Advertisment

ଲକ୍‌ଡାଉନ୍: ପ୍ରକୃତିଙ୍କ ଏକାନ୍ତବାସ ଏମିତି...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସାରା ଦେଶ ୨୧ଦିନ ପାଇଁ ଲକ୍‌ଡାଉନ୍। ଗୃହବନ୍ଦୀ ହୋଇ ସମସ୍ତେ ରହିବେ। କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଏପରି ଏକ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ, ଯାହାକୁ ପାଳନ କରୁଛି ସାରା ଦେଶ। ଘରେ ବସି  ୨୧ ଦିନ କାଟିବା ଟିକେ ବିରକ୍ତିକର ଲାଗିପାରେ। ଏଣୁ ଏହି ଦିନଗୁଡ଼ିକୁ ଉତ୍ସାପୂର୍ଣ୍ଣ କରିବା ଲାଗି ତାରକାମାନେ ନିଜ ନିଜ ତରିକା ବାଛି ନେଇଛନ୍ତି। କିଏ ପରିବାର ସହ ସମୟ ବିତାଉଛି ତ କିଏ ସାଙ୍ଗସାଥୀଙ୍କ […]

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍: ପ୍ରକୃତିଙ୍କ ଏକାନ୍ତବାସ ଏମିତି...

Prakruti Mishra

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ସାରା ଦେଶ ୨୧ଦିନ ପାଇଁ ଲକ୍‌ଡାଉନ୍। ଗୃହବନ୍ଦୀ ହୋଇ ସମସ୍ତେ ରହିବେ। କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଏପରି ଏକ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ, ଯାହାକୁ ପାଳନ କରୁଛି ସାରା ଦେଶ।

Advertisment

ଘରେ ବସି  ୨୧ ଦିନ କାଟିବା ଟିକେ ବିରକ୍ତିକର ଲାଗିପାରେ। ଏଣୁ ଏହି ଦିନଗୁଡ଼ିକୁ ଉତ୍ସାପୂର୍ଣ୍ଣ କରିବା ଲାଗି ତାରକାମାନେ ନିଜ ନିଜ ତରିକା ବାଛି ନେଇଛନ୍ତି। କିଏ ପରିବାର ସହ ସମୟ ବିତାଉଛି ତ କିଏ ସାଙ୍ଗସାଥୀଙ୍କ ଘରେ। କେହି କେହି ନିଜ ଗାଁ ମୁହାଁ ମଧ୍ୟ ହେଲେଣି। ଏଭଳି ପରିସ୍ଥିତିରେ ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ର ଏହି ୨୧ ଦିନ କାଟିବାକୁ କ’ଣ ଚିନ୍ତା କରିଛନ୍ତି ଆସନ୍ତୁ ଜାଣିବା...

prakruti mishra

୨୧ ଦିନର ଗୃହବନ୍ଦୀ ସମୟକୁ ଟିକେ ଆରାଦାୟକ କରିବା ଲାଗି ପ୍ରକୃତି ତାଙ୍କ ସାଙ୍ଗମାନଙ୍କ ସହ ରହୁଛନ୍ତି, ଯେଉଁଠି ତାଙ୍କ ବୟଫ୍ରେଣ୍ଡ ରତୁଲ ମଧ୍ୟ ଅଛନ୍ତି।

Advertisment

prakruti mishra

ପ୍ରକୃତି ନିଜ ଇନଷ୍ଟାଗ୍ରାମରେ କିଛି ତାଜା ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ରତୁଲଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତେବେ ଲକ୍‌ଡାଉନ୍ ଆରମ୍ଭ ହେବା ପରେ ଦୁହେଁ ଅନେକ ଥର ସୋଶାଲ ମିଡିଆରେ ଲାଇଭ୍ ମଧ୍ୟ ଆସିଛନ୍ତି। ଏଥିରୁ ଜଣାପଡ଼େ ଯେ ପ୍ରକୃତି ଓ ରତୁଲ ଏବେ ଭୁବନେଶ୍ୱରରେ ହିଁ ଅଛନ୍ତି।

Prakruti Mishra

ରତୁଲ ପେସାରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ। ପ୍ରକୃତି ରତୁଲଙ୍କ ସହ ନିଜ ପ୍ରେମ ସମ୍ପର୍କକୁ ସର୍ବସମ୍ମୁଖରେ ଗ୍ରହଣ କରିସାରିଛନ୍ତି। ବିଭିନ୍ନ ସାକ୍ଷାତକାରରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ। ସମୟ ସମୟରେ ପ୍ରକୃତି ନିଜ ସୋଶାଲ ମିଡିଆ ହ୍ୟାଣ୍ଡେଲରେ ରତୁଲଙ୍କ ସହ ନିଜ ରୋମାଣ୍ଟିକ୍ ଫଟୋମାନ ଶେୟାର କରିଥାନ୍ତି।

prakruti mishra

ନିକଟରେ ପ୍ରକୃତି ଏକ ଭିଡିଓ ଶେୟାର କରିଥିଲେ। ଭିଡିଓରେ ସେ କାହିଁକି ଘରକୁ ନ ଯିବାକୁ ନିଷ୍ପତ୍ତି ନେଇଛନ୍ତି ସେ କଥା ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ, ମାର୍ଚ୍ଚ ୧୮ରୁ ସେ ମୁମ୍ବାଇରୁ ଫେରିଲେଣି। ହେଲେ ଘରକୁ ଯାଉ ନାହାନ୍ତି। ସାଙ୍ଗଙ୍କ ସହ ଏକାଠି ରହୁଛନ୍ତି। ସେ ମୁମ୍ବାଇରେ ଥିବା ବେଳେ ବିଭିନ୍ନ ସ୍ଥାନ ବୁଲିଥିଲେ ଓ ବିଭିନ୍ନ ଲୋକଙ୍କୁ ଭେଟିଥିଲେ। ତେଣୁ ସୁରକ୍ଷା ଦୃଷ୍ଟିରୁ ସେ ଘରକୁ ଯାଉ ନାହାନ୍ତି। କାରଣ ତାଙ୍କ ଘରେ ତାଙ୍କ ବୁଢ଼ୀ ମା’ ଓ ଜଣେ ଛୋଟ ଛୁଆ ଅଛନ୍ତି ବୋଲି ପ୍ରକୃତି କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe