Advertisment

ମୋ କାମ କଥା କହିବ : ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ସାଧାରଣ ନାଗରିକଙ୍କ ସେବା କରିବା ମୋର ପ୍ରାଥମିକତା। ମୁଁ କଥାରେ ନୁହଁ କାମରେ ବିଶ୍ୱାସ କରେ। ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବା ପରେ ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ ଏହା କହିଛନ୍ତି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି , କଥା କହି ନୁହେଁ, କାମ କରି ଦେଖାଇବି। ସାଧାରଣ ଲୋକଙ୍କ ପାଇଁ କାମ କରିବି। ମୋତେ ବଡ଼ ସୁଯୋଗ ଏବଂ ବଡ଼ ଦାୟିତ୍ୱ ମିଳିଛି। ମୋର ପ୍ରାଥମିକତା ହେଉଛି ସାଧାରଣ ଲୋକଙ୍କର ସେବା […]

ମୋ କାମ କଥା କହିବ : ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼

DY Chandrachud

Advertisment

ନୂଆଦିଲ୍ଲୀ: ସାଧାରଣ ନାଗରିକଙ୍କ ସେବା କରିବା ମୋର ପ୍ରାଥମିକତା। ମୁଁ କଥାରେ ନୁହଁ କାମରେ ବିଶ୍ୱାସ କରେ। ସୁପ୍ରିମକୋର୍ଟର ୫୦ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବା ପରେ ଜଷ୍ଟିସ୍ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ ଏହା କହିଛନ୍ତି। ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି , କଥା କହି ନୁହେଁ, କାମ କରି ଦେଖାଇବି। ସାଧାରଣ ଲୋକଙ୍କ ପାଇଁ କାମ କରିବି। ମୋତେ ବଡ଼ ସୁଯୋଗ ଏବଂ ବଡ଼ ଦାୟିତ୍ୱ ମିଳିଛି।

Advertisment

ମୋର ପ୍ରାଥମିକତା ହେଉଛି ସାଧାରଣ ଲୋକଙ୍କର ସେବା କରିବା। ଆଗକୁ ଆପଣ ଦେଖିବେ, ବୈଷୟିକ ସଂସ୍କାର, ରେଜିଷ୍ଟ୍ରି ସଂସ୍କାର ହେଉ ବା ନ୍ୟାୟିକ ସଂସ୍କାର, ଆମେ ନାଗରିକଙ୍କୁ ପ୍ରାଥମିକତା ଦେବୁ। ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ଼ ଆଜି ଭାରତର ପ୍ରଧାନବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କୁ ଭାରତର ପ୍ରଧାନବିଚାରପତି ଭାବେ ଶପଥ ପାଠ କରାଇଛନ୍ତି। ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଇନମନ୍ତ୍ରୀ କିରେନ୍‌ ରିଜିଜୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍‌, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ଭାରତର ପୂର୍ବତନ ପ୍ରଧାନବିଚାରପତି ୟୁ. ୟୁ. ଲଳିତ ଏବଂ ସୁପ୍ରିମ୍‌ କ‌ୋର୍ଟର ଅନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ।ନ୍ୟାୟମୂର୍ତ୍ତି ଡିୱାଇ ଚନ୍ଦ୍ରଚୂଡ ଅଯୋଧ୍ୟା ବିବାଦ, ଗୋପନୀୟତା ଅଧିକାର ପରି ଗୁରୁତ୍ୱପୂର୍ଣ୍ଣ ଖଣ୍ଡପୀଠର ସଦସ୍ୟ ଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ଼ ଦେଶର ସବୁଠୁ ଦୀର୍ଘ ସମୟ ଯାଏଁ ସିଜେଆଇ ରହିଥିବା ନ୍ୟାୟମୂର୍ତ୍ତି ୱାଇ.ବି.ଚନ୍ଦ୍ରଚୂଡଙ୍କ ପୁଅ ।

୧୯୭୮ ଫେବ୍ରୁଆରୀ ୨୨ରୁ ୧୯୮୫ ଜୁଲାଇ ୧୧ ଯାଏଁ ତାଙ୍କ ବାପା ଭାରତର ସିଜେଆଇ ଥିଲେ । ଭାରତର ସର୍ବୋଚ୍ଚ ନ୍ୟାୟାଳୟର ସାତ ଦଶନ୍ଧିରୁ ଅଧିକ ଲମ୍ୱା ଇତିହାସରେ ପ୍ରଥମ ଥର ପାଇଁ ଜଣେ ପୂର୍ବତନ ସିଜେଆଇଙ୍କ ପୁଅ ଏହି ପଦରେ ବସିଛନ୍ତି । ଜଷ୍ଟିସ ଚନ୍ଦ୍ରଚୂଡ଼ ଚନ୍ଦ୍ରଚୂଡ ୨୦୨୪ ନଭେମ୍ୱର ୧୦ ଯାଏଁ ଦୁଇ ବର୍ଷ ଧରି ସିଜେଆଇ ଭାବେ କାର୍ଯ୍ୟ କରିବେ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe