Advertisment

ପ୍ରିୟଙ୍କା କହିଲେ ମୁଁ ସବୁଠୁ ଖରାପ ସ୍ତ୍ରୀ: ନିକ୍‌ ଦେଲେ ଏମିତି ଉତ୍ତର

ମୁମ୍ବାଇ: ନିକଟରେ ବଲିଉଡ଼ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ସ୍ୱାମୀ ନିକ୍‌ ଜୋନସ୍‌ ଏକ ଦାମୀ କାର୍‌ ଗିଫ୍ଟ କରିଥିଲେ। ଯାହାର ଫଟୋ ପ୍ରିୟଙ୍କା ସୋଶାଲ୍‌ ମିଡିଆରେ ଶେଆର କରି ନିକ୍‌ଙ୍କୁ ଦୁନିଆର ସବୁଠୁ ଭଲ ସ୍ୱାମୀ କହିଥିଲେ। ଏବେ ପ୍ରିୟଙ୍କାଙ୍କୁ ନିକ୍‌ ଆଉ ଏକ ଉପହାର ଦେଇଛନ୍ତି। ପ୍ରିୟଙ୍କାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଟୋରେ ନିକ୍‌ ହାର୍ଟ ସିମ୍ବଲ୍‌ ଦେଇ ପ୍ରିୟଙ୍କାଙ୍କ ହୃଦୟ ଜିତି ନେଇଛନ୍ତି। ସେପଟେ ଦେଶୀ ଗର୍ଲ ନିକ୍‌ଙ୍କୁ ନେଇ କିଛି ଖୁଲାସା କରିଛନ୍ତି। ନିକଟରେ […]

ପ୍ରିୟଙ୍କା କହିଲେ ମୁଁ ସବୁଠୁ ଖରାପ ସ୍ତ୍ରୀ: ନିକ୍‌  ଦେଲେ ଏମିତି ଉତ୍ତର

67310389

Advertisment

ମୁମ୍ବାଇ: ନିକଟରେ ବଲିଉଡ଼ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ସ୍ୱାମୀ ନିକ୍‌ ଜୋନସ୍‌ ଏକ ଦାମୀ କାର୍‌ ଗିଫ୍ଟ କରିଥିଲେ। ଯାହାର ଫଟୋ ପ୍ରିୟଙ୍କା ସୋଶାଲ୍‌ ମିଡିଆରେ ଶେଆର କରି ନିକ୍‌ଙ୍କୁ ଦୁନିଆର ସବୁଠୁ ଭଲ ସ୍ୱାମୀ କହିଥିଲେ। ଏବେ ପ୍ରିୟଙ୍କାଙ୍କୁ ନିକ୍‌ ଆଉ ଏକ ଉପହାର ଦେଇଛନ୍ତି। ପ୍ରିୟଙ୍କାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଫଟୋରେ ନିକ୍‌ ହାର୍ଟ ସିମ୍ବଲ୍‌ ଦେଇ ପ୍ରିୟଙ୍କାଙ୍କ ହୃଦୟ ଜିତି ନେଇଛନ୍ତି। ସେପଟେ ଦେଶୀ ଗର୍ଲ ନିକ୍‌ଙ୍କୁ ନେଇ କିଛି ଖୁଲାସା କରିଛନ୍ତି।

Advertisment

ନିକଟରେ ଏକ ସାକ୍ଷାତକାରରେ ପ୍ରିୟଙ୍କା ନିଜେ ଜଣେ ଭଲ ସ୍ତ୍ରୀ ନୁହନ୍ତି ବୋଲି କହିଛନ୍ତି।

publive-image ପ୍ରିୟଙ୍କା ଚୋପ୍ରା ଏବିସି ଚାଟ୍‌ ଶୋ ‘ଦ ଭ୍ୟୁ’ରେ ନିକ୍‌ ଜୋନସ୍‌ଙ୍କ ସହ ବିବାହ ଏବଂ ମ୍ୟୁଜିକ୍‌ ଭିଡିଓ ‘ସକର’ ବିଷୟରେ ଆଲୋଚନା କରିଥିଲେ। ଏହି ସମୟରେ ସେ ଖାଇବା ତିଆରି କରିପାରନ୍ତି ନାହିଁ ବୋଲି କହିଥିଲେ। ଯେତେବେଳେ ନିକ୍‌ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସେ ସେତେବେଳେ ତାଙ୍କୁ ଏକଥା ଜଣାଇଥିଲେ।

Advertisment

publive-imageନିକ୍‌ଙ୍କ ମାଆ ଭଲ ରୋଷେଇ କରନ୍ତି। ହେଲେ ସେ ବିବାହ କରିବାକୁ ଯାଉଥିବା ଯୁବତୀ କେବଳ ଅମ୍‌ଲେଟ୍‌ ତିଆରି କରିପାରନ୍ତି ବୋଲି ପ୍ରିୟଙ୍କା ନିକ୍‌ଙ୍କୁ କହିଥିଲେ। ନିକ୍‌ଙ୍କ ମାଆଙ୍କ ପରି ସେ ବିଲ୍‌କୁଲ୍‌ ହୋଇପାରିବେ ନାହିଁ ବୋଲି  ପ୍ରିୟଙ୍କା ତାଙ୍କ ଭାବି ସ୍ୱାମୀଙ୍କୁ ଜଣାଇଥିଲେ।

ଏକଥା ଶୁଣିବା ପରେ ନିକ୍‌ ମଧ୍ୟ ପ୍ରିୟଙ୍କାଙ୍କୁ ଏକ ସୁନ୍ଦର ରିପ୍ଲାଏ ଦେଇଥିଲେ। ସେ କହିଥିଲେ, କିଛି ଅସୁବିଧା ନାହିଁ, ମୁଁ ମଧ୍ୟ ଖାଇବା ତିଆରି କରିବା ଜାଣିନି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe