Advertisment

'କାରଗିଲ୍ ବିଜୟ ଦିବସ'ରେ ଦେଶବାସୀ ଶୁଣିଲେ ଅଟଳ ଜୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: କାରଗିଲ୍ ବିଜୟ ଦିବସ ୨୦୨୦ ଅବସରରେ ଆଜି କାରଗିଲ୍ ବୀରଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ କାରଗିଲ୍ ଯୁଦ୍ଧ ପ୍ରସଙ୍ଗରେ ସେ କହିଥିଲେ। ଏହାସହ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ସ୍ମରଣ କରିଛନ୍ତି ମୋଦି। ରେଡିଓ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ କାରଗିଲ୍ ଦିବସର ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦି ଶହିଦ ବୀର […]

author-image
Pragnya Choudhury
'କାରଗିଲ୍ ବିଜୟ ଦିବସ'ରେ ଦେଶବାସୀ ଶୁଣିଲେ ଅଟଳ ଜୀଙ୍କ ବାର୍ତ୍ତା

atal bihari bajapayee

ନୂଆଦିଲ୍ଲୀ: କାରଗିଲ୍ ବିଜୟ ଦିବସ ୨୦୨୦ ଅବସରରେ ଆଜି କାରଗିଲ୍ ବୀରଙ୍କୁ ମନେପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍' ଜରିଆରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବା ବେଳେ କାରଗିଲ୍ ଯୁଦ୍ଧ ପ୍ରସଙ୍ଗରେ ସେ କହିଥିଲେ। ଏହାସହ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ସ୍ମରଣ କରିଛନ୍ତି ମୋଦି।

Advertisment

ରେଡିଓ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ କାରଗିଲ୍ ଦିବସର ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦି ଶହିଦ ବୀର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାସହ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ଜୀଙ୍କ ବାର୍ତ୍ତାକୁ ମଧ୍ୟ ମନେପକାଇ ଦେଇଥିଲେ ମୋଦି।

'ମନ୍ କି ବାତ୍' କାର୍ଯ୍ୟକ୍ରମରେ ୧୯୯୯ ସ୍ୱାଧିନତା ଦିବସରେ ଅଟଳ ଜୀଙ୍କ ଏକ ବକ୍ତବ୍ୟକୁ ପୁଣିଥରେ ଉପସ୍ଥାପନା କରାଯାଇଛି। ଅଟଳ ଜୀ କହିଥିଲେ, "ମହାତ୍ମା ଗାନ୍ଧୀ ଆମ ସମସ୍ତଙ୍କୁ ଏକ ମନ୍ତ୍ର ଶିଖାଇଛନ୍ତି। ଯଦି କେହି କୌଣସି ସମୟରେ କଣ କରିବା ଉଚିତ୍, କଣ ନ କରିବା ଉଚିତ୍ ବିଷୟରେ ଦ୍ୱନ୍ଦ୍ୱରେ ପଡ଼େ। ତେବେ ତାଙ୍କୁ ଭାରତର ସବୁଠାରୁ ଗରୀବ ଏବଂ ଅସହାୟ ବ୍ୟକ୍ତିଙ୍କ ବିଷୟ ଭାବିବା ଉଚିତ୍। ଯେକୌଣସି କର୍ମ କରୁଛ, ତାହା ଗରିବ ଓ ଅସହାୟଙ୍କ ଲାଭାନ୍ୱିତ କରିବ କି ନାହିଁ ଏହା ଭାବିବା ଉଚିତ୍।"

Advertisment

କାରଗିଲ୍ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଭାରତ ବିଜୟୀ ହେବାର ଆଗାମୀ ଦିନ ସ୍ୱାଧିନତା ଦିବସ ଅବସରରେ ଅଟଳ ଜୀ ଏହି ବକ୍ତବ୍ୟ ରଖିଥିଲେ। ସେ ପୁଣି କହିଥିଲେ, "କାରଗିଲ୍ ଯୁଦ୍ଧ ଆମକୁ ଆଉ ଏକ ମନ୍ତ୍ର ଶିଖେଇଛି। ଏହି ମନ୍ତ୍ର ହେଲା, କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଆମେ ଚିନ୍ତା କରିବା ଉଚିତ୍ ଯେ, ଏହି କାର୍ଯ୍ୟ ଦୁର୍ଗମ ପାହାଡ଼ ଉପରେ ପ୍ରାଣବଳୀ ଦେଇଥିବା ସେହି ସୈନ୍ୟଙ୍କ ସମ୍ମାନଯୋଗ୍ୟ ହେବ କି ନାହିଁ।"

ଅଟଳ ଜୀଙ୍କ ବକ୍ତବ୍ୟର ଏହି ଅଡିଓ କ୍ଲିପ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମ ଜରିଆରେ ଦେଶବାସୀ ଶୁଣିବାର ସୁଯୋଗ ପାଇଥିଲେ। ଏହି ପରିପ୍ରେକ୍ଷୀରେ ମୋଦି କହିଥିଲେ, "ଆମର ଭୁଲିଯିବା ଉଚିତ୍ ନୁହେଁ ଯେ, ଆମର ଶବ୍ଦ ଏବଂ କାର୍ଯ୍ୟ ଯବାନ ଓ ତାଙ୍କ ପରିବାରର ମନୋବଳକୁ ଗଭୀର ଭାବରେ ପ୍ରଭାବିତ କରିଥାଏ।"

ପ୍ରଧାନମନ୍ତ୍ରୀ ପୁଣି କହିଥିଲେ, ଯୁଦ୍ଧ ସମୟରେ ଆମେ ଯାହା କହିବା ଏବଂ କରିବା। ଏହା ଯବାନ ଏବଂ ତାଙ୍କ ପରିବାରକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ଏହି ସତ୍ୟକୁ ଆମେ କେବିବି ଭୁଲିବା ଉଚିତ୍ ନୁହେଁ। ଏଣୁ ଆମର ଆଚରଣ, ଉଚ୍ଚାରଣ, ବ୍ୟବହାର, ଲକ୍ଷ୍ୟ ଏବଂ ଶବ୍ଦ ସୈନ୍ୟମାନଙ୍କ ମନୋବଳ ବୃଦ୍ଧି କରିବା ସହ ତାଙ୍କ ପ୍ରତି ସମ୍ମାନଜନକ ହେବା ଉଚିତ୍ ବୋଲି ମୋଦି ନିଜ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି।

Atal Bihari Bajapayee Kargil Vijay Diwas