Advertisment

ପରୀ ହତ୍ୟା ମାମଲାର ହେବ SIT ତଦନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ  ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି କହିଥିଲେ, “ଏହି ଘଟଣା ପାଇଁ ମୁଁ ଅତ୍ୟନ୍ତ ମର୍ମାହତ ।  ମୋ ସରକାର ସର୍ବଦା ମୁକ୍ତ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ। ” ଏହାସହିତ ବିଧାନସଭା […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଆଜି ରାଜ୍ୟ କ୍ୟାବିନେଟ ବୈଠକ

naveen-patnik-1-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେ  ଏହି ଘୋଷଣା କରିଛନ୍ତି ।

Advertisment

ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି କହିଥିଲେ, “ଏହି ଘଟଣା ପାଇଁ ମୁଁ ଅତ୍ୟନ୍ତ ମର୍ମାହତ ।  ମୋ ସରକାର ସର୍ବଦା ମୁକ୍ତ ଓ ନିରପେକ୍ଷ ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ। ” ଏହାସହିତ ବିଧାନସଭା କାର୍ଯ୍ୟରେ ଅଂଶଗ୍ରହଣ ପାଇଁ ସେ ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ।

ତେବେ ଏସଆଇଟି ତଦନ୍ତ ସହିତ ଶ୍ରୀ ସାହୁଙ୍କ ଇସ୍ତଫା ଦାବି କରୁଥିବା ବିରୋଧୀଙ୍କୁ ଏହା ସନ୍ତୁଷ୍ଟ କରିପାରି ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ତଦନ୍ତ ନିର୍ଦ୍ଦେଶ ସମ୍ପର୍କିତ ଘୋଷଣା ସମୟରେ ବିରୋଧୀ ଦଳ ବିଧାୟକମାନେ ହୋହଲ୍ଲା ଜାରି ରଖିଥିଲେ ।

Advertisment

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ  ବିରୋଧୀ ଦଳ ବିଧାୟକମାନେ ଗୃହ ମଧ୍ୟ ଭାଗକୁ ଆସି  ପୋଷ୍ଟର ଓ ବ୍ୟାନର ଦେଖାଇବା ସହ  ନାରାବାଜି କରିଥିଲେ।  ସେମାନେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ  ଚାଲି ପାରି ନ ଥିଲା।  ତେଣୁ ବାଚସ୍ପତି ଗୃହକୁ  ମୁଲତବୀ ରଖିଥିଲେ। ପରେ ହଟ୍ଟଗୋଳ ମଧ୍ୟରେ ମୁଖ୍ୟମନ୍ତ୍ରୀ  ଘଟଣାର SIT ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ସେ ଏହି ଘୋଷଣା କରିଥିଲେ। 

ଅପରପକ୍ଷେ ବିଧାନସଭା ବାହାରେ ମଧ୍ୟ ପରୀ ମୃତ୍ୟୁକୁ ନେଇ ତାତି ଦେଖିବାକୁ ମିଳିଛି। ପରୀକୁ ନ୍ୟାୟ ଦାବିରେ ଉଭୟ ବିଜେପି ଓ ଯୁବ କଂଗ୍ରେସ ପକ୍ଷରୁ ରାଲି ବାହାର କରାଯାଇଥଇଲା।

ବିଜେପି କର୍ମୀମାନେ ରାଜ୍ୟ କାର୍ଯ୍ୟାଳୟରୁ ବିଧାନସଭା ଅଭିମୁଖେ ରାଲି ବାହାର କରିଥିଲେ।  ସେମାନେ ପରୀକୁ ନ୍ୟାୟ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ଯୁବ କଂଗ୍ରେସ ପକ୍ଷରୁ ମଧ୍ୟ ମନ୍ତ୍ରୀ ସାହୁଙ୍କ ଇସ୍ତଫା ଦାବିରେ ଲୋୟର ପିଏମଜିରେ  ରାଲି କରାଯାଇଛି। ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ିଲା ବେଳେ ଶତାଧିକ ଯୁବ କଂଗ୍ରେସ କର୍ମୀଙ୍କୁ ଗିରଫ କଲା ପୁଲିସ୍‌।