Advertisment

ଦକ୍ଷିଣ ଆଫ୍ରିକାକୁ ହରାଇଲେ ଶଦାବ ଖାନ, ପାକିସ୍ତାନ ସେମିକୁ ଯାଇପାରିବ?

ସିଡ୍‌ନୀ: ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦଳକୁ ଡିଏଲ ମେଥଡରେ ହରାଇଛି ପାକିସ୍ତାନ। ଏହି ବିଜୟ ସହ ଚଳିତ ବିଶ୍ୱକପରେ ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରହିଛି। ଯଦି ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ନେଦରଲ୍ୟାଣ୍ଡ୍ସ ଠାରୁ ହାରି ଯାଉଛି କିମ୍ବା ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହୋଇଯାଉଛି, ତା’ହେଲେ ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା ଏକ ପ୍ରକାରର ନିଶ୍ଚିତ ହେବ। ସେହିପରି ଭାରତ ଯଦି ଜିମ୍ବାୱେ ଠାରୁ ହାରିଯିବ, ତା’ହେଲେ […]

ଦକ୍ଷିଣ ଆଫ୍ରିକାକୁ ହରାଇଲେ ଶଦାବ ଖାନ, ପାକିସ୍ତାନ ସେମିକୁ ଯାଇପାରିବ?

Pakistan

Advertisment

ସିଡ୍‌ନୀ: ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦଳକୁ ଡିଏଲ ମେଥଡରେ ହରାଇଛି ପାକିସ୍ତାନ। ଏହି ବିଜୟ ସହ ଚଳିତ ବିଶ୍ୱକପରେ ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରହିଛି। ଯଦି ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରତିପକ୍ଷ ନେଦରଲ୍ୟାଣ୍ଡ୍ସ ଠାରୁ ହାରି ଯାଉଛି କିମ୍ବା ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ ହୋଇଯାଉଛି, ତା’ହେଲେ ପାକିସ୍ତାନର ସେମି ଫାଇନାଲ ଖେଳିବା ଆଶା ଏକ ପ୍ରକାରର ନିଶ୍ଚିତ ହେବ।

Advertisment

ସେହିପରି ଭାରତ ଯଦି ଜିମ୍ବାୱେ ଠାରୁ ହାରିଯିବ, ତା’ହେଲେ ବି ପାକିସ୍ତାନ ଟପ୍‌ ୪ରେ ରହିବାକୁ ସୁଯୋଗ ରହିବ। ତେବେ ଏଥିପାଇଁ ପାକିସ୍ତାନକୁ ତା’ର ଶେଷ ମ୍ୟାଚ୍‌ରେ ବାଂଲାଦେଶକୁ ମଧ୍ୟ ହରାଇବାକୁ ପଡ଼ିବ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନର ଏହି ଗୁରୁତ୍ୱପୂର୍ଣ୍ଣ ୩୩ ରନ ବିଜୟର ହିରୋ ହେଉଛନ୍ତି ଶଦାବ ଖାନ। ସେ ବ୍ୟାଟିଂରେ ୨୨ ବଲରେ ୫୨ ରନ କରିଥିବା ବେଳେ ବୋଲିଂରେ ମଧ୍ୟ ଗୋଟିଏ ଓଭରରେ ୨ଟି ୱିକେଟ ନେଇ ଦକ୍ଷିଣ ଆଫ୍ରିକାକୁ ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Advertisment

ଏହା ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ପ୍ରଥମ ପରାଜୟ। ସେହିପରି ପାକିସ୍ତାନର ଦ୍ୱିତୀୟ ବିଜୟ। ପାକିସ୍ତାନ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୫ ରନ କରିଥିଲା। ପାକିସ୍ତାନ ପକ୍ଷରୁ ଶଦାବ ଖାନ ୨୨ ବଲରେ ୫୨ ରନ ଓ ଇଫତିକାର ଅହମ୍ମଦ ୩୫ ବଲରେ ୫୧ ରନର ଇନିଂସ ଖେଳିଥିଲେ।

ଦକ୍ଷିଣ ଆଫ୍ରିକା ଏହି ଟାର୍ଗେଟର ପିଛା କରୁଥିବା ବେଳେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ସେହିପରି ବର୍ଷା ମଧ୍ୟ ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଆହୁରି କଷ୍ଟକର କରି ଦେଇଥିଲା। ୯ ଓଭରରେ ଦଳ ୪ ୱିକେଟ ହରାଇ ୬୯ ରନ କରିଥିବା ବେଳେ ହଠାତ୍‌ ବର୍ଷା ହୋଇଥିଲା। ଏଥିପାଇଁ ମ୍ୟାଚ୍‌କୁ ବେଶ କିଛି ମିନିଟ୍‌ ବନ୍ଦ ରଖାଯାଇଥିଲା। ବର୍ଷା ଛାଡ଼ିବା ପରେ ଦକ୍ଷିଣ ଆଫ୍ରିକାକୁ ଡିଏଲ ମେଥଡରେ ମ୍ୟାଚ୍‌ ଜିତିବାକୁ ୧୪ ଓଭରରେ ୧୪୨ ରନର ଟାର୍ଗେଟ ମିଳିଥିଲା। ଏହାର ଅର୍ଥ ୫ ଓଭରରେ ଦଳକୁ ୭୩ ରନ କରିବାର ଥିଲା।

ହେନରିଚ କ୍ଲାସେନ ଓ ତ୍ରିଷ୍ଟାନ ଷ୍ଟବ୍ସ ବଡ଼ ଶଟ ଖେଳିଥିଲେ ମଧ୍ୟ ଏହା ଆବଶ୍ୟକ ରନରେଟ୍‌କୁ ପୂରଣ କରି ପାରି ନଥିଲା। ଶାହୀନ ଶାହ ଆଫ୍ରିଦି ୯ ବଲରେ ୧୫ ରନ କରିଥିବା କ୍ଲେସନଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାକୁ ୫ମ ଝଟକା ଦେଇଥିଲେ। ଏହାପରେ ନଶୀମ ଶାହ ୧୮ ରନ କରିଥିବା ଷ୍ଟବ୍ସଙ୍କୁ ଆଉଟ କରି ପାକିସ୍ତାନର ବିଜୟକୁ ଏକ ପ୍ରକାରର ନିଶ୍ଚିତ କରି ଦେଇଥିଲେ।

ଏହାପୂର୍ବରୁ ଶାଦବ ଖାନ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୂମା(୩୬) ଓ ୨୦ ରନ କରିଥିବା ଏଡେନ ମାର୍କମଙ୍କୁ ଆଉଟ କରିଥିଲେ। ଶେଷରେ ଦକ୍ଷିଣ ଆଫ୍ରିକା ୧୪ ଓଭରରେ ୯ ୱିକେଟ ହରାଇ ୧୦୮ ରନରେ ଅଟକି ଯାଇଥିଲା।

ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ଶଦାବ ଖାନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ପାକିସ୍ତାନ ପାଇଁ ଆଫ୍ରିଦି ୩ଟି ୱିକେଟ ନେଇଥିବା ବେଳେ ଶଦାବ ଖାନ ୨ଟି, ନଶୀମ ଶାହ, ହରିଶ ରୌଫ ଓ ମହମ୍ମଦ ୱାସିମ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe