Advertisment

ଆଜି ରାଜଧାନୀରେ ପୁଣି ହଜାରେ ଅତିକ୍ରମ କଲା କରୋନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନର ନୀରବତା ପରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ପୁଣି ହଜାରେ ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଏଠାରୁ ୧୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୩୯ ଲୋକାଲ୍‌ କେସ୍‌। ଏହାଛଡ଼ା ଆଜି ୬୫୫ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ତେବେ ଚିନ୍ତା ବଢ଼ାଇଲା ପାତ୍ରପଡ଼ା। ଆଜି […]

ଅଦ୍ୟତନ ହୋଇଛି
ଆଜି ରାଜଧାନୀରେ  ପୁଣି ହଜାରେ ଅତିକ୍ରମ କଲା କରୋନା

Bhubaneswar

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛି ଦିନର ନୀରବତା ପରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଜି ପୁଣି ହଜାରେ ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଏଠାରୁ ୧୧୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୩୯ ଲୋକାଲ୍‌ କେସ୍‌। ଏହାଛଡ଼ା ଆଜି ୬୫୫ ଜଣ କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟ୍ୱିଟ୍‌ କରିଛି। ତେବେ ଚିନ୍ତା ବଢ଼ାଇଲା ପାତ୍ରପଡ଼ା।

Advertisment

ଆଜି ଚିହ୍ନଟ ହୋଇଥିବା ୯୩୯ ଲୋକାଲ୍‌ କେସ୍‌ ଭିତରୁ କଟକ ରୋଡ୍‌, କୋଳଥିଆ, ଗୋପବନ୍ଧୁ ନଗର, ଗଙ୍ଗା ନଗର, ଡେଲ୍‌ଟା କଲୋନୀ, ଆଇଗିଣିଆ, ଅଶୋକ ନଗର, ଜିଜିପି କଲୋନୀ, ଜନଲା, ବାଲିପାଟଣା, ଘାଟିକିଆ, ନଖରା, କଳିଙ୍ଗ ଷ୍ଟୁଡିଓ ସ୍କ୍ୱୋୟାର,ଖଣ୍ଡଗିରି ବାରି, ଏୟାରପୋର୍ଟ, କଳାରାହାଙ୍ଗ, ୟୁନିଟ୍‌-୧, ୟୁନିଟ୍‌-୭, ଶିରିପୁର, ରଘୁନାଥପୁର, ପାୱାର ହାଉସ୍‌ ୱେୟାର ଓ ପାଣ୍ଡରାରୁ ଜଣେ ଲେଖାଏଁ ଲୋକାଲ୍‌ କେସ୍‌ ଚିହ୍ନଟ ହୋଇଛନ୍ତି।

https://twitter.com/bmcbbsr/status/1389565685462835202?s=20

ସେହିପରି ଶୈଳଶ୍ରୀ ବିହାରରୁ ୧୭, ବିବେକାନନ୍ଦ ମାର୍ଗରୁ ୨, ଭିଏସ୍‌ଏସ୍‌ ନଗରରୁ ୮, ବାଣୀ ବିହାରରୁ ୪,  ୟୁନିଟ୍‌-୬ରୁ ୨୨, ୟୁନିଟ୍‌-୮ରୁ ୨୨, ଶ୍ରୀ ବିହାରରୁ ୪,  ୟୁନିଟ୍‌-୪ରୁ ୧୩,  ୟୁନିଟ୍‌-୨ରୁ ୫, ୟୁନିଟ୍‌-୩ରୁ ୧୮, ସୌଭାଗ୍ୟ ନଗରରୁ ୪, ସୁନ୍ଦରପଦାରୁ ୨୦, ସୂର୍ଯ୍ୟନଗରରୁ ୬, ଟଙ୍କପାଣି ରୋଡ୍‌ରୁ ୧୪, ୟୁନିଟ୍‌-୯ରୁ ୩୪, ଶ୍ୟାମପୁରରୁ ୫, ଶାଲିଆ ସାହିରୁ ୩, ସାମନ୍ତରାପୁରରୁ ୧୦, ଶାସ୍ତ୍ରୀ ନଗରରୁ ୧୭, ଶବର ସାହିରୁ ୨, ସହିଦ ନଗରରୁ ୫, ରସୁଲଗଡ଼ରୁ ୩୬, ଓଲ୍‌ଡ ଟାଉନ୍‌ରୁ ୩୬, ପାଇକ ନଗରରୁ ୪, ପାତ୍ରପଡ଼ାରୁ ୫୦, ପୋଖରୀପୁଟରୁ ୮, ପଳାଶୁଣୀରୁ ୧୧, ପଳାସପଲ୍ଲୀରୁ ୫, ପାହାଳରୁ ୨, ନନ୍ଦନ ବିହାରରୁ ୫, ନ୍ୟୁ ଏଜି କଲୋନୀରୁ ୨, ଓଲ୍‌ଡ ଏଜି କଲୋନୀରୁ ୨,  ନାଗେଶ୍ୱର ଟାଙ୍ଗୀରୁ ୨, ନହରକଣ୍ଟାରୁ ୪, ଖାରବେଳ ନଗରରୁ ୪, ଲକ୍ଷ୍ମୀସାଗରରୁ ୩୧,  କଳିଙ୍ଗ ବିହାରରୁ ୬, କଳ୍ପନାରୁ ୯, ଖଣ୍ଡଗିରିରୁ ୩୬, କଳିଙ୍ଗ ନଗରରୁ ୬, ନୀଳାଦ୍ରି ବିହାରରୁ ୧୮, ଜୟଦେବ ବିହାରରୁ ୧୨, ହଂସପାଳରୁ ୯, ଗୋଠପାଟଣାରୁ ୩, ଝାରପଡ଼ାରୁ ୩୦, ଆଇଆର୍‌ସି ଭିଲେଜରୁ ୫, ଜାଗମରାରୁ ୪, ନୟାପଲ୍ଲୀରୁ ୪୯, ମଞ୍ଚେଶ୍ୱରରୁ ୧୯, ଆଚାର୍ଯ୍ୟ ବିହାରରୁ ୪, ଗାଡ଼କଣାରୁ ୩, ଗଜପତି ନିଗରରୁ ୩, ବୁଦ୍ଧେଶ୍ୱର କଲୋନୀରୁ ୫, ଚନ୍ଦ୍ରଶେଖରପୁରରୁ ୩୫, ଚକେଇଶିଆଣୀରୁ ୯, ଚିନ୍ତାମଣୀଶ୍ୱରରୁ ୮, ସିଆର୍‌ପି ସ୍କ୍ୱୋୟାରରୁ ୫, ଡମଣାରୁ ୩,  ଭୋଇ ନଗରରୁ ୩, ବରମୁଣ୍ଡାରୁ ୩୪, ବମିଖାଲ୍‌ରୁ ୨୫, ବ୍ରହ୍ମେଶ୍ୱରପାଟଣାରୁ ୨, ବଡ଼ଗଡ଼ରୁ ୨୧, ବାପୁଜୀ ନଜରରୁ ୩, ଭରତପୁରରୁ ୮, ଏଜି କଲୋନୀରୁ ୨, ଭୀମପୁରରୁ ୩,  ଆର୍ଯ୍ୟ ନଗରରୁ ୨, ଏମ୍‌ସ ନଗରରୁ ୪, ବିଜେବି ନଗରରୁ ୨୧, ସପ୍ତମ ବାଟାଲିଅନ୍‌ରୁ ୪, ଡୁମ୍‌ଡୁମାରୁ ୩୫ ଓ ଭିମଟାଙ୍ଗୀରୁ ୧୭ ଜଣ ଲେଖାଏ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe