ରିଅଲ୍‌ମି ଲଞ୍ଚ କରୁଛି ୪୮ମେଗା ପିକ୍ସେଲର ଦୁଇଟି ନୂଆ ସ୍ମାର୍ଟଫୋନ୍‌

୨୦ଅଗଷ୍ଟରେ ରିଅଲମି କମ୍ପାନୀ ତାର ଦୁଇଟି ନୂଆ ସ୍ମାର୍ଟଫୋନ୍‌ ବଜାରକୁ ଛାଡ଼ିବାକୁ ଯାଉଛି। ଫୋନ୍‌ର ନାଁ ରହିଛି Realme 5, Realme 5 Pro।ରିଅଲ୍‌ମି ୫ ସ୍ମାର୍ଟଫୋନ୍‌ରେ ୪୮ମେଗା ପିକ୍ସେଲର ପ୍ରାଇମେରୀ କ୍ୟାମେରା  ଏବଂ ୧୬ ମେଗା ପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ରହିଛି। Realme 5 ରେ ୬ ଇଞ୍ଚର ଡିସ୍‌ପ୍ଲେ ରହିଛି। ଏହି ଫୋନ୍‌ରେ ସ୍ନାପଡ୍ରାଗନ ୬୬୫ର ପ୍ରୋସେସର ରହିଛି। ଫୋନ୍‌ର ଦାମ୍‌ ୯,୯୯୯ଟଙ୍କା ରହିଛି। ରିଅଲ୍‌ମି ୫ ଭାରତର ପ୍ରଥମ ସ୍ମାର୍ଟଫୋନ୍‌ ଯେଉଁଥିରେ ୪୮ ମେଗା […]

maxresdefault

Biswobandita Swain
  • Published: Friday, 16 August 2019
  • , Updated: 16 August 2019, 03:43 PM IST

୨୦ଅଗଷ୍ଟରେ ରିଅଲମି କମ୍ପାନୀ ତାର ଦୁଇଟି ନୂଆ ସ୍ମାର୍ଟଫୋନ୍‌ ବଜାରକୁ ଛାଡ଼ିବାକୁ ଯାଉଛି। ଫୋନ୍‌ର ନାଁ ରହିଛି Realme 5, Realme 5 Pro।ରିଅଲ୍‌ମି ୫ ସ୍ମାର୍ଟଫୋନ୍‌ରେ ୪୮ମେଗା ପିକ୍ସେଲର ପ୍ରାଇମେରୀ କ୍ୟାମେରା  ଏବଂ ୧୬ ମେଗା ପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ରହିଛି। Realme 5 ରେ ୬ ଇଞ୍ଚର ଡିସ୍‌ପ୍ଲେ ରହିଛି।

ଏହି ଫୋନ୍‌ରେ ସ୍ନାପଡ୍ରାଗନ ୬୬୫ର ପ୍ରୋସେସର ରହିଛି। ଫୋନ୍‌ର ଦାମ୍‌ ୯,୯୯୯ଟଙ୍କା ରହିଛି। ରିଅଲ୍‌ମି ୫ ଭାରତର ପ୍ରଥମ ସ୍ମାର୍ଟଫୋନ୍‌ ଯେଉଁଥିରେ ୪୮ ମେଗା ପିକ୍ସେଲ କ୍ୟାମେରା ସହ କ୍ୟାଡ୍‌ ରିୟର କ୍ୟାମେରା ମଧ୍ୟ ଦିଆଯାଇଛି। ଏଥିରେ ୪ଜିବି ରାମ୍‌ ଏବଂ ୬୪ ଜିବିର ମେମୋରି ରହିଛି।

Realme 5 Pro ଫୋନ୍‌ର ଡିସ୍‌ପ୍ଲେ ୬.୩୯ଇଞ୍ଚର ରହିଛି। ଏଥିରେ ୪୮ ମେଗା ପିକ୍ସେଲ ପ୍ରାଇମେରି କ୍ୟାମେରା ଥିବାବେଳେ ୨୫ମେଗା ପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି।  Realme 5 Proରେ ସ୍ନାପଡ୍ରାଗନ ୭୧୨ର ପ୍ରୋସେସର ରହିଛି।  ଏହି ଫୋନ୍‌ର ଦାମ ୧୫.୦୦୦ ରହିଛି। ଏଥିରେ ୪ଜିବି ରାମ୍‌ ଏବଂ ୬୪ ଜିବିର ମେମୋରି ରହିଛି।

 

 

 

 

Related story