Advertisment

ଆସନ୍ତା ବର୍ଷରୁ ସଂପୂର୍ଣ୍ଣ ପେପରଲେସ୍ ହେବ ଏମ୍ସ, ରୋଗୀ ପଞ୍ଜୀକରଣରେ ସୁଧାର ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷରୁ ସଂପୂର୍ଣ୍ଣ ପେପରଲେସ୍ ହେବ ଭୁବନେଶ୍ୱର ଏମ୍ସ। ଫଳତଃ ଚିକିତ୍ସା ସଂପର୍କିତ ସମସ୍ତ ପଞ୍ଜିକରଣ ବ୍ୟବସ୍ଥାରେ ସୁଧାର ହେବ। ଏମ୍‌ସରେ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ରୋଗୀଙ୍କ ଭିଡ଼ ଲାଗୁଥିବାରୁ ଖୁବଶୀଘ୍ର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାଓ଼୍ୱାର। ଆଜି ସେ ଏମ୍‌ସ ଗସ୍ତରେ ଆସି ସ୍ଥିତି ଦେଖିବା ସହ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। […]

ଅଦ୍ୟତନ ହୋଇଛି
ଆସନ୍ତା ବର୍ଷରୁ ସଂପୂର୍ଣ୍ଣ ପେପରଲେସ୍ ହେବ ଏମ୍ସ, ରୋଗୀ ପଞ୍ଜୀକରଣରେ ସୁଧାର ହେବ

minister

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ବର୍ଷରୁ ସଂପୂର୍ଣ୍ଣ ପେପରଲେସ୍ ହେବ ଭୁବନେଶ୍ୱର ଏମ୍ସ। ଫଳତଃ ଚିକିତ୍ସା ସଂପର୍କିତ ସମସ୍ତ ପଞ୍ଜିକରଣ ବ୍ୟବସ୍ଥାରେ ସୁଧାର ହେବ। ଏମ୍‌ସରେ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ରୋଗୀଙ୍କ ଭିଡ଼ ଲାଗୁଥିବାରୁ ଖୁବଶୀଘ୍ର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାଓ଼୍ୱାର। ଆଜି ସେ ଏମ୍‌ସ ଗସ୍ତରେ ଆସି ସ୍ଥିତି ଦେଖିବା ସହ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ବିଶେଷକରି ଗୁରୁତର ରୋଗୀଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଗୁରୁତ୍ୱ ଦିଆଯିବ। ବିଭିନ୍ନ ହସ୍ପିଟାଲରୁ ସାଧାରଣ ରୋଗୀଙ୍କୁ ମଧ୍ୟ ଏମ୍ସ ରେଫର କରାଯାଉଛି। ତେବେ ସାଧାରଣ ରୋଗୀଙ୍କୁ ନ ପଠାଇବାକୁ ସବୁ ହସ୍ପିଟାଲ ସହ ଆଲୋଚନା କରାଯିବ।

ଏ ଅବସରରେ ସେ ଆୟୁଷ୍ମାନ ଯୋଜନା ପ୍ରସଙ୍ଗ ଉଠାଇବା ସହ କହିଛନ୍ତି, ଲୋକଙ୍କ ସୁବିଧା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏହା ଦ୍ୱାରା ଗରିବ ଲୋକେ ୫ ଲକ୍ଷ ଟଙ୍କା ବୀମାର ସୁବିଧା ପାଇବେ। କେନ୍ଦ୍ର ସରକାର ଏମ୍‌ସର ଉନ୍ନତିକରଣ ନିମନ୍ତେ ଗୁରୁତ୍ୱ ଦେଉଛନ୍ତି। ଖୁବ୍‌ଶୀଘ୍ର ଏଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଓ ସାଟେଲାଇଟ ସେଣ୍ଟର ହେବାକୁ ଯାଉଛି। ରୋଗୀ ଓ ରୋଗୀଙ୍କ ସମ୍ପର୍କିୟ ରହଣି ନିମନ୍ତେ ବିଶ୍ରାମ କେନ୍ଦ୍ର ହେବାକୁ ଯାଉଛି।

Advertisment

ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରୁ ରୋଗୀ ଭୁବନେଶ୍ୱର ଅସୁଥିବାରୁ ଏଠାରେ ଭାର ବଢ଼ୁଥିବାରୁ ଏହାକୁ କମାଇବାକୁ କ’ଣ ପଦକ୍ଷେପ ନିଆଯିବ ବୋଲି ପଚାରିବାରୁ ସେ କହିଛନ୍ତି, କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଗୋଟିଏ ଲେଖାଏଁ ଏମ୍‌ସ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି। ଖୁବ୍‌ଶୀଘ୍ର ଦେଶରେ ୨୨ଟି ଏମ୍‌ସ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେବାକୁ ଯାଉଥିବା ସେ କହିଛନ୍ତି।

ଏହି ଗସ୍ତ ବେଳେ ସେ ଏମ୍‌ସ ଭିତରେ ବହୁ ଉପଯୋଗୀ ଭବନର ଲୋକାର୍ପଣ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe