Advertisment

ସବରକରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧିଙ୍କ ନାମରେ ମାମଲା

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ ଭିଡି ସବରକରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ରାହୁଲ ସବକରଙ୍କୁ ଅପମାନିତ କରିଥିବା ଅଭିଯୋଗ  ହୋଇଛି। ଗାନ୍ଧିଙ୍କ ସବରକର ବିରୋଧୀ ମନ୍ତବ୍ୟ ସ୍ଥାନୀୟବାସୀଙ୍କ ଭାବନାକୁ ଆଘାତ ଦେଇଥିବା ଗୁରୁବାର ଥାଣେ ନଗର ପୁଲିସ ଷ୍ଟେସନରେ ଅଭିଯୋଗ ହୋଛି। ଗାନ୍ଧିଙ୍କ ବିରୋଧରେ  ସଙ୍ଗିନ ଦଫା ଧାରା ୫୦୦ ଓ ୫୦୧ ଦଫା ଲାଗୁ କରାଯାଇଛି। ଗୁରୁବାର ମହାରାଷ୍ଟ୍ରର ଅକୋଲାରେ ଗାନ୍ଧି ଏକ ସାମ୍ବାଦିକ […]

ଗୁଜରାଟ ଟ୍ରାଜେଡିରେ ମୁଁ ରାଜନୀତି କରିବାକୁ ଚାହେଁନି: ରାହୁଲ ଗାନ୍ଧି

Rahul-Gandhi

Advertisment

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀ ଭିଡି ସବରକରଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି। ରାହୁଲ ସବକରଙ୍କୁ ଅପମାନିତ କରିଥିବା ଅଭିଯୋଗ  ହୋଇଛି। ଗାନ୍ଧିଙ୍କ ସବରକର ବିରୋଧୀ ମନ୍ତବ୍ୟ ସ୍ଥାନୀୟବାସୀଙ୍କ ଭାବନାକୁ ଆଘାତ ଦେଇଥିବା ଗୁରୁବାର ଥାଣେ ନଗର ପୁଲିସ ଷ୍ଟେସନରେ ଅଭିଯୋଗ ହୋଛି। ଗାନ୍ଧିଙ୍କ ବିରୋଧରେ  ସଙ୍ଗିନ ଦଫା ଧାରା ୫୦୦ ଓ ୫୦୧ ଦଫା ଲାଗୁ କରାଯାଇଛି। ଗୁରୁବାର ମହାରାଷ୍ଟ୍ରର ଅକୋଲାରେ ଗାନ୍ଧି ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ,  ସ୍ୱାଧୀନତା ପୂର୍ବରୁ ସବରକର ବ୍ରିଟିଶମାନଙ୍କୁ କ୍ଷମା ପ୍ରାର୍ଥନା କରି ମହାତ୍ମା ଗାନ୍ଧି, ଜବାହରଲାଲ ନେହରୁ ଏବଂ ସର୍ଦ୍ଦାର ପଟେଲଙ୍କ ଭଳି ନେତାଙ୍କ ପ୍ରତି ବିଶ୍ୱାସଘାତକତା କରିଥିଲେ।

Advertisment

ସବରକର ବ୍ରିଟିସରଙ୍କୁ  ଚିଠିରେ ଲେଖିଥିଲେ ‘ସାର ମୁ ତୁମର ଅତ୍ୟନ୍ତ ଅନୁଗତ ହୋଇ ରହିବାକୁ ଚାହେଁ। ଆପଣ ଯାହା କହିବେ ମୁଁ ମାନିବାକୁ ରାଜି। ସବରକର ବ୍ରିଟିସରମାନଙ୍କୁ ସାହାଯ୍ୟ କରିଥିଲେ। ସେ ଏହି ଚିଠି ଲେଖି ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ସର୍ଦ୍ଦାର ପଟେଲଙ୍କ ପରି ବିଶ୍ୱାସଘାତକତା କରିଥିଲେ। ରାହୁଲ ଗାନ୍ଧିଙ୍କ ବିରୋଧରେ ଅଭିଯୋଗ କରିଥିବା  ବାଲାସାହବାନୀ ଶିବସେନା ନେତା କହିଛନ୍ତି ଯେ ସେ ଆମର ମହାନ ବ୍ୟକ୍ତିଙ୍କ ବଦନାମକୁ ବରଦାସ୍ତ କରିବେ ନାହିଁ। ସେ କହିଛନ୍ତି ଯେ, ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧି ସ୍ୱାଧୀନତା ସଂଗ୍ରାମୀ ସାବରକରଙ୍କୁ ବଦନାମ କରିଛନ୍ତି।  ଯାହା ସ୍ଥାନୀୟ ନାଗରିକଙ୍କ ଭାବନାକୁ ଆଘାତ ପହଞ୍ଚାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାରାଷ୍ଟ୍ର ମାଟିରେ ଆମର ମହାନ ବ୍ୟକ୍ତିଙ୍କ ବଦନାମକୁ ଆମେ ବରଦାସ୍ତ କରିବୁ ନାହିଁ। ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ବିରୋଧ କରି ବାଲାସାହେବ ଶିବସେନା ପାର୍ଟି ମଧ୍ୟ ଗୁରୁବାର ଦିନ ଥାନାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଥିଲା।

ଗତକାଲି ବିକ୍ଷୋଭ ଶୋଭାଯାତ୍ରାରେ  ବାଲାସାହେବଙ୍କ ଶିବସେନା ଦଳର ମୁଖପାତ୍ର ତଥା ମହାରାଷ୍ଟ୍ର ରାଜ୍ୟ ସଂଯୋଜକ ନରେଶ ମାସକେ ରାହୁଲ ଗାନ୍ଧିଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ଗିରଫ ଦାବି କରିଛନ୍ତି।  ଏହାପୂର୍ବରୁ ଗତକାଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ପାଲଟା ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧିଙ୍କ ଏହି ମନ୍ତବ୍ୟ ଦୁଃଖଦାୟକ ଓ ସେ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି। ପାତ୍ର କହିଛନ୍ତି,ରାହୁଲ ଗାନ୍ଧି  ବୀର ସବରକରଙ୍କୁ ଅପମାନିତ କରିଛନ୍ତି। ସେ ଦେଶର ଗର୍ବ। ସେ ତାଙ୍କ ପ୍ରତି ବ୍ୟବହାର କରିଥିବା ଶବ୍ଦ ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦୁଃଖଦାୟକ।

Advertisment

ବୀର ସବରକର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କୁ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ବୋଲି କହିଥିଲେ । ଯିଏ ବ୍ରିଟିଶରମାନଙ୍କ ବିରୋଧରେ ଲଢ଼େଇ କରିଥିଲେ । ବର୍ତ୍ତମାନ ଗାନ୍ଧି ପରିବାର ଇନ୍ଦିରା ଗାନ୍ଧୀ ମିଛ କହୁଥିଲେ  ନା ରାହୁଲ ଗାନ୍ଧୀ ସେନେଇ ଉତ୍ତର ଦେବା ଉଚିତ।  ସେହିପରି  ଗାନ୍ଧି ସୁବାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମର ଅନ୍ୟ ହିରୋମାନଙ୍କୁ ଅପମାନିତ କରିଥିବା ପାତ୍ର ଅଭିଯୋଗ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe