/odisha-reporter/media/post_attachments/uploads/2023/01/ui1-1.jpg)
ui1
ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧାଙ୍କ ଉପରକୁ ପରିସ୍ରା କରିବା ମାମଲାରେ ଆସିଛି ଭିନ୍ନମୋଡ଼। ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଉପରେ ଶଙ୍କର ମିଶ୍ରା ନାମକ ଜଣେ ଯୁବକ ପରିସ୍ରା କରିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ବେଶ ହଇଚଇ ହୋଇଥିଲା। କିନ୍ତୁ ଏବେ ମାମଲା ଭିନ୍ନ ମୋଡ଼ ନେଇଛି। ଦିଲ୍ଲୀ କୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଶଙ୍କର ମିଶ୍ରା କହିଛନ୍ତି ଯେ, ସେ ମହିଳାଙ୍କ ଉପରେ ପରିସ୍ରା କରିନଥିଲେ, ବରଂ ମହିଳା ଜଣକ ନିଜେ ନିଜ ସିଟ୍ରେ ପରିସ୍ରା କରିଥିଲେ। ଶଙ୍କର ମିଶ୍ରାଙ୍କ ଏହି ପାଲଟା ଜବାବ ପରେ ଘଟଣା ଆହୁରି ରୋଚକସ୍ତରକୁ ଆସିଛି। ଏବେ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ଅଛନ୍ତି ଶଙ୍କର। ତାଙ୍କ ଜାମିନ ଖାରଜ ହୋଇଯିବା ପରେ ତାଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଜାମିନ ଆବେଦନ ବେଳେ ଶଙ୍କରଙ୍କ ଓକିଲ କହିଥିଲେ ଯେ, କୌଣସି ଯୌନ ଲାଳସା ଉଦ୍ଦେଶ୍ୟ ରଖି ଶଙ୍କର ଏଭଳି କାମ କରି ନଥିଲେ।
ସେହିପରି ବୃଦ୍ଧା ଜଣକ ଶଙ୍କରଙ୍କ ବିରୋଧରେ ଧମକ ଅଭିଯୋଗ ମଧ୍ୟ ଆଣିଥିଲେ। ସୂଚନାଯୋଗ୍ୟ, ଗତ ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁ୍ଥିବା ଏୟାର ଇଣ୍ଡିଆ ବିମାନରେ ଶଙ୍କର ମିଶ୍ର ମଦ୍ୟପାନ କରି ଜଣେ ୭୦ ବର୍ଷ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ତେବେ ମହିଳାଙ୍କ ଅଭିଯୋଗ କ୍ରମେ ଆଇପିସିର ଧାରା ୩୫୪, ୨୯୪, ୫୦୯, ୫୧୦ ଅନୁଯାୟୀ ଶଙ୍କରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏଥିସହ ଶଙ୍କରଙ୍କ ଏଭଳି ଆଚରଣକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଯାଇଥିଲା।
ଅନ୍ୟପଟେ ଶଙ୍କର କାର୍ଯ୍ୟରତ ଥିବା ଓ୍ବେଲ୍ସ ଫାର୍ଗୋ କମ୍ପାନୀରୁ ବହିଷ୍କାର କରାଯାଇଛି। ଏହି ଘଟଣାକୁ ନେଇ ଡିଜିସିଏ ପକ୍ଷରୁ ଏୟାର ଇଣ୍ଡିଆକୁ ନୋଟିସ ପ୍ରଥମେ ତାଙ୍କ ଉପରେ ୩୦ ଦିନର ବ୍ୟାନ୍ ଲଗାଯାଇଥିଲା। ଏଥିସହ ଦିଲ୍ଲୀର ପାଲମ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରାଯାଇଥିଲା। ଘଟଣା ତୁମ୍ବିତୋଫାନକୁ ଦେଖି ଶଙ୍କର ଫେରାର ହୋଇଯାଇଥିଲେ। ଶଙ୍କର ବେଙ୍ଗାଲୁରୁରେ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦିଲ୍ଲୀ ପୁଲିସର ଏକ ଦଳ ସେଠାରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
