Advertisment

ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡଙ୍କ ଭାଇଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲଙ୍କ ଲିଭ୍-ଇନ୍ ପାର୍ଟନର୍ ତଥା ଗର୍ଲଫ୍ରେଣ୍ଡ୍ ଗେବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇ ଅଗିସିଲାଓସ୍ ଡେମୋଟ୍ରିଏଡସଙ୍କୁ ଗିରଫ କରିଛି ଏନସିବି। ତେବେ ଧର୍ମା ପ୍ରଡକ୍ସନର ପୂର୍ବତନ ନିର୍ଦ୍ଦେଶକ କ୍ଷୀତିଜ୍ ପ୍ରସାଦଙ୍କ ସହ ୨୪/୨୦ ମାମଲାରେ ଅଗିସିଲାଓସଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଉଭୟ କ୍ଷୀତିଜ ଏବଂ ଅଗିସିଲାଓସଙ୍କ କୋକିନ୍ ସପ୍ଲାୟର ଓମେଗା ଗଡଓ୍ୱିନଙ୍କ ସହ ଲିଙ୍କ ଥିବା ଏନସିବିକୁ ଜଣାପଡ଼ିଛି। ଗଡଓ୍ୱିନଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଜେରା ବେଳେ ସେ ଡେମେଚ୍ରିଏଡସ୍ ଏବଂ […]

author-image
Pragnya Choudhury
ଅର୍ଜୁନ ରାମପାଲଙ୍କ ଗର୍ଲଫ୍ରେଣ୍ଡଙ୍କ ଭାଇଙ୍କୁ ଗିରଫ କଲା ଏନସିବି

arjun

ମୁମ୍ବାଇ: ଅଭିନେତା ଅର୍ଜୁନ ରାମପାଲଙ୍କ ଲିଭ୍-ଇନ୍ ପାର୍ଟନର୍ ତଥା ଗର୍ଲଫ୍ରେଣ୍ଡ୍ ଗେବ୍ରିଏଲା ଡେମେଟ୍ରିଏଡସଙ୍କ ଭାଇ ଅଗିସିଲାଓସ୍ ଡେମୋଟ୍ରିଏଡସଙ୍କୁ ଗିରଫ କରିଛି ଏନସିବି। ତେବେ ଧର୍ମା ପ୍ରଡକ୍ସନର ପୂର୍ବତନ ନିର୍ଦ୍ଦେଶକ କ୍ଷୀତିଜ୍ ପ୍ରସାଦଙ୍କ ସହ ୨୪/୨୦ ମାମଲାରେ ଅଗିସିଲାଓସଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ଉଭୟ କ୍ଷୀତିଜ ଏବଂ ଅଗିସିଲାଓସଙ୍କ କୋକିନ୍ ସପ୍ଲାୟର ଓମେଗା ଗଡଓ୍ୱିନଙ୍କ ସହ ଲିଙ୍କ ଥିବା ଏନସିବିକୁ ଜଣାପଡ଼ିଛି। ଗଡଓ୍ୱିନଙ୍କୁ ପୂର୍ବରୁ ଗିରଫ କରାଯାଇଥିବା ବେଳେ ଜେରା ବେଳେ ସେ ଡେମେଚ୍ରିଏଡସ୍ ଏବଂ କ୍ଷୀତିଜଙ୍କ ସହ ତାଙ୍କର ଲିଙ୍କ୍ ଥିବା ଜଣାପଡ଼ିଥିଲା।

ଅନ୍ୟପଟେ ଅବଦୁଲ ଓ୍ୱାହିଦଙ୍କ ନାମରେ ଏକ ଡ୍ରଗ୍ ପେଡଲରକୁ ମଧ୍ୟ ଏନସିବି ଗିରଫ କରିଛି। ଅବଦୁଲ ଓ୍ୱାହିଦ ହେଉଛି ମୁମ୍ବାଇ ଉପନହରର ସବୁଠାରୁ ବଡ଼ ଡ୍ରଗ ପେଡଲର। ସେ ଟିଭି ଅଭିନେତା, ଅଭିନେତ୍ରୀ ତଥା ମଡେଲମାନଙ୍କୁ ଡ୍ରଗ ଯୋଗାଇଥାଏ। ଅବଦୁଲଙ୍କ ଟୋୟଟା ଇନୋଭାକୁ ଏନସିବି ଜବତ କରିଛି, ଯେଉଁଠି ବଡ଼ ସଂଖ୍ୟକ ଡ୍ରଗ୍ସ ମିଳିଥିବା ଜଣାପଡ଼ିଛି।

Advertisment

ପ୍ରକାଶଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଲା। ଏନସିବି ମାମଲାର ତଦନ୍ତ କରୁଥିବା ବେଳେ ଏହାର ଜଡ଼ ଯାଏଁ ପହଞ୍ଚିବାକୁ ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ, ଶୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ମ୍ୟାନେଜର ସେମୁଏଲ ମିରାଣ୍ଡା, ଦୀପେଶ ସାଓ୍ୱନ୍ତଙ୍କ ସମେତ ଅନେକ ଲୋକଙ୍କୁ ଏନସିବି ଗିରଫ କରିସାରିଛି। ତେବେ ଜାମିନ୍ ପାଇଁ ରିୟା ବର୍ତ୍ତମାନ ବାହାରକୁ ଆସିଛନ୍ତି। ଅନ୍ୟପଟେ ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନସିବି ପଚରାଉଚରା କରୁଛି।

Bollywood NCB Arjun Rampal