Advertisment

ଅନୁତାପ

ଶୀତୁଆ ସକାଳର କାକର ଭିଜା ମୁହୂର୍ତ୍ତ। ସବୁଦିନ ପରି ପୋର୍ଟିକୋରେ ବସି ଚାହା ପିଉଥାନ୍ତି ବିଶ୍ୱଜିତ ବାବୁ। ତାଙ୍କର ସବୁଠାରୁ ବଡ଼ ଅଭ୍ୟାସ ହେଲା ଖବର କାଗଜକୁ ତନ୍ନ ତନ୍ନ କରି ପଢ଼ିବା। ଏଥିପାଇଁ ପତ୍ନୀ ଚାରୁଲତା ବେଳେବେଳେ ଥଟ୍ଟାରେ କହନ୍ତି ‘ଯାହା ହେଉ ଦିନଯାକର ଖବର ୟାଙ୍କର ଯେମିତି ଦରକାର। ଚାହା ପିଉ ପିଉ ହଠାତ୍‌ ବିଶ୍ୱଜିତ୍‌ ବାବୁଙ୍କ ନଜର ପଡ଼ିଲା ଖବରକାଗଜର ଦ୍ୱିତୀୟ ସିରୋନାମାରେ ଥିବା ଶିକ୍ଷୟତ୍ରୀ ନିର୍ଯାତନା କଥା। କିଏ ଏହି ଶିକ୍ଷୟତ୍ରୀ […]

ଅଦ୍ୟତନ ହୋଇଛି
ଅନୁତାପ

Anutap

Advertisment

ଶୀତୁଆ ସକାଳର କାକର ଭିଜା ମୁହୂର୍ତ୍ତ। ସବୁଦିନ ପରି ପୋର୍ଟିକୋରେ ବସି ଚାହା ପିଉଥାନ୍ତି ବିଶ୍ୱଜିତ ବାବୁ। ତାଙ୍କର ସବୁଠାରୁ ବଡ଼ ଅଭ୍ୟାସ ହେଲା ଖବର କାଗଜକୁ ତନ୍ନ ତନ୍ନ କରି ପଢ଼ିବା। ଏଥିପାଇଁ ପତ୍ନୀ ଚାରୁଲତା ବେଳେବେଳେ ଥଟ୍ଟାରେ କହନ୍ତି 'ଯାହା ହେଉ ଦିନଯାକର ଖବର ୟାଙ୍କର ଯେମିତି ଦରକାର। ଚାହା ପିଉ ପିଉ ହଠାତ୍‌ ବିଶ୍ୱଜିତ୍‌ ବାବୁଙ୍କ ନଜର ପଡ଼ିଲା ଖବରକାଗଜର ଦ୍ୱିତୀୟ ସିରୋନାମାରେ ଥିବା ଶିକ୍ଷୟତ୍ରୀ ନିର୍ଯାତନା କଥା। କିଏ ଏହି ଶିକ୍ଷୟତ୍ରୀ ? କ’ଣପାଇଁ ତାଙ୍କୁ ନିର୍ଯାତନା ଦିଆଗଲା। ତା’ର ସବିଶେଷ ବିବରଣୀ ଜାଣିବା ପାଇଁ ବିଶ୍ୱଜିତ ବାବୁ ଖବରଟିକୁ ପଢ଼ିବାକୁ ଲାଗିଲେ। ପଢ଼ିସାରିବା ପରେ ସେ କିଛି ସମୟ ପାଇଁ ଅନ୍ୟ ମନସ୍କ ହୋଇଗଲେ। ଜାଣିବାକୁ ପାଇଲେ କି ସେ ଶିକ୍ଷୟତ୍ରୀ ହେଉଛନ୍ତି ତାଙ୍କର କଲେଜ ବେଳର ସହପାଠିନୀ ନମିତା ପାଢ଼ୀ।

Advertisment

କଲେଜ୍ ବେଳର କଥା ମନେପଡ଼ିଗଲା ବିଶ୍ୱଜିତ୍‌ ବାବୁଙ୍କର। ସେତେବେଳେ ବିଶ୍ୱଜିତ୍ ବାବୁ ଶିକ୍ଷୟତ୍ରୀ ନମିତାଙ୍କୁ ମନେ ମନେ ଭଲ ପାଉଥିଲେ। ନମିତା ଏକଥା ଜାଣିବା ପରେ  କାଥାଟିକୁ ପ୍ରିନ୍‌ସ୍‌ପାଲଙ୍କ ପାଖରେ କହି ଦେଇଥିଲେ। କଥାଟି ପ୍ରନ୍‌ସିପାଲ୍‌ଙ୍କ କାନକୁ ଯିବାପରେ ସେ ବିଶ୍ୱଜିତ୍‌ଙ୍କୁ ତାଗିଦା କରି କହିଥିଲେ ‘ତୁମ ନାଁରେ ଯଦି ଏଭଳି ଅଭିଯୋଗ ଆଉ ଶୁଣେ ତାହେଲେ ତୁମକ  କଲେଜରୁ ରଷ୍ଟିକେଟ୍ କରିଦେବି।’ ପ୍ରିନ୍‌ସିପାଲଙ୍କ କଥା ଶୁଣିବା ପରେ ବିଶ୍ୱଜିତ୍‌ଙ୍କ ମନ କାଚ ଆଇନାପରି ଭାଙ୍ଗିଯାଇଥିଲା। ତା’ ପରଠାରୁ ନମିତାଙ୍କୁ ସେ ଆଉ ଆଖି ଉଠେଇ ଚାହିଁ ନାହାଁନ୍ତି। ଏମିତି କେତେ କ’ଣ ପୋର୍ଟିକୋରେ ବସି ଭାବୁଥାନ୍ତି ବିଶ୍ୱଜିତ୍‌ ବାବୁ। ହଠାତ୍‌ ପତ୍ନୀ ଚାରୁଲତା ବଡ଼ ମଜାଳିଆ ଢଙ୍ଗରେ କହିଲେ 'କ'ଣ ସାର୍‌ ସକାଳୁ ସାକାଳୁ କେଉଁ ଭାବନା ରାଇଜରେ ବୁଡ଼ିଗଲେ। ଆରେ କ'ଣ ଏମିତି ଏତେ ଭାବୁଛ ଯେ ? କ'ଣ ତୁମ ରାଜ୍ୟରେ କିଛି ବଡ଼ଧରଣର ଅଘଟଣ ଘଟିଗଲା କି ?  ହାଠାତ୍‌ ଚିହିଁକି ଉଠିଲେ ବିଶ୍ୱଜିତ୍ ବାବୁ। କହିଲେ ନାଇମ କିଛି ନାହିଁ। ବାସ୍ ଏମିତି...। କହୁନ କ'ଣ ହେଲା ? ମୁଁ ତୁମ ସାଙ୍ଗରେ ଏତେ ଦିନ ହେଲା ଘର ସଂସାର କଲିଣି ତୁମର ଭଲମନ୍ଦ କଥା ମୁଁ ଜାଣିପାରିବିନି ! ହଉ ଛାଡ଼ ସେକଥା, ତମେ ଜଲ୍‌ଦି ରେଡି ହୁଅ, ତେଣେ ଅଫିସ୍‌ ଡେରି ହୋଇଯିବ। କହିଲେ ଚାରୁଲତା। ବିଶ୍ୱଜିତ୍‌ ବାବୁ- ହଉ ତୁମେ ଯାଅ ମୁଁ ସାଙ୍ଗେ ସାଙ୍ଗେ ଆସୁଛି। ଆରେ ଯଲ୍‌ଦି ଆସିବ। ହଁ ବାବା ଯାଉଛି। ପରେ ପତ୍ନୀ ଚାରୁଲତା ସେଠାରୁ ପ୍ରତ୍ୟାବର୍ତ୍ତନ କଲେ। ବିଶ୍ୱଜିତ ବାବୁ ଅଫିସ୍ ଯିବାପରେ ତାଙ୍କର ଦୁଇ ଅନୁଗାମୀ ପୋଲିସ୍‌ ଆଇଜି ଶୁଭେନ୍ଦୁ ମହାନ୍ତି ଓ ଓକିଲ ମୋହନ ମଙ୍ଗରାଜକୁ ଫୋନରେ ଡକାଇ ପଠାଇଲେ। ସେମାନେ ମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ଶିକ୍ଷୟତ୍ରୀ ନମିତାଙ୍କ ବାବଦରେ ଆଲୋଚନା କଲେ। 'ଛାଡ଼ନ୍ତୁ ଆଜ୍ଞା ଏ କେସ୍‌ କଥାରେ କାହିଁକି ନାକ ପୁରାଇ ସମୟ ବରବାଦ କରିବେ। ଆପଣ ଆପଣଙ୍କ କାମରେ ବ୍ୟସ୍ତ ରୁହନ୍ତୁ ବୋଲି ପୋଲିସ୍ ଆଇଜି ଶୁଭେନ୍ଦୁ ମହାନ୍ତି କହିଲେ। କ'ଣ କହିଲ ଶୁଭେନ୍ଦୁ ବାବୁ ମୁଁ ଏ କେସ୍‌ରେ ନାକ ପୁରାଇବି ନାହିଁ ! ଜାଣିଛ ଆଜିର ଖବରକାଗଜରେ କ'ଣ ସବୁ ବାହାରିଛି ? ତମେ କ’ଣ ଜାଣିନ ଏ ବିରୋଧି ବାଲାଙ୍କୁ। ସେମାନେ ଯଦି ଏଇଟାକୁ ନେଇ ଇସୁ କରନ୍ତି, ତାହେଲେ ଅବସ୍ଥା କ’ଣ ହେବ ଜାଣି ପାରୁଛ ତ ! ମାନ ସମ୍ମାନ ତ ଯିବ ତା ସାଙ୍ଗରେ ମନ୍ତ୍ରୀ ପଦବି ଯିବ, ଦରକାର ପଡ଼ିଲେ ଆଗାମୀ ନିର୍ବାଚନରେ ଦଳୀୟ ଟିକେଟ୍‌ ଖଣ୍ଡକ ବି ମିଳି ନ ପାରେ।  ଆଉ ଯଦି ଦଳୀୟ ଟିକଟ ନ ମିଳିଲା ତାହେଲେ ମୋର ରାଜନୈତିକ ଭବିଷ୍ୟତରେ ପୂର୍ଣ୍ଣ ଛେଦ ପଡ଼ିଯିବ। 'ହଁ ଆପଣ କାର୍ଯ୍ୟନୁଷ୍ଠାନ ନ ନେବେ ବା କାହିଁକି ଯେହେତୁ ଆପଣ ଏ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ତେଣୁ ଆଙ୍ଗୁଳି ତ ପ୍ରଥମେ ଆପଣଙ୍କ ଉପରକୁ ଉଠିବ।' ଏକଥା ଓକିଲ ମୋହନ ମଙ୍ଗରାଜ କହିଲେ। ଏହାପରେ ଶିକ୍ଷୟତ୍ରୀ ନମିତାଙ୍କ ବାବଦରେ ତାଙ୍କର ଦୁଇଟା ଅନୁଗାମୀଙ୍କୁ କଲେଜ୍ ବେଳର ଅନୁଭୂତି କଥା କହିଲେ। ହଁ ମୋହନ ବାବୁ ଓ ଶୁଭେନ୍ଦୁ ବାବୁ ଶୁଣନ୍ତୁ ପ୍ରଥମେ ଆପଣ ପୋଲିସ ଲଗାଇ ସମସ୍ତ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଖୋଜନ୍ତୁ। ଏ ପରେ  କୋର୍ଟରେ ଗୋଟେ ଏକ ଜନସ୍ୱର୍ଥ ମାମଲା ଦାୟର କରନ୍ତୁ। ଆଉ ଗୋଟିଏ ବଡ଼ କଥା ଆପଣମାନେ ଶୁଣନ୍ତୁ, ମୋ ବନ୍ଧୁ ନମିତା ଯେମିତି ଏବିଷୟରେ କିଛି ନ ଜାଣେ। ଏହାପରେ ତାଙ୍କର ଦୁଇ ଅନୁଗାମୀ ସେଠାରୁ ପ୍ରତ୍ୟାବର୍ତ୍ତନ କଲେ। ଘଟଣାର କିଛିଦିନ ପରେ ପୋଲିସ ଦ୍ୱାରା ମୁଖ୍ୟ ଅଭିଯୁକ୍ତ ପ୍ରଧାନ ଶି‍କ୍ଷକ ଓ ତା’ର ଦୁଇ ସହଯୋଗୀ ଶିକ୍ଷକଙ୍କୁ ପୋଲିସ ଗିରଫ କଲା। କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ମୁଖ୍ୟ ଅଭିଯୁକ୍ତ ପ୍ରଧାନଶିକ୍ଷକ ଚାକିରିରୁ ବହିଷ୍କାର ହେଲେ। ଭାରତୀୟ ପଙ୍ଗଳ କୋର୍ଟ ଅନୁସାରେ ଜେଲ୍‌ ଦଣ୍ଡ ବି ଭୋଗିଲେ। ଦୁଇ ସହଯୋଗୀ ଶିକ୍ଷକଙ୍କୁ ମଧ୍ୟ ଦଣ୍ଡ ମିଳିଲା। ଏହାପରେ ସିକ୍ଷୟତ୍ରୀ ନମିତା ମନ୍ତ୍ରୀଙ୍କର ଦୁଇ ଅନୁଗାମୀ ପୋଲିସ୍ ଆଇଜି ଶୁଭେନ୍ଦୁ ମହାନ୍ତି ଓ ଓକିଲ ମୋହନ ମଙ୍ଗରାଜାଙ୍କୁ ଧନ୍ୟବାଦ ଜଣାଇଲେ । 'ମୁଁ ଆପଣମାନଙ୍କୁ ଯୋଗୁଁ ନ୍ୟାୟ ପାଇଲି। ନ ହେଲେ ମୋର ଯେ କ’ଣ ଯେ ଅବସ୍ତା ହୋଇଥାନ୍ତି ସେ କଥା ଭଗବାନ ଜାଣନ୍ତି।' ନାଇଁ ମାଡାମ୍ ଆପଣ ଆମମାନଙ୍କ ଯୋଗୁଁ ନୁହଁ ବରଂ କୁହନ୍ତୁ ଆପଣଙ୍କ କଲେଜ୍‌ ବେଳର ବନ୍ଧୁ ମନ୍ତ୍ରୀ ବିଶ୍ୱଜିତ ବାବୁଙ୍କ ଯୋଗୁଁ ନ୍ୟାୟ ପାଇଲେ।

ଆମେମାନେ ଆପଣଙ୍କୁ ଜାଣିଥିଲୁ ଯେ ଆପଣଙ୍କ ସପକ୍ଷରେ କେସ୍‌ ଲଢ଼ିଥାନ୍ତୁ! ସେ ଆପଣଙ୍କ ବାବଦରେ କହିବାରୁ ଆମେ କେସ୍‌ ଲଢ଼ିଲୁ। ତା ପରେ  ନମିତାଙ୍କ କଲେଜ ବେଳର ସେହି ଘଟଣା ସବୁ ମନେ ପଡ଼ିଗଲା। ସେତେବେଳେ ବିଶ୍ୱଜିତ୍ ବାବୁଙ୍କର ବି ପଇସାଟିଏର ଭୂଲ ନ ଥିଲେ। ଏଥିପାଇଁ ସେ ନିଜକୁ ଅନୁତାପର ନିଆଁରେ ଜଳାଇଲେ। ସେ ଯେତେବେଳ ମନ୍ତ୍ରୀ ବିଶ୍ୱଜିତ୍‌ଙ୍କୁ ଦେଖା କରିବାକୁ ଗଲେ ସେତେବେଳେ ମନ୍ତ୍ରୀ ଆଉ ଘରେ ନ ଥିଲେ। ସେ ଦଳର ହାଇ କମାଣ୍ଡ ଫୋନ୍‌  ପାଇ ଦିଲ୍ଲୀ ଚାଲି ଯାଇଥିଲେ।

Advertisment

                                                                                                                                ବିଶ୍ୱଜିତ ବାରିକ

                                                                                                              ଭଦ୍ରକ, ବାସୁଦେବପୁର, ମୋ-୯୪୩୯୮୩୯୮୧୦

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe