Advertisment

ସେପ୍ଟେମ୍ବର ୧୧ରେ ନିଟ୍‌ ପିଜି , ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇବାରୁ ଗୋଟିଏ ପରେ ଗୋଟିଏ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା ହେବାରେ ଲାଗିଛି। ଏହିକ୍ରମରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ସମଗ୍ର ଦେଶରେ ନିଟ୍‌ ପିଜି ଅନୁଷ୍ଠିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ଏହି ପୋଷ୍ଟ ଗ୍ରାଜ୍ୟୁଏଟ ମେଡିକାଲ ପରୀକ୍ଷାକୁ କରୋନା ପାଇଁ ସ୍ଥଗିତ ରଖିଥିଲେ ଓ ଅଗଷ୍ଟ ଶେଷ ଯାଏ ପରୀକ୍ଷା ହେବନାହିଁ ବୋଲି […]

ସେପ୍ଟେମ୍ବର ୧୧ରେ ନିଟ୍‌ ପିଜି , ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

NEET

Advertisment

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ହ୍ରାସ ପାଇବାରୁ ଗୋଟିଏ ପରେ ଗୋଟିଏ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା ହେବାରେ ଲାଗିଛି। ଏହିକ୍ରମରେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ସମଗ୍ର ଦେଶରେ ନିଟ୍‌ ପିଜି ଅନୁଷ୍ଠିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି।

Advertisment

ପୂର୍ବରୁ କେନ୍ଦ୍ର ସରକାର ଏହି ପୋଷ୍ଟ ଗ୍ରାଜ୍ୟୁଏଟ ମେଡିକାଲ ପରୀକ୍ଷାକୁ କରୋନା ପାଇଁ ସ୍ଥଗିତ ରଖିଥିଲେ ଓ ଅଗଷ୍ଟ ଶେଷ ଯାଏ ପରୀକ୍ଷା ହେବନାହିଁ ବୋଲି କହିଥିଲେ। ମନସୁଖ ମାଣ୍ଡଭିୟ ଟ୍ୱିଟ କରି କହିଛନ୍ତି, “ଆମେ ନିଟ୍‌ ପଜିକୁ ୨୦୨୧ ମସିହା ସେପ୍ଟେମ୍ବର ୧୧ରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ। ମୁଁ ସମସ୍ତ ଯୁବ ମେଡିକାଲ ଆଶାୟୀଙ୍କୁ ଶୁଭେଚ୍ଛା ଜଣାଉଛି।”

ସୂଚନାଯୋଗ୍ୟ, ଏହି ପରୀକ୍ଷା ପ୍ରଥମେ ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ମହାମାରୀ କରୋନା ପାଇଁ ସରକାର ଏପ୍ରିଲ ୧୫ରେ ଏହା ଉପରେ ରୋକ ଲଗାଇ ଦେଇଥିଲେ। ଏହାପୂର୍ବରୁ ପରୀକ୍ଷା ଆୟୋଜନକୁ ଶତାଧିକ ଡାକ୍ତର ବିରୋଧ କରିଥିଲେ। ସେମାନଙ୍କ ଚାପରେ ସରକାର ପରୀକ୍ଷା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ।

Advertisment

ଏହାପରେ ପିଏମଓ ପକ୍ଷରୁ ଅଗଷ୍ଟ ଶେଷ ଯାଏ ପରୀକ୍ଷା ହେବନି ଓ ପରୀକ୍ଷା ସମ୍ପର୍କରେ ନୂଆ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଥିଲା। ଏବେ ନୂଆ ତାରିଖ ଘୋଷଣା କରାଯାଇଛି।


ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଟ୍‌ ୟୁଜି ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଥିଲେ। ଏଥିପାଇଁ ଆଜି ସନ୍ଧ୍ୟା ୫ଟାରୁ ଛାତ୍ରଛାତ୍ରୀମାନେ ଆବେଦନ କରିବା ଆରମ୍ଭ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe