉଥିଲେ ତାହା ବେଶ ହାସ୍ୟରୋଳ ପରିବେଶ ସୃଷ୍ଟି କରିଥିଲା। ସେ […]

author-image
Hemant Lenka
ସଂସଦ ଭିତରେ ସାଂସଦ ଖାଇଲେ କଞ୍ଚା ବାଇଗଣ

MP-Kakoli-Ghosh-Dastidar

ନୂଆଦିଲ୍ଲୀ: ଦରଦାମ ବୃଦ୍ଧିକୁ ନେଇ ଲୋକସଭାରେ ଘମାଘୋଟ ବିତର୍କ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଅଜବ ଘଟଣା। ଆଲୋଚନା ବେଳେ ସର୍ବସମ୍ମୁଖରେ କଞ୍ଚା ବାଇଗଣ ଖାଇ ଅଭିନବ ଢଙ୍ଗରେ ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ତୃଣମୂଳ କଂଗ୍ରେସର ମହିଳା ସାଂସଦ କାକୋଳି ଘୋଷ ଦସ୍ତିଦାର।

Advertisment

ସେ ହଠାତ ନିଜ ଚେୟାରରୁ ଉଠିପଡ଼ି ଗୋଟିଏ କଞ୍ଚା ବାଇଗଣକୁ କାମୁଡି ଖାଇଥିଲେ। ତେବେ ସେ ଯେଉଁଭଳି ଢଙ୍ଗରେ ବାଇଗଣ ଖାଉଥିଲେ ତାହା ବେଶ ହାସ୍ୟରୋଳ ପରିବେଶ ସୃଷ୍ଟି କରିଥିଲା।

ସେ ସିଧାସଳଖ ପ୍ରଶ୍ନ କରିଥିଲେ ଯେ କ’ଣ ସରକାର ଦେଶବାସୀ ଏମିତି କଞ୍ଚା ପରିବା ଖାଆନ୍ତୁ ବୋଲି ଚାହୁଁଛନ୍ତି? କାହିଁକି ନା ରନ୍ଧନ ଗ୍ୟାସ ଦାମ ଯାହା ହେଲାଣି ଆଉ କିଣି ରୋଷେଇ କରିବା ସ୍ଥିତିରେ ନାହାନ୍ତି ସାଧାରଣ ଲୋକେ। ଗତ କିଛି ମାସ ମଧ୍ୟରେ ଏଲପିଜି ଗ୍ୟାସ ଦର ୬୦୦ରୁ ବୃଦ୍ଧି ପାଇ ୧୦୦୦ ଟଙ୍କାରେ ପହଞ୍ଚିଛି।

Advertisment

ଏଲପିଜି ଦର ହ୍ରାସ ହେବା ଉଚିତ। ସରକାର ଦର ବୃଦ୍ଧି କରି ଆମକୁ ବିନା ରନ୍ଧାରେ ଖାଦ୍ୟ ଖାଇବା ଅଭ୍ୟାସରେ ପକାଇବା ପାଇଁ ଚେଷ୍ଟା କରୁଛନ୍ତି। ସିଲିଣ୍ଡର ଦର କେମିତି ଲୋକଙ୍କ ଉପରେ ପ୍ରଭାବ ପକାଉଛି ସେକଥା ସରକାର ବୁଝିବା ଦରକାର। କିଛି ମାସ ମଧ୍ୟରେ ରନ୍ଧନ ଗ୍ୟାସ ଦର ୪ଥର ବଢ଼ିଲାଣି। କେମିତି ଜଣେ ଗରିବ ଲୋକ ୧୧୦୦ ଟଙ୍କା ଦେଇ ଏଲପିଜି କିଣିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପରେ ସେ ନିଜ ପାଖରେ ଥିବା କଞ୍ଚା ବାଇଗଣକୁ ବାହାର କରି ଖାଇବା ଆରମ୍ଭ କରିଥିଲେ।


ଗତ ଜୁଲାଇରେ ଶେଷଥର ପାଇଁ ରନ୍ଧନ ଗ୍ୟାସ ଦରବୃଦ୍ଧି ହୋଇଥିଲା। ବର୍ଷକ ମଧ୍ୟରେ ୮ ଥର ଦରବୃଦ୍ଧି ହୋଇଛି। ଯାହାକୁ ନେଇ ଗୃହରେ ବେଶ ଉଦବେଗ ପ୍ରକାଶ ପାଇଥିଲା।