Advertisment

‘ସମ୍ପତ୍ତି ପାଇଁ ସଇତାନ ସାଜିଲେ ୨ ପୁଅ, ମୋତେ ରକ୍ଷା କର’

ଭଦ୍ରକ(ପାର୍ଥ ସାରଥୀ ନାୟକ): ‘ମୁଁ ୨ଟା ପୁଅଙ୍କୁ ଜନ୍ମ ଦେଲି, ସେମାନଙ୍କୁ ମଣିଷ କଲି। ହେଲେ ଧିକ ସେମାନଙ୍କ ମଣିଷପଣିଆକୁ। ଟଙ୍କା ଲୋଭରେ ସେମାନେ ରାକ୍ଷାସ ପାଲଟିଛନ୍ତି। ଘରବାଡ଼ି ନିଜ ନାମରେ କରାଇ ନେବା ପାଇଁ ମୋ’ ଉପରେ ଅକଥନୀୟ ନିର୍ଯାତନା କରୁଛନ୍ତି। ଗୋରୁଗାଇ ପରି ମୋତେ ପିଟୁଛନ୍ତି। ବୁଢ଼ୀ ଦିନେ ବାର ଦୁଆର ହେଉଛି। ଖାଇବାକୁ ମୁଠେ ପାଉନି। ମୋତେ ରକ୍ଷା କର, ନ ହେଲେ ମୁଁ ମରିଯିବି ।’ ଭଦ୍ରକ ଗ୍ରାମାଞ୍ଚଳ ଥାନା ପରିସରରେ […]

‘ସମ୍ପତ୍ତି ପାଇଁ ସଇତାନ ସାଜିଲେ ୨ ପୁଅ, ମୋତେ ରକ୍ଷା କର’

old woman

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ‘ମୁଁ ୨ଟା ପୁଅଙ୍କୁ ଜନ୍ମ ଦେଲି, ସେମାନଙ୍କୁ ମଣିଷ କଲି। ହେଲେ ଧିକ ସେମାନଙ୍କ ମଣିଷପଣିଆକୁ। ଟଙ୍କା ଲୋଭରେ ସେମାନେ ରାକ୍ଷାସ ପାଲଟିଛନ୍ତି। ଘରବାଡ଼ି ନିଜ ନାମରେ କରାଇ ନେବା ପାଇଁ ମୋ’ ଉପରେ ଅକଥନୀୟ ନିର୍ଯାତନା କରୁଛନ୍ତି। ଗୋରୁଗାଇ ପରି ମୋତେ ପିଟୁଛନ୍ତି। ବୁଢ଼ୀ ଦିନେ ବାର ଦୁଆର ହେଉଛି। ଖାଇବାକୁ ମୁଠେ ପାଉନି। ମୋତେ ରକ୍ଷା କର, ନ ହେଲେ ମୁଁ ମରିଯିବି ।’ ଭଦ୍ରକ ଗ୍ରାମାଞ୍ଚଳ ଥାନା ପରିସରରେ ବସି ଜଣେ ବୃଦ୍ଧା ଆଖିରୁ ଲୁହ ଗଡ଼ାଉଥିବା ବେଳେ ଏପରି ବଖାଣିଛନ୍ତି ନିଜ ଛାତି ତଳର କୋହ ।

Advertisment

ବୃଦ୍ଧାଜଣକ ଭଦ୍ରକ  ଗ୍ରାମାଞ୍ଚଳ ଥାନା ସାମରାଏପୁରର ଭାରତୀ ଦାସ ବୋଲି ଜଣାପଡ଼ିଛି। ୨ ପୁଅ ଓ ଗୋଟିଏ ଝିଅକୁ ନେଇ ଖୁସିର ସଂସାର ଥିଲା। ପୁଅଝିଅ ସମସ୍ତେ ବଡ଼ ହୋଇ ନିଜ ସଂସାର ଗଢ଼ି ସାରିଥିବା ବେଳେ ସ୍ୱାମୀ ରବି ନାରାୟଣ ଦାସଙ୍କ ମୃତ୍ୟୁ ପରେ ଭାରତୀଙ୍କ ଉପରେ ଘୋଟିଛି କଳା ବାଦଲ। ସମ୍ପତ୍ତି ଲୋଭରେ ବଦଳିଗଲା ୨ ପୁଅ ବଳଭଦ୍ର ନାରାୟଣ ଦାସ, ଜଗନ୍ନାଥ ନାରାୟଣ ଦାସଙ୍କ ହାବଭାବ ।

ଘରବାଡ଼ି ମୋ’ ନାମରେ ଥିବାରୁ ମୋ’ ମୃତ୍ୟୁ ପୂର୍ବରୁ ସବୁ ସମ୍ପତ୍ତି ନିଜ ନାମରେ କରାଇ ନେବାକୁ ପୁଅବୋହୂ ଜାଲ ବିଛାଇବା ଆରମ୍ଭ କରିଦେଇଛନ୍ତି।  କାଳେ ମୁଁ ନିଜ ଝିଅ ନାମରେ ସମ୍ପତ୍ତି କରିଦେବେ ସେଥିପାଇଁ ପୁଅବୋହୂ  ମୋତେ ନିର୍ଯାତନା ଦେବାକୁ ପଛାଉ ନାହାନ୍ତି। ଏ ବୟସରେ ପୁଅବୋହୂଙ୍କ ସେବା ପାଇବା ବଦଳରେ ଯମ ଯନ୍ତ୍ରଣା ଭୋଗୁଛି।  ମୋର ସାହାରା ହେବା ବଦଳରେ ସେମାନେ ମୋତେ ବେସହାରା କରିଦେଉଛନ୍ତି । ସମ୍ପତ୍ତି ଲୋଭରେ ମୋତେ ନିର୍ଘାତ ମାଡ଼ ମାରୁଥିବା ବେଳେ ଘରେ ରଖାଇ ଦେବେ ନାହିଁ ବୋଲି କହୁଛନ୍ତି । ଏପରିକି ଖାଇବାକୁ ଠିକ୍‌ ଭାବେ ପାଉ ନ ଥିବାରୁ ଡାଇବେଟିସ, ବ୍ଲକପ୍ରେସର ବଢ଼ି ଯାଇ ଅସୁସ୍ଥ ହୋଇ ପଡ଼ୁଛି ବୋଲି କାନ୍ଦିକାନ୍ଦି କହିଛନ୍ତି ଭାରତୀ।

Advertisment

ନିର୍ଯାତନା ଅସହ୍ୟ ହେବାରୁ ଭାରତୀ ପର ଦୁଆରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି। ସରକାର, ନାଏବ ସରପଞ୍ଚ ଘଟଣାର ସମାଧାନ କରିବାକୁ ଚେଷ୍ଟା କରି ବି ସଫଳ ହୋଇ ପାରିଲେ ନାହିଁ। ଏହାପରେ ନିରାଶ୍ରୟ ବୃଦ୍ଧାଜଣକ ଥାନାରେ ଗୁହାରି କରିବାକୁ ଯାଇଥିଲେ। ମାତ୍ର ଲଗାତର ୨୧ ଦିନ ଯିବା ପରେ କୌଣସି ସୁଫଳ ନ ମିଳିବାରୁ ଭାରତୀ ଏସ୍‌ପିଙ୍କୁ ନିଜ ଦୁଃଖ ଜଣାଇଲେ।

ଏହାପରେ ପୁଲିସ୍‌ ଭାରତୀଙ୍କ ୨ ପୁଅଙ୍କୁ ଡାକି ଘଟଣାର ମିମାଂସା କରିଛି। ଭାରତୀ ନିଜ ଘରକୁ ଫେରିଥିବା ବେଳେ ତାଙ୍କ ମୁଦି, କାନଫୁଲ, ୬ ହଜାର ଟଙ୍କା, ଘର ବାଡ଼ି କାଗଜ, ଆଧାର କାର୍ଡ, ଭୋଟର କାର୍ଡ ନ ଥିବା ଅଭିଯୋଗ କରିଥିଲେ। ଏନେଇ ପଚରାଉଚରା ପରେ ପୁଅ କାଗଜପତ୍ର ଫେରାଇ ଦେଇଥିବା ଜଣାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe