Advertisment

ସର୍ଟକଟ ରାଜନୀତି ଦେଶ ପାଇଁ ବଡ଼ କ୍ଷତିକାରକ: ମୋଦି

ନାଗପୁର: ଆଜି ବିରୋଧୀଙ୍କୁ ଟାର୍ଗେଟ କରି ସର୍ଟକଟର ରାଜନୀତି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ,ସର୍ଟକଟ ରାଜନୀତି ନୁହେଁ ଦେଶ ପାଇଁ ସ୍ଥାୟୀ ବିକାଶ ଓ ସମାଧାନ ଆବଶ୍ୟକ। ସର୍ଟକଟ ରାଜନୀତି ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। କୌଣସି ରାଜନୈତିକ ଦଳ ନିରନ୍ତର ବିକାଶ କରି ଜନତାଙ୍କ ହୃଦୟ ଜିତିପାରିବ। ସେଇ ଦଳ ମଧ୍ୟ ବାରମ୍ବାର ନିର୍ବାଚନରେ ବିଜୟୀ ହୋଇପାରିବ। ଏହାର ସଦ୍ୟତମ ଉଦାହରଣ ଗୁଜରାଟ ନିର୍ବାଚନର ଫଳାଫଳ ବୋଲି ମୋଦି […]

author-image
Tapas Behera
ସର୍ଟକଟ ରାଜନୀତି ଦେଶ ପାଇଁ ବଡ଼ କ୍ଷତିକାରକ: ମୋଦି

Modi1

ନାଗପୁର: ଆଜି ବିରୋଧୀଙ୍କୁ ଟାର୍ଗେଟ କରି ସର୍ଟକଟର ରାଜନୀତି କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ,ସର୍ଟକଟ ରାଜନୀତି ନୁହେଁ ଦେଶ ପାଇଁ ସ୍ଥାୟୀ ବିକାଶ ଓ ସମାଧାନ ଆବଶ୍ୟକ। ସର୍ଟକଟ ରାଜନୀତି ଦେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। କୌଣସି ରାଜନୈତିକ ଦଳ ନିରନ୍ତର ବିକାଶ କରି ଜନତାଙ୍କ ହୃଦୟ ଜିତିପାରିବ। ସେଇ ଦଳ ମଧ୍ୟ ବାରମ୍ବାର ନିର୍ବାଚନରେ ବିଜୟୀ ହୋଇପାରିବ। ଏହାର ସଦ୍ୟତମ ଉଦାହରଣ ଗୁଜରାଟ ନିର୍ବାଚନର ଫଳାଫଳ ବୋଲି ମୋଦି କହିଛନ୍ତି । ସେ ଆହୁରି କହିଛନ୍ତି ଯେ ଦେଶର କିଛି ରାଜନୈତିକ ଦଳ ଦେଶର ଅର୍ଥନୀତିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି। ପୂର୍ବରୁ ଟିକସଦାତାଙ୍କ ଅର୍ଥରେ ଦୁର୍ନୀତି ଏବଂ ଭୋଟ୍ ବ୍ୟାଙ୍କ ରାଜନୀତିରେ ନଷ୍ଟ ହେଉଥିଲା। ଆଜି ନାଗପୁରରେ ୭୫,୦୦୦କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଏବଂ ଉଦଘାଟନ କରିବା ଅବସରରେ ଏହା କହିଛନ୍ତି ମୋଦି।

Advertisment

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗପୁରରେ ପହଞ୍ଚି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି । ନାଗପୁରରୁ ବିଳାସପୁର ପର୍ଯ୍ୟନ୍ତ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି  ପ୍ରଧାନମନ୍ତ୍ରୀ । ଆଜିଠୁ ନାଗପୁରରେ ମଧ୍ୟ ମେଟ୍ରୋର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ।  ଏଥି ସହିତ ପ୍ରଧାନମନ୍ତ୍ରୀ ନାଗପୁର ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ନାଗପୁରରୁ ମୁମ୍ବାଇ ପର୍ଯ୍ୟନ୍ତ ସମୁଦାୟ ୭୦୧ କିଲୋମିଟର ଏକ୍ସପ୍ରେସୱେର ୫୨୦ କିଲୋମିଟରର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି । ଯାହାକୁ ଆଜି ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ୫୫ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଏକ୍ସପ୍ରେସୱେ ମହାରାଷ୍ଟ୍ରର ୧୦ଟି ଜିଲ୍ଲାକୁ ସଂଯୋଗ କରୁଛି । ଅମରାବତୀ, ଔରଙ୍ଗାବାଦ ଏବଂ ନାଶିକର ପ୍ରମୁଖ ସହରାଞ୍ଚଳ ଦେଇ ଯିବ ।

ଏହି ଏକ୍ସପ୍ରେସୱେ ନିକଟସ୍ଥ ଅନ୍ୟ ୧୪ଟି ଜିଲ୍ଲାକୁ ମଧ୍ୟ ସଂଯୋଗ ପାଇଁ ମାଧ୍ୟମ ହେବ । ଫଳରେ ବିଦର୍ଭ, ମରାଠୱାଡା ଏବଂ ଉତ୍ତର ମହାରାଷ୍ଟ୍ର ସମେତ ରାଜ୍ୟର ପ୍ରାୟ ୨୪ଟି ଜିଲ୍ଲାର ବିକାଶରେ ସହାୟକ ହେବ । ଲୋକମାନେ ଯାତାୟାତରେ ଆଉ ଅସୁବିଧା ସମ୍ମୁଖିନ ହେବେ ନାହିଁ ।

Advertisment