/odisha-reporter/media/post_attachments/uploads/2015/10/tanish.jpg)
tanish
ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଇନଡୋର୍ ହଲରେ ଆରମ୍ଭ ହୋଇଛି ଭୁବନେଶ୍ୱର ଓପନ୍ ଟେବୁଲ ଟେନିସ୍ ଚାମ୍ପିୟନସିପ ଓ ଆନ୍ତଃସ୍କୁଲ ଟେବୁଲ୍ ଟେନିସ୍ ଚାମ୍ପିୟନସିପ। ଓପନ୍ ବର୍ଗରେ ୧୯୨ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଆନ୍ତଃସ୍କୁଲ ବର୍ଗରେ ୯ଟି ସ୍କୁଲ ଭାଗ ନେଇଛନ୍ତି। ଓପନ୍ ବର୍ଗରେ ୮ଟି ଇଭେଣ୍ଟ ସିନିୟର ମହିଳା ଓ ପୁରୁଷ, ଜୁନିୟର ମହିଳା ଓ ପୁରୁଷ, ସବଜୁନିୟର ବାଳିକା ଓ ବାଳକ, କ୍ୟାଡେଟ ବାଳିକା ଓ ବାଳକ ଇଭେଣ୍ଟରେ ପ୍ରତିଯୋଗିତା ହେବ। ସେହିପରି ସ୍କୁଲ ବର୍ଗରେ ୪ଟି ଇଭେଣ୍ଟରେ ପ୍ରତିଯୋଗିତା ଚାଲିଛି। ଆସନ୍ତା ୧୧ ତାରିଖରେ ଶେଷ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଭୁବନେଶ୍ୱର ଟେବୁଲ ଟେନିସ ଆସୋସିଏସନ ଆୟୋଜନ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
