Advertisment

ରବିନା କହିବାରୁ ନାଚିଲେ ଆୟୁଷ୍ମାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ଅଭିନେତ୍ରୀ ନୁସ୍‌ରତ ଭରୁଚାଙ୍କ ଫିଲ୍ମ ‘ଡ୍ରିମ୍‌ ଗର୍ଲ’ ରିଲିଜ୍‌ ହେବାକୁ ଯାଉଛି। ସେପ୍ଟେମ୍ବର ୧୩ ତାରିଖରେ ଫିଲ୍ମଟି ରିଲିଜ୍‌ ହେବ। ଏଥିପାଇଁ ଆୟୁଷ୍ମାନ ଏବଂ ନୁସ୍‌ରତ ଏବେ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମର ପ୍ରମୋସନ୍‌ ପାଇଁ ଏହି ଦୁଇ ଜଣ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ଶୋ’ ‘ନଚ ବଲିୟେ-୯’ରେ ଯୋଗଦେଇଥିଲେ। ଏହି ଶୋ’ରେ ଯୋଗଦେଇ ସେ ଖୁବ୍‌ ମସ୍ତି କରିଥିଲେ। ଶୋରେ ଜଜ୍‌ଙ୍କ […]

ରବିନା କହିବାରୁ ନାଚିଲେ ଆୟୁଷ୍ମାନ୍‌

ayushman

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ଅଭିନେତ୍ରୀ ନୁସ୍‌ରତ ଭରୁଚାଙ୍କ ଫିଲ୍ମ ‘ଡ୍ରିମ୍‌ ଗର୍ଲ’ ରିଲିଜ୍‌ ହେବାକୁ ଯାଉଛି। ସେପ୍ଟେମ୍ବର ୧୩ ତାରିଖରେ ଫିଲ୍ମଟି ରିଲିଜ୍‌ ହେବ। ଏଥିପାଇଁ ଆୟୁଷ୍ମାନ ଏବଂ ନୁସ୍‌ରତ ଏବେ ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମର ପ୍ରମୋସନ୍‌ ପାଇଁ ଏହି ଦୁଇ ଜଣ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ଶୋ’ ‘ନଚ ବଲିୟେ-୯’ରେ ଯୋଗଦେଇଥିଲେ। ଏହି ଶୋ’ରେ ଯୋଗଦେଇ ସେ ଖୁବ୍‌ ମସ୍ତି କରିଥିଲେ। ଶୋରେ ଜଜ୍‌ଙ୍କ ସହ ମିଶି ଆୟୁଷ୍ମାନଙ୍କୁ ହିଲ୍‌ ପିନ୍ଧି ନାଚିବାର ଦେଖାଯାଇଛି।

Advertisment

ଆୟୁଷ୍ମାନଙ୍କୁ ଏମତି ଜବରଦସ୍ତ ନାଚିବାର ଦେଖି ଶୋ’ରେ ଉପସ୍ଥିତ ସମସ୍ତ ପ୍ରତିଯୋଗୀ ଏବଂ ଦର୍ଶକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆୟୁଷ୍ମାନଙ୍କ ନାଚିବା ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛି।

https://www.instagram.com/p/B2CibJEFRwG/?utm_source=ig_web_button_share_sheet

Advertisment

ଷ୍ଟାର ପ୍ଲସ୍‌ ତାର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ଭିଡିଓ ଶେଆର କରିଛି।  ଭିଡିଓରେ ନଚ୍‌ ବଲିୟେର ଜଜ୍ ତଥା ଅଭିନେତ୍ରୀ ରବିନା ଟଣ୍ଡନ୍‌ ଆୟୁଷ୍ମାନଙ୍କୁ ହିଲ୍‌ ପିନ୍ଧି ନାଚିବାର ଚ୍ୟାଲେଞ୍ଜ ଦେବାର ଦେଖିବାକୁ ମିଳିଛି। ଯାହାକୁ ସ୍ୱୀକାର କରି ସେ ଧଳା ରଙ୍ଗର ଏକ ହାଇ ହିଲ୍‌ ପିନ୍ଧି ନାଚିଛନ୍ତି। କେବଳ ଆୟୁଷ୍ମାନ ଖୁରାନା ନୁହନ୍ତି କୋରିଓଗ୍ରାଫର୍‌ ଅହମ୍ମଦ ଖାନ୍‌ ମଧ୍ୟ ତାଙ୍କ ସହ କଳା ରଙ୍ଗର ଏକ ହାଇ ହିଲ୍‌ ପିନ୍ଧି ନାଚିବାର ଦେଖିବାକୁ ମିଳିଛି। ଦୁଇଜଣଙ୍କ ନାଚ ଦେଖି ଶୋର ଉପସ୍ଥିତ ଦର୍ଶକ ଏହାକୁ ଏକ ହିଲ୍‌-ଲାରିଅସ୍‌ ନାଚ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe