Advertisment

ଆସନ୍ତାକାଲି ଓଟିଭି ଫୋରସାଇଟ୍ -୨୦୧୬

ଭୁବନେଶ୍ୱର: ଆସନ୍ତାକାଲି ଓଟିଭି ଫୋରସାଇଟ୍- ୨୦୧୬। ଏଥିରେ ୪ଟି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସାରାଦିନ ଆଲୋଚନା ପର୍ଯ୍ୟାଲୋଚନା ହେବ। ଯେଉଁଥିରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗଦେଇ ନିଜ ମତ ରଖିବେ। ଓଟିଭି ଫୋରସାଇଟରେ ଗତ ୬ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଆସୁଛି। ଏଥର ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିବେ ଦେଶ ଓ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି। ଉଦଘାଟନୀ ଅଧିବେଶନର ପ୍ରଥମ ପ୍ରସଙ୍ଗ ରହିଛି ‘ରୋଲ୍ […]

ଅଦ୍ୟତନ ହୋଇଛି
ଆସନ୍ତାକାଲି ଓଟିଭି ଫୋରସାଇଟ୍ -୨୦୧୬

foreshight

Advertisment

ଭୁବନେଶ୍ୱର: ଆସନ୍ତାକାଲି ଓଟିଭି ଫୋରସାଇଟ୍- ୨୦୧୬। ଏଥିରେ ୪ଟି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସାରାଦିନ ଆଲୋଚନା ପର୍ଯ୍ୟାଲୋଚନା ହେବ। ଯେଉଁଥିରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଓ ବୁଦ୍ଧିଜୀବୀ ଯୋଗଦେଇ ନିଜ ମତ ରଖିବେ। ଓଟିଭି ଫୋରସାଇଟରେ ଗତ ୬ ବର୍ଷ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଆସୁଛି। ଏଥର ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିବେ ଦେଶ ଓ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି।

Advertisment

ଉଦଘାଟନୀ ଅଧିବେଶନର ପ୍ରଥମ ପ୍ରସଙ୍ଗ ରହିଛି ‘ରୋଲ୍ ଅଫ୍ ଇଷ୍ଟର୍ଣ୍ଣ ଇଣ୍ଡିଆ ଇନ୍ ଦ ନ୍ୟାଶନାଲ୍ ଇକୋନମିକ୍ ଗ୍ରୋଥ୍ ଷ୍ଟୋରୀ: ରୋଡ୍ ମ୍ୟାପ୍ ଫର୍ ଦି ଫ୍ୟୁଚର୍’ । ଏହା ଉପରେ ମତ ରଖିବେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ଦ୍ୱିତୀୟ ପ୍ରସଙ୍ଗ ‘ହାଓ ଫାଷ୍ଟ ଗ୍ରୋଇଙ୍ଗ୍ ନେସନ୍ସ ହାଭ୍ ଟ୍ରାନ୍ସଫରମଡ୍ ଆଣ୍ଡ ହ୍ୱାଟ୍ କ୍ୟାନ୍ ୱି ଲାର୍ଣ୍ଣ ଫ୍ରମ୍ ଦେମ୍’ରେ ନିଜର ବକ୍ତବ୍ୟ ରଖିବେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ଅରବିନ୍ଦ ପାନାଗରିୟା।

ଦ୍ୱିତୀୟ ଅଧିବେଶନରେ ଦୁଇଟି ପ୍ରସଙ୍ଗ ଉପରେ ଆଲୋଚନା ହେବ। ପ୍ରଥମ ପ୍ରସଙ୍ଗଟି ହେଲା ‘ନ୍ୟାଶନାଲ୍ ପାର୍ଟିଜ୍ ଅର୍ ରିଜିଓନାଲ୍ ପାର୍ଟିଜ୍: ହ୍ୱିଚ୍ ଇଜ୍ ଲେସର୍ ଏଭିଲ୍’ ତୃଣମୂଳ କଂଗ୍ରେସର ରାଜ୍ୟସଭା ସଦସ୍ୟ ଡେରିକ୍ ଓ ବ୍ରେନ୍ ଏଥିରେ ମତ ରଖିବେ। ଏହି ଅଧିବେଶନର ଦ୍ୱିତୀୟ ପ୍ରସଙ୍ଗ ‘ଦ ସିଙ୍ଗଲ୍ ବିଗେଷ୍ଟ ନ୍ୟୁଜ୍ ଷ୍ଟାରୀ ଅଫ୍ ଟୁ ଥାଉଜେଣ୍ଡ ଫିପଟିନ୍ ଆଣ୍ଡ ଇଟ୍ସ ଇମ୍ପାକ୍ଟ’ରେ ମତ ରଖିବେ ବରିଷ୍ଠ ସାମ୍ୱାଦିକ ରାଜଦୀପ୍ ସରଦେସାଇ।

Advertisment

ଅପରାହ୍ନ ଅଧିବେଶନରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ। ପ୍ରଥମ ପ୍ରସଙ୍ଗ ହେଲା ‘ଇନଭେଷ୍ଟମେଣ୍ଟ ଇନ୍ ଓଡିଶା: ମିଥ୍ ଭର୍ସେସ୍ ରିଏଲିଟି’ । ଏଥିରେ ଶିଳ୍ପ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବିଜେପି ରାଜ୍ୟ ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନ, ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ପ୍ରଦୀପ ମାଝି ମତ ରଖିବେ।

ଫୋରସାଇଟ୍- ୨୦୧୬ର ଶେଷ ଅଧିବେଶନରେ ଆଲୋଚନାର ପ୍ରସଙ୍ଗ ରହିଛି ‘ଇନଫ୍ରାଷ୍ଟ୍ରକଚର ସପୋର୍ଟ ଫର୍ ଓଡିଆ ମୁଭି ଇଣ୍ଡଷ୍ଟ୍ରି: ଚାଲେଞ୍ଜେସ୍ ଆଣ୍ଡ ଅପରଚ୍ୟୁନିଟିଜ୍’। ଏଥିରେ ଓଡିଶା ଫିଲ୍ମ ଉନ୍ନୟନ ନିଗମ ଅଧ୍ୟକ୍ଷ ମୁନ୍ନା ଖାନ୍, ଶ୍ରୀୟା-ସ୍ୱାତି ସିନେ କମ୍ପ୍ଲେକ୍ସ ପ୍ରାଇଭେଟ୍ ଲିମିଟେଡ୍ର ମ୍ୟାନେଜିଂ ଡିରେକଟର୍ ବିଜେନ୍ଦ୍ର ମହାନ୍ତି,  ଅଭିନେତା ତଥା ଓଡିଆ ୱାନ୍ ଏଣ୍ଟରଟେନମେଣ୍ଟର ପ୍ରତିଷ୍ଠାତା ସମରେଶ ରାଉତରାୟ ଏବଂ ଅଭିନେତା ତଥା ନିର୍ମାତା ପୁପିନ୍ଦର ସିଂ ମତ ରଖିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe