Advertisment

ଆସନ୍ତୁ ଜାଣିବା, କିପରି ହେଉଛି ଆଳୁ ଜଲେବି ...

ଆବଶ୍ୟକୀୟ ସାମଗ୍ରୀ- ଆଳୁ, ଆରାରୁଟ ପାଉଡ଼ର, ଚିନି, ଲେମ୍ବୁ, ଦହି, ପିସ୍ତା, ହଳଦିଆ ରଙ୍ଗ, ଲାଲ ରଙ୍ଗ, ଇଲାଇଚି ପାଉଡର, ଘିଅ। ପ୍ରସ୍ତୁତ ପ୍ରଣାଳୀ– ପ୍ରଥମେ ସିଝାଯାଇଥିବା ଆଳୁ ଆଣି ତାକୁ ଥଣ୍ଡା କରିଦେବେ। ଥଣ୍ଡା ହେବା ପରେ ଆଳୁର ଚୋପା ବାହାର କରି ସେଥିରେ ଚକଟି ଦିଅନ୍ତୁ। ବର୍ତ୍ତମାନ ଚକଟା ହୋଇଥିବା ଆଳୁରେ ଆରାରୁଟ ପାଉଡ଼ର , ଫାଳେ ଲେମ୍ବୁ, ଦହି, ପିସ୍ତା, ଏବଂ ଅଳ୍ପ ଟିକିଏ ହଳଦି ରଙ୍ଗ ଏବଂ ଅଳ୍ପ ଟିକିଏ ଲାଲ ରଙ୍ଗ […]

ଅଦ୍ୟତନ ହୋଇଛି
ଆସନ୍ତୁ ଜାଣିବା, କିପରି ହେଉଛି ଆଳୁ ଜଲେବି ...

Potato-jalebi

Advertisment
ଆବଶ୍ୟକୀୟସାମଗ୍ରୀ- ଆଳୁ, ଆରାରୁଟ ପାଉଡ଼ର, ଚିନି, ଲେମ୍ବୁ, ଦହି, ପିସ୍ତା, ହଳଦିଆ ରଙ୍ଗ, ଲାଲ ରଙ୍ଗ, ଇଲାଇଚି ପାଉଡର, ଘିଅ।
Advertisment
ପ୍ରସ୍ତୁତପ୍ରଣାଳୀ- ପ୍ରଥମେ ସିଝାଯାଇଥିବା ଆଳୁ ଆଣି ତାକୁ ଥଣ୍ଡା କରିଦେବେ। ଥଣ୍ଡା ହେବା ପରେ ଆଳୁର ଚୋପା ବାହାର କରି ସେଥିରେ ଚକଟି ଦିଅନ୍ତୁ। ବର୍ତ୍ତମାନ ଚକଟା ହୋଇଥିବା ଆଳୁରେ ଆରାରୁଟ ପାଉଡ଼ର , ଫାଳେ ଲେମ୍ବୁ, ଦହି, ପିସ୍ତା, ଏବଂ ଅଳ୍ପ ଟିକିଏ ହଳଦି ରଙ୍ଗ ଏବଂ ଅଳ୍ପ ଟିକିଏ ଲାଲ ରଙ୍ଗ ପକାନ୍ତୁ। ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିଶାଇଦିଅନ୍ତୁ। ଧ୍ୟାନ ରଖନ୍ତୁ ଯେମିତି ଏହା ଅଧିକ ପତଳା କି ଅଧିକ ମୋଟା ନହୁଏ ।
ଆଳୁ ଜଲେବି ନିମନ୍ତେ କୋନ ତିଆରି କରିବା ପାଇଁ ଏକ ଗ୍ଲାସ ନିଅନ୍ତୁ । ସେହି ଗ୍ଲାସ ମଧ୍ୟରେ ଏକ ସଫା ପଲିଥିନ୍ ରଖନ୍ତୁ। ଆଳୁ ଜଲେବି ପାଇଁ ତିଆରି ହୋଇଥିବା ପେଷ୍ଟକୁ ଏହି କୋନ୍‌ରେ ଢାଳନ୍ତୁ । କୋନ୍‌ର ଉପର ଭାଗକୁ ଭଲ ଭାବରେ ବାନ୍ଧି ଦିଅନ୍ତୁ ଏବଂ ତଳ ଭାଗକୁ ଛୋଟ କରି କାଟି ଦିଅନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ଯେ କୋନ୍‌ ଯେପରି ଅଧିକ ନ କଟିବ।
Advertisment
ବର୍ତ୍ତମାନ ଗ୍ୟାସ ଅନ୍ କରି ସେଥିରେ କଡେଇ ବସାନ୍ତୁ । ଏହାପରେ ସେଥିରେ ଘିଅ ଢାଳନ୍ତୁ, ଯେତେବେଳେ ଘିଅ ଗରମ ହୋଇଯିବ ସେଥିରେ ସେହି ପେଷ୍ଟକୁ ଜଲେବି ପରି ସେପ୍ ଦେଇ ଧୀରେ ଧୀରେ କୋନ ମାଧ୍ୟମରେ ଢାଳନ୍ତୁ। ଅଳ୍ପ ଆଞ୍ଚ ଦେଇ ଜଲେବିର ୨ ପାର୍ଶ୍ୱ ଲାଲ ହେବା ଯାଏ ଅପେକ୍ଷା କରନ୍ତୁ ।
ସିରାପ୍ରସ୍ତୁତକରିବାରପ୍ରଣାଳୀ- ଏକ ପ୍ୟାନରେ ଚିନି, ଇଲାଇଚି ପାଉଡ, ଏବଂ ପାଣି ଢାଳି ଅଳ୍ପ ଗ୍ୟାସ ଦେଇ ବସାନ୍ତୁ। ଏହାକୁ ଲଗାତାର ଘାଣ୍ଟିବେ। ହେଲେ ଧ୍ୟାନ ରଖିବେ ଯେ, ଯେପରି ସିରା ଅଧିକ ଗାଢ ନ ହୁଏ। ସିରା ପ୍ରସ୍ତୁତ ହୋଇଗଲେ ଗ୍ୟାସ ବନ୍ଦ କରି ଏହାକୁ ଥଣ୍ଡା ହେବା ପର୍ଯ୍ୟନ୍ତ  ଛାଡ଼ିଦିଅନ୍ତୁ । ବର୍ତ୍ତମାନ ଗରମ ଗରମ ଜଲେବିକୁ ସିରାରେ ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହେଇଗଲା ଆଳୁ ଜଲେବି।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe