Advertisment

ଭୁବନେଶ୍ୱରରେ ମିଳୁଛି ନକଲି ଟାଟା ଲୁଣ ଓ ସର୍‌ଫ ଏକ୍ସିଲ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସଲି ବ୍ରାଣ୍ଡର ନକଲି ଜରି, ଏହା ଭିତରେ ଭେଜାଲ ସାମଗ୍ରୀ। ଅର୍ଥାତ୍ ଜରି ବି ଡୁପ୍ଲିକେଟ, ସାମଗ୍ରୀ ବି ଡୁପ୍ଲିକେଟ। ଯାହାକୁ ଆପଣ ନାମୀଦାମୀ ବୋଲି ଭାବି କିଣୁଛନ୍ତି, ତାହା ହୋଇପାରେ ନକଲି। ତେଲ, ଘିଅ, ଅଟା, ସିମେଣ୍ଟ ପରେ ଏବେ ଲୁଣ ଓ ଡିଟରଜେଣ୍ଟ ବି ନକଲି। ତା ପୁଣି ଟାଟା ଲୁଣ ପ୍ୟାକେଟ୍। ସର୍‌ଫ ଏକ୍ସିଲ ଡିଟରଜେଣ୍ଟ। ରାଜଧାନୀ ଭୁବନେଶ୍ୱରରେ ମିଳୁଛି ଏଭଳି ନକଲି ବ୍ରାଣ୍ଡ ପ୍ୟାକେଟରେ ପଶିଥିବା ଭେଜାଲ ସାମଗ୍ରୀ। […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ମିଳୁଛି ନକଲି ଟାଟା ଲୁଣ ଓ ସର୍‌ଫ ଏକ୍ସିଲ !

salt

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସଲି ବ୍ରାଣ୍ଡର ନକଲି ଜରି, ଏହା ଭିତରେ ଭେଜାଲ ସାମଗ୍ରୀ। ଅର୍ଥାତ୍ ଜରି ବି ଡୁପ୍ଲିକେଟ, ସାମଗ୍ରୀ ବି ଡୁପ୍ଲିକେଟ। ଯାହାକୁ ଆପଣ ନାମୀଦାମୀ ବୋଲି ଭାବି କିଣୁଛନ୍ତି, ତାହା ହୋଇପାରେ ନକଲି। ତେଲ, ଘିଅ, ଅଟା, ସିମେଣ୍ଟ ପରେ ଏବେ ଲୁଣ ଓ ଡିଟରଜେଣ୍ଟ ବି ନକଲି। ତା ପୁଣି ଟାଟା ଲୁଣ ପ୍ୟାକେଟ୍। ସର୍‌ଫ ଏକ୍ସିଲ ଡିଟରଜେଣ୍ଟ। ରାଜଧାନୀ ଭୁବନେଶ୍ୱରରେ ମିଳୁଛି ଏଭଳି ନକଲି ବ୍ରାଣ୍ଡ ପ୍ୟାକେଟରେ ପଶିଥିବା ଭେଜାଲ ସାମଗ୍ରୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ବିଲକୁଲ ସତ। ଆଜି ଭୁବନେଶ୍ୱର ପାହାଳ ଥାନା ଶିବଶକ୍ତିନଗରରୁ ନକଲି ଲୁଣ ଓ ଡିଟରଜେଣ୍ଟ ପ୍ରସ୍ତୁତ କରୁଥିବା କାରଖାନା ଠାବ ହୋଇଛି। କଟକ ପରେ ରାଜଧାନୀ ଭୁବନେଶ୍ୱରରେ ଏଭଳି ନକଲି ବ୍ରାଣ୍ଡ ଜରିରେ ଭେଜାଲ ସାମଗ୍ରୀ କାରଖାନା ଠାବ ହେବା ପରେ ଲୋକେ ଛାନିଆ ହୋଇପଡ଼ିଛନ୍ତି। ଲୋକେ ଆୟୋଡିନ୍ ଯୁକ୍ତ ବ୍ରାଣ୍ଡେଡ୍ କମ୍ପାନୀ ଲୁଣ ବୋଲି ଭାବି ଯେଉଁ ଲୁଣ ଖାଉଛନ୍ତି, ତାହା ଜଦି ନକଲି ହୋଇଥାଏ ତେବେ ଏହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇ ପାରେ।

Advertisment

ପୁଲିସ ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବର ପାଇବା ପରେ ବିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଧରି ଏଠାରେ ଚଢ଼ାଉ ହୋଇଥିଲା। ଚଢ଼ାଉ କରିବା ବେଳେ ଏଠାରେ ବିପୁଳ ପରିମାଣର ନକଲି ଲୁଣ ପ୍ୟାକେଟ ଓ ଡିଟରଜେଣ୍ଟ ପ୍ୟାକେଟ୍‌କୁ ଜବତ କରାଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀ ଏହି ଗୋଦାମରେ ଉପସ୍ଥିତ କର୍ମଚାରୀଙ୍କୁ ଏହି ୟୁନିଟ୍ ଚଳାଇବା ନିମନ୍ତେ ଫୁଡ୍ ଲାଇସେନ୍ସ ଓ ପ୍ୟାକେଜିଂ ଲାଇସେନ୍ସ ମିଳିଛି ନା ନାହିଁ ପଚାରିଥିଲେ। ହେଲେ ଗୋଦାମରେ ଉପସ୍ଥିତ ବ୍ୟକ୍ତି ଏ ସବୁ ବିଷୟରେ କିଛି କହିପାରି ନ ଥିଲେ। ତେଣୁ ପୁଲିସ ଗୋଦାମକୁ ସିଜ୍ କରିଛି। ଖାଦ୍ୟ ସୁରକ୍ଷା ଅଧିକାରୀ ଲୁଣ ଓ ଡିଟରଜେଣ୍ଟ ନମୁନା ସଂଗ୍ରହ କରି ନେଇଛନ୍ତି। ଟାଟା ସଲ୍ଟ ପ୍ୟାକେଟରେ ନକଲି ଲୁଣ ଭର୍ତ୍ତି ହୋଇଥିବା ବେଳେ ସର୍‌ଫ ଏକ୍ସିଲ୍ କମ୍ପାନୀ ପ୍ୟାକଟରେ ନିକଲି ଡିଟରଜେଣ୍ଟ ପଶିଥିଲା। ଖୋଲା ବଜାରରେ ମିଳୁଥିବା ସାଧାରଣ ଲୁଣକୁ କିଣି ଟାଟା ସଲ୍ଟ ଜରି ପ୍ୟାକେଟରେ ପ୍ୟାକିଂ କରାଯାଉଥିଲା। ଜରିକୁ ବ୍ରାଣ୍ଡିଂ ଓ ପ୍ୟାକିଂ କରାଯିବା ନିମନ୍ତେ ଏଠାରେ ଅନେକ ମେସିନ୍‌ ବ୍ୟବହୃତ ହେଉଥିଲା।

ଅନ୍ୟପଟେ ଏହି ନକଲି ଲୁଣ ଓ ଡିଟରଜେଣ୍ଟ ପ୍ୟାକେଟ ପ୍ରସ୍ତୁତ କରିବାରେ ନିୟୋଜିତ ଜଣେ କର୍ମଚାରୀ କହିଛନ୍ତି, ସେ ଏଠାରେ ପ୍ରାୟ ସାଢ଼େ ୩ ବର୍ଷ ହେବ କାମ କରୁଛନ୍ତି। ଏହି ସମୟ ଭିତରେ ଏଠାରେ କେବଳ ଏହି ଦୁଇପ୍ରକାର ଜିନିଷ ପ୍ୟାକିଂ ହେଉଥିବା ଦେଖିଛନ୍ତି। ଜିନିଷ ପ୍ୟାକିଂ କରିବା ପରେ ଗୋଦାମ ମାଲିକ ଗାଡ଼ି ଯୋଗେ ବଜାରରେ ସମସ୍ତ ସାମଗ୍ରୀକୁ ବିକ୍ରି କରିବାକୁ ନେଇ ଯାଇଥାନ୍ତି। ତେବେ ଏହା କେଉଁ ବଜାରରେ ଦିଆଯାଇଛି, ସେ ଜାଣନ୍ତିନି।

Advertisment

ପୁଲିସ ଏହି ଗୋଦାମ ଚଲାଇଥିବା ବ୍ୟକ୍ତିଙ୍କୁ ଧରିବାକୁ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe