Advertisment

ଅଜୟ ଦେବ୍‌ଗନ୍‌ଙ୍କ ସହ କାଜୋଲ୍‌ଙ୍କ ବିବାହ କେହି ବି ଚାହୁଁ ନ ଥିଲେ!

ମୁମ୍ବାଇ: ଫାଇଟ୍ ମାଷ୍ଟର୍‌ ବୀରୁ ଦେବ୍‌ଗନ୍‌ଙ୍କ ପୁଅ ଅଜୟଙ୍କ ସହ ତନୁଜା ତନୟା କାଜୋଲ୍‌ଙ୍କ ବିବାହ ଖବରକୁ ବଳିଉଡ୍‌ରେ ବହୁ ଲୋକ ପ୍ରଥମେ ଗ୍ରହଣ କରି ପାରି ନଥିଲେ। ଅଜୟ ସାଧାରଣତଃ ଗମ୍ଭୀର ସ୍ୱଭାବର ହୋଇଥିବାବେଳେ କାଜୋଲ୍‌ ବେଶ୍‌ ଭାବପ୍ରବଣ ଓ ଜିଦ୍‌ଖୋର୍‌ ଥିଲେ। ଏହି କାରଣରୁ ବି’ ଟାଉନ୍‌ର କେହି ବି ଚାହୁଁ ନଥିଲେ ଯେ ଏ ଦୁହିଁଙ୍କ ମଧ୍ୟରେ ବିବାହ ହେଉ। ନିକଟରେ ନିଜେ କାଜୋଲ୍‌ ଏହି କଥା କହିଛନ୍ତି। କାଜୋଲ୍‌ କହିଛନ୍ତି, “ଅଜୟ […]

ଅଜୟ ଦେବ୍‌ଗନ୍‌ଙ୍କ ସହ କାଜୋଲ୍‌ଙ୍କ ବିବାହ କେହି ବି ଚାହୁଁ ନ ଥିଲେ!

kajol-ajay-_1

Advertisment

ମୁମ୍ବାଇ: ଫାଇଟ୍ ମାଷ୍ଟର୍‌ ବୀରୁ ଦେବ୍‌ଗନ୍‌ଙ୍କ ପୁଅ ଅଜୟଙ୍କ ସହ ତନୁଜା ତନୟା କାଜୋଲ୍‌ଙ୍କ ବିବାହ ଖବରକୁ ବଳିଉଡ୍‌ରେ ବହୁ ଲୋକ ପ୍ରଥମେ ଗ୍ରହଣ କରି ପାରି ନଥିଲେ।

Advertisment

ଅଜୟ ସାଧାରଣତଃ ଗମ୍ଭୀର ସ୍ୱଭାବର ହୋଇଥିବାବେଳେ କାଜୋଲ୍‌ ବେଶ୍‌ ଭାବପ୍ରବଣ ଓ ଜିଦ୍‌ଖୋର୍‌ ଥିଲେ। ଏହି କାରଣରୁ ବି' ଟାଉନ୍‌ର କେହି ବି ଚାହୁଁ ନଥିଲେ ଯେ ଏ ଦୁହିଁଙ୍କ ମଧ୍ୟରେ ବିବାହ ହେଉ। ନିକଟରେ ନିଜେ କାଜୋଲ୍‌ ଏହି କଥା କହିଛନ୍ତି।

କାଜୋଲ୍‌ କହିଛନ୍ତି, "ଅଜୟ ଓ ତାଙ୍କ ବ୍ୟକ୍ତିତ୍ୱ ପରସ୍ପରର ବିପରୀତ। ବିବାହ ପୂର୍ବରୁ ସାମାଜିକ ବନ୍ଧୁତା କ୍ଷେତ୍ରରେ ମଧ୍ୟ ଉଭୟ ସେପରି ସମ୍ବେଦନଶୀଳ ନଥିଲେ। ତେଣୁ ଆମ ବିବାହର ସ୍ଥାୟିତ୍ୱକୁ ନେଇ ପ୍ରାୟ ଅନେକ ସନ୍ଦିହାନ ଥିଲେ। ତେବେ ଦୁଇ ପରିବାର ରାଜି ଥିବାରୁ ୧୯୯୯ ମସିହାରେ ଏହି ବିବାହ ସମ୍ଭବ ହୋଇଥିଲା।"

Advertisment

publive-image

ତେବେ ସମସ୍ତ ଆଶଙ୍କାରେ ପୂର୍ଣ୍ଣଛେଦ ଟାଣି ବଳିଉଡ୍‌ର ଏହି ଚର୍ଚ୍ଚିତ ଯୋଡ଼ି ଆଗାମୀ ଦିନରେ ସେମାନଙ୍କ ବିବାହର ୨୦ ବର୍ଷ ପୂର୍ତ୍ତି ପାଳନ କରିବେ। ଅଜୟ ଓ କାଜୋଲ୍‌ଙ୍କୁ ବଲିଉଡ୍‌ର ଅନ୍ୟତମ ସଫଳ ଦମ୍ପତି ଭାବେ ଗଣା ଯାଉଛି।

ସୂଚନାଯୋଗ୍ୟ, ଅଭିନେତ୍ରୀ ରବିନା ଟଣ୍ଡନ୍‌ଙ୍କ ସହ ରିଲେସନ୍‌ଶିପ୍‌କୁ ବ୍ରେକ୍‌ ଅପ୍‌ କରି ଅଜୟ କାଜୋଲ୍‌ଙ୍କୁ ବିବାହ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe