‘ଆମ ଗାଁରେ ମୋବାଇଲ ଟାୱାର ନାହିଁ, ଆମେ ଭୋଟ ଦେବୁନି’

ଫୁଲବାଣୀ(ତ୍ରିନାଥ ସାହୁ):  ଆମ ଗାଁରେ ମୋବାଇଲ ଟାୱାରଟିଏ ନାହିଁ। ତେଣୁ ଲୋକେ ବହୁ କଷ୍ଟ ଭୋଗ କରୁଛନ୍ତି।  ଘର ପୋଡ଼ି ଗଲେ ଦମକଳକୁ ଡାକି ହେଉନି, କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସକୁ ଫୋନ୍‌ କରି ହେଉନି । ଏହାବାଦ ପିଲାମାନେ, ଅନଲାଇନ୍‌ ପାଠପଢ଼ାର ସୁବିଧା ପାଇପାରୁନାହାନ୍ତି। ତେଣୁ ୧୩ ୱାର୍ଡର ଜନସାଧାରଣ ପଞ୍ଚାୟତ ନିର୍ବାଚନ ବର୍ଜନ କରିବୁ।  ଏଭଳି ଜିଦ ଧରିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସୀପଡ଼ା ଗ୍ରାମ ପଞ୍ଚାୟତବାସୀ । ଏହି ପଞ୍ଚାୟତରେ […]

boycott vote

Niharika Rout
  • Published: Wednesday, 19 January 2022
  • , Updated: 19 January 2022, 01:10 PM IST

ଫୁଲବାଣୀ(ତ୍ରିନାଥ ସାହୁ):  ଆମ ଗାଁରେ ମୋବାଇଲ ଟାୱାରଟିଏ ନାହିଁ। ତେଣୁ ଲୋକେ ବହୁ କଷ୍ଟ ଭୋଗ କରୁଛନ୍ତି।  ଘର ପୋଡ଼ି ଗଲେ ଦମକଳକୁ ଡାକି ହେଉନି, କେହି ଅସୁସ୍ଥ ହେଲେ ଆମ୍ବୁଲାନ୍ସକୁ ଫୋନ୍‌ କରି ହେଉନି । ଏହାବାଦ ପିଲାମାନେ, ଅନଲାଇନ୍‌ ପାଠପଢ଼ାର ସୁବିଧା ପାଇପାରୁନାହାନ୍ତି। ତେଣୁ ୧୩ ୱାର୍ଡର ଜନସାଧାରଣ ପଞ୍ଚାୟତ ନିର୍ବାଚନ ବର୍ଜନ କରିବୁ।  ଏଭଳି ଜିଦ ଧରିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସୀପଡ଼ା ଗ୍ରାମ ପଞ୍ଚାୟତବାସୀ ।

ଏହି ପଞ୍ଚାୟତରେ ଟାୱାର ନ ଥିବାରୁ ମୋବାଇଲ ନେଟଓ୍ୱାର୍କ ନାହିଁ । ଦୀର୍ଘ ଦିନ ଧରି ଆପତ୍ତି ଅଭିଯୋଗର ସମାଧାନ ହୋଇପାରୁ ନ ଥିବାରୁ  ଆଡାସୀପଡ଼ା ସଚେତନ ନାଗରିକ ମଞ୍ଚ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଏପରିକି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ତାଲା ପକାଇ ପଞ୍ଚାୟତର ସରପଞ୍ଚ ଏବଂ ସମିତିସଭ୍ୟ ପଦବୀ ପାଇଁ କାହାରିକୁ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିବାକୁ ସୁଯୋଗ ଦେଉ ନାହାନ୍ତି ।  ଆଉ ଯେଉଁମାନେ ନୋମିନେସନ ପେପର କିଣିଛନ୍ତି ସେମାନଙ୍କୁ ମଧ୍ୟ ମଞ୍ଚ ତରଫରୁ ପ୍ରାର୍ଥୀ ପତ୍ର ଦାଖଲ ନକରିବା ପାଇଁ କୁହାଯାଇଛି । ତେଣୁ ପଞ୍ଚାୟତରେ କେହି ମଧ୍ୟ ବର୍ତ୍ତମାନ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି  ।  

ଫଳରେ ଆଡାସୀପଡ଼ା ପଞ୍ଚାୟତରେ ଚଳିତ ନିର୍ବାଚନ ସୁରୁଖୁରୁରେ ହେବା ନେଇଁ ଆଶଙ୍କା ଦେଖାଦେଇଛି  । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀ କିମ୍ବା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ   ।

Related story