Advertisment

ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ପିସିଏସ୍‌ ଅଧିକାରୀ

ଚଣ୍ଡିଗଡ଼: ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ପଞ୍ଜାବ ସିଭିଲ୍‌ ସର୍ଭିସ୍‌’ (ପିସିଏସ୍‌) ଅଧିକାରୀ। ଏଥିସହ ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିରେ  ପିସିଏସ୍‌ ସଂଘ ସହମତି ହୋଇଥିବା ଜଣାପଡ଼ିଛି। ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଅପରାହ୍ନ ୨ଟା ସୁଦ୍ଧା କାର୍ଯ୍ୟରେ ଯୋଗ ନ ଦେଲେ ନିଲମ୍ବନ କରାଯିବ ପଞ୍ଜାବ ସିଭିଲ୍‌ ସର୍ଭିସ୍‌’ (ପିସିଏସ୍‌) ଅଧିକାରୀମାନଙ୍କୁ ଚେତାବନୀ ଦେଇଥିଲେ। ମୁଖ୍ୟମନ୍ତ୍ରୀ  ବୁଧବାର ପଞ୍ଜାବ ଜନସେବା […]

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଅଫୁଟା ବୋମା  

bhagwant-mann

Advertisment

ଚଣ୍ଡିଗଡ଼: ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ପଞ୍ଜାବ ସିଭିଲ୍‌ ସର୍ଭିସ୍‌’ (ପିସିଏସ୍‌) ଅଧିକାରୀ। ଏଥିସହ ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିରେ  ପିସିଏସ୍‌ ସଂଘ ସହମତି ହୋଇଥିବା ଜଣାପଡ଼ିଛି। ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଅପରାହ୍ନ ୨ଟା ସୁଦ୍ଧା କାର୍ଯ୍ୟରେ ଯୋଗ ନ ଦେଲେ ନିଲମ୍ବନ କରାଯିବ ପଞ୍ଜାବ ସିଭିଲ୍‌ ସର୍ଭିସ୍‌’ (ପିସିଏସ୍‌) ଅଧିକାରୀମାନଙ୍କୁ ଚେତାବନୀ ଦେଇଥିଲେ। ମୁଖ୍ୟମନ୍ତ୍ରୀ  ବୁଧବାର ପଞ୍ଜାବ ଜନସେବା (ପିସିଏସ) ଅଧିକାରୀଙ୍କୁ ସେମାନଙ୍କ ସହକର୍ମୀଙ୍କ ବେଆଇନ ଗିରଫଦାରୀକୁ ବିରୋଧ କରି ସାମୁହିକ ଛୁଟିରେ ଯାଇଥିବା ଲୋକଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ମାନ ପିସିଏସ ଅଧିକାରୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ସେମାନେ ଡ୍ୟୁଟିକୁ ଫେରିବା ଉଚିତ। ନଚେତ ସେମାନଙ୍କୁ ନିଲମ୍ବନ କରାଯିବ ବୋଲି କହିଥିଲେ। 

Advertisment

ଜଣେ ସହକର୍ମୀଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି ଦର୍ଶାଇ ପ୍ରତିବାଦ କରିବା ଲାଗି ପଞ୍ଜାବ ସିଭିଲ୍‌ ସର୍ଭିସ୍‌ଅଧିକାରୀମାନେ ସମୂହ ଛୁଟି ନେଇଥିଲେ। ଏଭଳି ଧର୍ମଘଟ ବ୍ଲାକ୍‌ମେଲିଙ୍ଗ୍‌ତଥା ଚାପ ପ୍ରୟୋଗ ବୋଲି ମୁଖ୍ୟମନ୍ତ୍ରୀ ମାନ୍‌ କହିଛନ୍ତି। ମାନ୍‌ ଟ୍ୱିଟ୍‌ କରି କହିଛନ୍ତି, ଧର୍ମଘଟ କରିବା ଲାଗି କେତେକ ଅଫିସର୍‌ ଡିୟୁଟିରେ ଯୋଗ ଦେଉ ନ ଥିବା କଥା ମୋ ଦୃଷ୍ଟିକୁ ଆସିଛି। ଦୁର୍ନୀତିଗ୍ରସ୍ତ ଅଫିସର୍‌ମାନଙ୍କ ବିରୋଧରେ ସରକାର ଗ୍ରହଣ କରିଥିବା କଠୋର କାର୍ଯ୍ୟାନୁଷ୍ଠାନ ବିରୋଧରେ ସେମାନେ ଧର୍ମଘଟ ଚଳାଇଛନ୍ତି।

ସମସ୍ତଙ୍କୁ ଜଣାଇ ଦିଆଯାଉଛି ଯେ, ଏ ସରକାରଙ୍କ ପାଇଁ ଦୁର୍ନୀତି ଅସହଣୀୟ। ଏଭଳି ଧର୍ମଘଟ୍‌ ବ୍ଲାକ୍‌ମେଲିଙ୍ଗ୍‌ ଏବଂ ଚାପ ପ୍ରୟୋଗ କରୁଛି। କୌଣସି ଦାୟିତ୍ୱସମ୍ପନ୍ନ ସରକାର ଏହାକୁ ବରଦାସ୍ତ କରିପାରିବ ନାହିଁ। ତେଣୁ, ଧର୍ମଘଟକୁ ବେଆଇନ ଘୋଷଣା କରିବା ପାଇଁ ନିର୍ଦେଶ ଦିଆଯାଉଛି। ଆଜି ଅପରାହ୍ନ ୨ଟା ସୁଦ୍ଧା କାର୍ଯ୍ୟରେ ଯୋଗ ଦେଇ ନ ଥିବା ସମସ୍ତ ଧର୍ମଘଟକାରୀ ଅଫିସର୍‌ମାନଙ୍କୁ ‌ନିଲମ୍ବନ କରାଯିବ।

Advertisment

ଲୁଧିଆନାରେ ରାଜ୍ୟ ଭିଜିଲାନ୍‌ସ୍‌ ବ୍ୟୁରୋ ପିସିଏସ୍‌ଅଫିସର୍‌ ନରିନ୍ଦର ସିଂହ ଢାଲିୱାଲ୍‌ଙ୍କୁ ଗିରଫ କରିବା ପ୍ରତିବାଦରେ ସୋମବାରଠାରୁ ପିସିଏସ୍‌ଅଫିସର୍‌ମାନେ ସାମୂହିକଭାବେ ଛୁଟି ନେଇଥିଲେ। ଫଳରେ ରାଜ୍ୟର ପ୍ରଶାସନିକ କାର୍ଯ୍ୟାଳୟରେ କାର୍ଯ୍ୟ ପ୍ରକ୍ରିୟା ବାଧା ପାଇଥିଲା । ଲୁଧିଆନାର ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷରେ ନିଯୁକ୍ତ ଢାଲିୱାଲ୍‌ଙ୍କୁ ଭିଜିଲାନ୍ସ୍‌ ବ୍ୟୁରୋ ଶୁକ୍ରବାର ଦିନ ଗିରଫ କରିଥିଲା। ଭୁଲ୍‌ କରିଥିବା ଗାଡ଼ି ଉପରେ ଚାଲାଣ ନ କାଟିବା ଲାଗି ସେ ପରିବହନକାରୀମାନଙ୍କଠାରୁ ଲାଞ୍ଚ ଗ୍ରହଣ କରୁଥିଲେ ବ‌ୋଲି ଅଭିଯୋଗ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe