‘କେନ୍ଦ୍ରରେ ଦୁର୍ବଳ ସରକାର ଚାହୁଁଛନ୍ତି ନବୀନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାୟାବତୀ, ମମତା ଓ ଚନ୍ଦ୍ରବାବୁଙ୍କ ପରି କେନ୍ଦ୍ରରେ ଦୁର୍ବଳ ସରକାର ନବୀନ ଚାହୁଁଛନ୍ତି ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରବିବାର ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି।   ଶ୍ରୀ ପ୍ରଧାନ କହିଛନ୍ତି, ୨୧ରୁ ୨୧ଟି ଲୋକସଭା ଆସନରେ ବିଜେଡି ଜିତିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଦୃଢୋକ୍ତି ପ୍ରକାଶ କରୁଛନ୍ତି ତାହା ବୃଥା ଆସ୍ଫାଳନ ମାତ୍ର। ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ସମସ୍ତ ୨୧ଟି ଲୋକସଭା […]

dharmendra-pradhan-1

Rajalaxmi Sahu
  • Published: Monday, 25 March 2019
  • , Updated: 25 March 2019, 09:28 AM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାୟାବତୀ, ମମତା ଓ ଚନ୍ଦ୍ରବାବୁଙ୍କ ପରି କେନ୍ଦ୍ରରେ ଦୁର୍ବଳ ସରକାର ନବୀନ ଚାହୁଁଛନ୍ତି ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରବିବାର ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି।

 

ଶ୍ରୀ ପ୍ରଧାନ କହିଛନ୍ତି, ୨୧ରୁ ୨୧ଟି ଲୋକସଭା ଆସନରେ ବିଜେଡି ଜିତିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଦୃଢୋକ୍ତି ପ୍ରକାଶ କରୁଛନ୍ତି ତାହା ବୃଥା ଆସ୍ଫାଳନ ମାତ୍ର। ଆଗାମୀ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବିଜେପି ସମସ୍ତ ୨୧ଟି ଲୋକସଭା ଆସନ ଜିତିବ। ମେ ମାସ ଶେଷ ସପ୍ତାହରେ ଜଣାପଡିବ କିଏ କେତେ ଆସନ ଜିତିବ।

ଓଡ଼ିଶାର ଲୋକମାନେ ନରେନ୍ଦ୍ର ମୋଦିଙ୍କୁ ଭଲ ପାଉଛନ୍ତି। ୨୦୨୨ ସୁଦ୍ଧା ସମସ୍ତ ଗରିବଙ୍କୁ ପକ୍କା ଘର ମିଳିବା ନେଇ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତି ଉପରେ ଓଡିଆ ଲୋକଙ୍କର ଭରସା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଖାଲି ଏତିକି ନୁହେଁ ଶ୍ରୀ ପ୍ରଧାନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି, ରାହୁଲ ଓ ନବୀନଙ୍କ ପରମର୍ଶଦାତା ସାମ୍‌ ପିଟ୍ରୋଡା। ଭାରତର ପାକିସ୍ତାନ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣକୁ ବିରୋଧ କରିଥିଲେ। ସେହିପରି ସହିଦଙ୍କ ପରିବାରକୁ ନବୀନଙ୍କ ଗୁଣ୍ଡା ବିଧାୟକଙ୍କ ଅପମାନ ସତ୍ତ୍ୱେ ନବୀନ ନିରବ ରହିଛନ୍ତି। ଏହା ଓଡ଼ିଶାବୀସୀଙ୍କୁ ବିଶ୍ଵ ଦରବାରରେ ଲଜ୍ଜିତ କରିଛି।

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସଂସଦୀୟ ଅର୍ଥ କମିଟିର ଅଧ୍ୟକ୍ଷ ପାଦ ପାଇଁ ସେ ମୋଦିଙ୍କ ଦୂତ ଭାବେ ଯୋଗାଯୋଗ କରିଥିଲେ ମଧ୍ୟ ବିଜେଡି ଏହାକୁ ପ୍ରତ୍ୟଖ୍ୟାନ କରିଥିଲା। ବିଜେଡି ସାଂସଦମାନେ ସଂସଦରେ ଓଡିଶାର ସମସ୍ୟା କଥା ନ ଉଠାଇ ପ୍ରତିରକ୍ଷା ଦଲାଲ ମିଶେଲ ମାମାର ଭୋଜି ଖାଉଛନ୍ତି। ସେହିପରି ବିଜେଡି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାର ଉପସଭାପତି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହିଁ ପ୍ରସ୍ତାବରେ ସେ ମଧ୍ୟସ୍ଥି ସାଜିଥିଲେ ମଧ୍ୟ ଏହାକୁ ବିଜେଡି ଗ୍ରହଣ କରିନଥିଲା। ଓଡିଆ ଲୋକଙ୍କୁ ବଡ ପଦବୀକୁ ନବୀନ ପ୍ରତ୍ୟଖ୍ୟାନ କରୁଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅରୁଣ ଖମ୍ଭ, ପାଖରେ ଠିଆ ହୋଇ ଏହା ସତ କି ନୁହେଁ କହିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ସେହିପରି ୩୩ ପ୍ରତିଶତ ଆସନରେ ମହିଳାଙ୍କ ଆରକ୍ଷଣ କଥା କହୁଥିବା ନବୀନଙ୍କ ଶାସନରେ ଓଡିଶାର ମହିଳା ଦେଶରେ ସବୁଠୁ ଅସୁରକ୍ଷିତ। ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବି କରି ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ମୋଦିଙ୍କ ଲୋକପ୍ରିୟତା କାରଣରୁ ରାଜ୍ୟରେ କେନ୍ଦ୍ର ଯୋଜନା ଲାଗୁ ହେଉନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ପୂର୍ବତନ ସିଆର୍‌ପିଏଫ୍‌ ଡିଜି ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ବୃନ୍ଦାବନ ମାଝି ଓ ଦେବୀ ପ୍ରସନ୍ନ ଚାନ୍ଦ ପ୍ରମୁଖ ବିଜେପିରେ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କ ଦଳରେ ଯୋଗଦାନ ବହୁ ଚୋରଙ୍କ ନିଦ ହଜାଇବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

Related story