Advertisment

'କରୋନା ସଙ୍କଟକୁ ସୁଯୋଗରେ ପରିଣତ କରିବା'

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆନ୍ ଚାମ୍ୱର ଅଫ୍ କମର୍ସ (ଆଇସିସି)ର ୯୫ତମ ବାର୍ଷିକୋତ୍ସବ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମ ଜରିଆରେ ପୁଣି ଥରେ ଦେଶବାସୀଙ୍କୁ ‘ଆତ୍ମନିର୍ଭର ଭାରତ’ ମନ୍ତ୍ର ଦେଇଛନ୍ତି। ବର୍ଷ ବର୍ଷ ଧରି ଆତ୍ମନିର୍ଭରତା ଭାବନା ଦେଶବାସୀଙ୍କ ମନରେ ରହିଛି। ତଥାପି କେଉଁଠି ନା କେଉଁଠି ଏକ ବଡ଼ ଆକାଂକ୍ଷା ସମସ୍ତ ଭାରତୀୟଙ୍କ ମନରେ ରହିଆସିଛି। ମୋଦି କହିଛନ୍ତି, ଆଜି ଦେଶବାସୀଙ୍କ ମନରେ ଆକାଂକ୍ଷା ରହିଛି, ଆମେ ମେଡିକାଲ କ୍ଷେତ୍ରରେ ଆତ୍ମନିର୍ଭର ହୋଇଥାନ୍ତେ […]

'କରୋନା ସଙ୍କଟକୁ ସୁଯୋଗରେ ପରିଣତ କରିବା'

modi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆନ୍ ଚାମ୍ୱର ଅଫ୍ କମର୍ସ (ଆଇସିସି)ର ୯୫ତମ ବାର୍ଷିକୋତ୍ସବ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। କାର୍ଯ୍ୟକ୍ରମ ଜରିଆରେ ପୁଣି ଥରେ ଦେଶବାସୀଙ୍କୁ 'ଆତ୍ମନିର୍ଭର ଭାରତ' ମନ୍ତ୍ର ଦେଇଛନ୍ତି। ବର୍ଷ ବର୍ଷ ଧରି ଆତ୍ମନିର୍ଭରତା ଭାବନା ଦେଶବାସୀଙ୍କ ମନରେ ରହିଛି। ତଥାପି କେଉଁଠି ନା କେଉଁଠି ଏକ ବଡ଼ ଆକାଂକ୍ଷା ସମସ୍ତ ଭାରତୀୟଙ୍କ ମନରେ ରହିଆସିଛି।

Advertisment

ମୋଦି କହିଛନ୍ତି, ଆଜି ଦେଶବାସୀଙ୍କ ମନରେ ଆକାଂକ୍ଷା ରହିଛି, ଆମେ ମେଡିକାଲ କ୍ଷେତ୍ରରେ ଆତ୍ମନିର୍ଭର ହୋଇଥାନ୍ତେ କି! ଆମେ ସୋଲାର ପ୍ୟାନେଲ କ୍ଷେତ୍ରରେ ଆତ୍ମନିର୍ଭର ହୋଇଥାନ୍ତେ କି! ଆମେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହୋଇଥାନ୍ତେ କି! ଏପରି ଅନେ ଉଦାହରଣ ରହିଛି। ଦେଶରେ ଏହି ସବୁ ଆକାଂକ୍ଷା ଘୁରିବୁଲୁଛି। ଗତ ୫-୬ ବର୍ଷ ଭିତରେ ଦେଶର ନୀତି ଏବଂ ରୀତି ଭିତରେ ଭାରତର ଆତ୍ମନିର୍ଭରତା ଲକ୍ଷ୍ୟ ସବୁଠାରୁ ଆଗରେ ରହିଛି।

ଏହାପରେ ମୋଦି କରୋନା ସ୍ଥିତି ପ୍ରସଙ୍ଗ ଉଠାଇ କହିଛନ୍ତି, ବର୍ତ୍ତମାନ କରୋନା ସଙ୍କଟ ଆତ୍ମନିର୍ଭର ଭାରତ ଗଠନର ଗତିକୁ ଆହୁରି ଦ୍ରୁତ କରିବାକୁ ଶିକ୍ଷା ଦେଇଛି। ଏହି ପରିସ୍ଥିତିରୁ ଶିକ୍ଷା ମିଳିଛି ଯେ, ଯେଉଁ ସବୁ ପଦାର୍ଥ ଭାରତ ଆମଦାନୀ କରିବାକୁ ବାଧ୍ୟ ହେଉଛି, ସେ ସବୁ ଭାରତରେ କିଭଳି ପ୍ରସ୍ତୁତ ହୋଇପାରିବ। ଆଗାମୀ ଭବିଷ୍ୟତରେ ସେହି ସବୁ ପଦାର୍ଥକୁ ଭାରତ ରପ୍ତାନୀ କିପରି କରିପାରିବ ସେହି ଲକ୍ଷ୍ୟପଥରେ ଆମକୁ ଆହୁରି ଦ୍ରୁତ ଗତିରେ ପରିଶ୍ରମ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।

Advertisment

ଉଦ୍ୟୋଗ ଜଗତକୁ ଗୁରୁତ୍ୱ ଦେଇ ମୋଦି କହିଛନ୍ତି ଯେ, ସୁଯୋଗକୁ ଚିହ୍ନିବାର ଏହା ହେଉଛି ସମୟ। ନିଜକୁ ପରୀକ୍ଷା କରିବାର ସମୟ ଏବଂ ନୂଆ ସଫଳତା ଆଡ଼କୁ ଆଗେଇବାର ସମୟ। ଯଦି ସବୁଠାରୁ ବଡ଼ ସଙ୍କଟ ଆସିଛି, ତେବେ ଏଥିରୁ ସବୁଠାରୁ ବଡ଼ ଶିକ୍ଷା ଗ୍ରହଣ କରି ଏହି ସମୟର ଲାଭ ଉଠାଇବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ମୋଦି ପୁଣି କହିଛନ୍ତି, ନିକଟରେ କୃଷକ ଏବଂ ଗ୍ରାମ୍ୟ ଅର୍ଥବ୍ୟବସ୍ଥା ପାଇଁ ଯେଉଁସବୁ ନିଷ୍ପତ୍ତି ନିଆଯାଇଛି, ତାହା କୃଷି ଅର୍ଥନୀତିକୁ ବର୍ଷ ବର୍ଷ ଧରି ଚାଲିଆସୁଥିବା ଦାସତ୍ୱରୁ ମୁକ୍ତି ଦେଇଛି। ସ୍ଥାନୀୟ ଉତ୍ପାଦ ପାଇଁ ଯେଉଁ କ୍ଲଷ୍ଟର ବେସ୍ଡ୍ ଆପ୍ରୋଚକୁ ଭାରତରେ ପ୍ରୋତ୍ସାହନ ଦିଆଯାଉଛି, ସେଥିରେ ସମସ୍ତଙ୍କ ପାଇଁ ସୁଯୋଗ ଭରି ରହିଛି। ଯେଉଁ ଜିଲ୍ଲା, ଯେଉଁ ବ୍ଲକରେ ଯାହା ଉତ୍ପାଦନ ହେଉଛି, ତଦ୍ଦନୁଯାୟୀ ସେହି ନିକଟବର୍ତ୍ତୀ ଅଞ୍ଚଳରେ କ୍ଲଷ୍ଟର ନିର୍ମାଣ କରାଯିବ ବୋଲି ମୋଦି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe