ନାଲକୋରୁ ପୁଞ୍ଜିପ୍ରତ୍ୟାହାରକୁ ବିଜେଡି ସାଂସଦଙ୍କ ବିରୋଧ, କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

ନୂଆଦିଲ୍ଲୀ: ନାଲକୋରୁ ପୁଞ୍ଜିପ୍ରତ୍ୟାହାର ପ୍ରସ୍ତାବକୁ ବିରୋଧ କରିଛନ୍ତି ବିଜେଡିର ସାଂସଦମାନେ। ଏନେଇ ସେମାନେ ଆଜି ଭେଟିଥିଲେ କେନ୍ଦ୍ର ଖଣି ଓ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ। ଆଉ ନାଲକୋରୁ ପୁଞ୍ଜିପ୍ରତ୍ୟାହର ନକରିବା ପାଇଁ ଏକ ଦାବି ପତ୍ର ଦେଇଥିଲେ। ସୂଚନାଯୋଗ୍ୟ, ପୁଞ୍ଜିପ୍ରତ୍ୟାହାର ପାଇଁ ସରକାର ପ୍ରସ୍ତୁତ କରିଥିବା ପିଏସୟୁମାନଙ୍କର ତାଲିକାରେ ନାଲକୋର ନାମ ବି ରହିଛି।