/odisha-reporter/media/post_attachments/uploads/2019/03/Potato-jalebi.jpg)
Potato-jalebi
ଆବଶ୍ୟକୀୟସାମଗ୍ରୀ- ଆଳୁ, ଆରାରୁଟ ପାଉଡ଼ର, ଚିନି, ଲେମ୍ବୁ, ଦହି, ପିସ୍ତା, ହଳଦିଆ ରଙ୍ଗ, ଲାଲ ରଙ୍ଗ, ଇଲାଇଚି ପାଉଡର, ଘିଅ।
Advertisment
ପ୍ରସ୍ତୁତପ୍ରଣାଳୀ- ପ୍ରଥମେ ସିଝାଯାଇଥିବା ଆଳୁ ଆଣି ତାକୁ ଥଣ୍ଡା କରିଦେବେ। ଥଣ୍ଡା ହେବା ପରେ ଆଳୁର ଚୋପା ବାହାର କରି ସେଥିରେ ଚକଟି ଦିଅନ୍ତୁ। ବର୍ତ୍ତମାନ ଚକଟା ହୋଇଥିବା ଆଳୁରେ ଆରାରୁଟ ପାଉଡ଼ର , ଫାଳେ ଲେମ୍ବୁ, ଦହି, ପିସ୍ତା, ଏବଂ ଅଳ୍ପ ଟିକିଏ ହଳଦି ରଙ୍ଗ ଏବଂ ଅଳ୍ପ ଟିକିଏ ଲାଲ ରଙ୍ଗ ପକାନ୍ତୁ। ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିଶାଇଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେମିତି ଏହା ଅଧିକ ପତଳା କି ଅଧିକ ମୋଟା ନହୁଏ ।
ଆଳୁ ଜଲେବି ନିମନ୍ତେ କୋନ ତିଆରି କରିବା ପାଇଁ ଏକ ଗ୍ଲାସ ନିଅନ୍ତୁ । ସେହି ଗ୍ଲାସ ମଧ୍ୟରେ ଏକ ସଫା ପଲିଥିନ୍ ରଖନ୍ତୁ। ଆଳୁ ଜଲେବି ପାଇଁ ତିଆରି ହୋଇଥିବା ପେଷ୍ଟକୁ ଏହି କୋନ୍ରେ ଢାଳନ୍ତୁ । କୋନ୍ର ଉପର ଭାଗକୁ ଭଲ ଭାବରେ ବାନ୍ଧି ଦିଅନ୍ତୁ ଏବଂ ତଳ ଭାଗକୁ ଛୋଟ କରି କାଟି ଦିଅନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ଯେ କୋନ୍ ଯେପରି ଅଧିକ ନ କଟିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
