Advertisment

ଏଠି ପ୍ରସାଦରେ ମିଳୁଛି ମଟନ୍‌ ବିରିୟାନୀ

ଚେନ୍ନାଇ: ପ୍ରସାଦରେ ମଟନ୍‌ ବିରିୟାନୀ। ଏମିତି ଏକ ଅଦ୍ଭୁତ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ।  କିନ୍ତୁ ଏହା ନିରାଟ ସତ। ଆଜ୍ଞା ହଁ, ଦକ୍ଷିଣ ଭାରତରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ମଟନ୍‌ ବିରିୟାନୀ ପ୍ରସାଦ ଭାବରେ ମିଳିଥାଏ। କେବଳ ବିରିୟାନୀ ଖାଇବା ପାଇଁ  ହଜାର ହଜାର ସଂଖ୍ୟାରେ ଲୋକ ଆସିଥାନ୍ତି। ଏହି ମନ୍ଦିରଟି ତାମିଲନାଡୁର ମଦୁରାଇରେ ବଡକ୍କମ୍‌ ପଟ୍ଟି ଗାଁରେ ରହିଛି। ଏଠି ଲୋକଙ୍କୁ ପ୍ରସାଦ ଭାବରେ ମଟନ୍‌ ବିରିୟାନୀ ମିଳିଥାଏ। ଏହି ପ୍ରଥା […]

ଏଠି ପ୍ରସାଦରେ ମିଳୁଛି ମଟନ୍‌ ବିରିୟାନୀ

biriyani

Advertisment

ଚେନ୍ନାଇ: ପ୍ରସାଦରେ ମଟନ୍‌ ବିରିୟାନୀ। ଏମିତି ଏକ ଅଦ୍ଭୁତ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ।  କିନ୍ତୁ ଏହା ନିରାଟ ସତ। ଆଜ୍ଞା ହଁ, ଦକ୍ଷିଣ ଭାରତରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ମଟନ୍‌ ବିରିୟାନୀ ପ୍ରସାଦ ଭାବରେ ମିଳିଥାଏ। କେବଳ ବିରିୟାନୀ ଖାଇବା ପାଇଁ  ହଜାର ହଜାର ସଂଖ୍ୟାରେ ଲୋକ ଆସିଥାନ୍ତି।

Advertisment

ଏହି ମନ୍ଦିରଟି ତାମିଲନାଡୁର ମଦୁରାଇରେ ବଡକ୍କମ୍‌ ପଟ୍ଟି ଗାଁରେ ରହିଛି। ଏଠି ଲୋକଙ୍କୁ ପ୍ରସାଦ ଭାବରେ ମଟନ୍‌ ବିରିୟାନୀ ମିଳିଥାଏ। ଏହି ପ୍ରଥା ୧୯୩୭ ମସିହାରୁ ଚାଲି ଆସୁଛି। ଏହି ବିରିୟାନୀ ମୁନିୟାନ୍ଦୀ ହୋଟେଲ ମନ୍ଦିରରେ ଖାଇବାକୁ ଦିଆଯାଇଥାଏ।

ପ୍ରକୃତରେ ଏହି ଗାଁରେ ଗୁରୁସ୍ୱାମୀ ନାଇଡୁ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଦେବତା ମୁନିୟାନ୍ଦୀଙ୍କ ନାମରେ ଏକ ହୋଟେଲ୍‌ର ଶୁଭାରମ୍ଭ କରିଥିଲେ। ଏହାପରେ ମୁନିୟାନ୍ଦୀ ଦେବତାଙ୍କ ନାମରେ ଗୋଟିଏ ପରେ ଗୋଟିଏ ହୋଟେଲ୍‌ ଖୋଲିବା ଆରମ୍ଭ ହୋଇଥିଲା। ଏହି ସମସ୍ତ ହୋଟେଲ୍‌ରେ ଗ୍ରାହକମାନଙ୍କୁ ସ୍ୱାଦିଷ୍ଟ ନନ୍‌ ଭେଜ୍‌ ବିରିୟାନୀ ଖାଇବାକୁ ଦିଆଯାଇଥାଏ।

Advertisment

ସମ୍ପୂର୍ଣ୍ଣ ଦକ୍ଷିଣ ଭାରତରେ ବର୍ତ୍ତମାନ ୧୫୦୦ରୁ ଅଧିକ ମୁନିୟାନ୍ଦୀ ଦେବତାଙ୍କ ହୋଟେଲ ରହିଛି। ପ୍ରତିବର୍ଷ ସମସ୍ତ ହୋଟେଲ୍‌ ମାଲିକ ଏକାଠି ହୋଇ ଏକ ଉତ୍ସବର ଆୟୋଜନ କରି ପ୍ରସାଦ ରୂପରେ ଲୋକଙ୍କୁ ବିରିୟାନୀ ଖାଇବାକୁ ଦେଇଥାନ୍ତି।

ଆହୁରି ମଧ୍ୟ ଗ୍ରାହକଙ୍କୁ ବିରିୟାନୀ ଖାଇବାକୁ ଦେବା ପରେ ହୋଟେଲ ମାଲିକ ତାଙ୍କର କୁଳ ଦେବତାଙ୍କୁ କାର୍ଯ୍ୟର ସଫଳତା ପାଇଁ ଧନ୍ୟବାଦ ଦେଇଥାନ୍ତି। ନିକଟରେ ସେଠାରେ ଏକ ଉତ୍ସବରେ ୮ ହଜାର ଲୋକଙ୍କୁ ବିରିୟାନୀ ପରଷା ଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe