Advertisment

ରିୟାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲା ବିହାର ପୁଲିସ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଫସି ଫସି ଯାଉଛନ୍ତି। ଏବେ ରିୟାଙ୍କ ପାଇଁ ଆହୁରି ଅଡ଼ୁଆ ବଢ଼ିଯାଇଛି। ସୁପ୍ରିମକୋର୍ଟଙ୍କ ନିକଟରେ ରିୟାଙ୍କ ବିରୁଦ୍ଧରେ ବିହାର ପୁଲିସ ଆଣିଛି ସାଂଘାତିକ ଅଭିଯୋଗ। ବିହାର ପୁଲିସ ସୁପ୍ରିମକୋର୍ଟଙ୍କ ନିକଟରେ ଆଫିଡାଭିଟ୍ କରିଛି ଯେ, ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଲୋକ ସୁଶାନ୍ତଙ୍କ ଷଡ଼ଯନ୍ତ୍ରମୂଳକ ସମ୍ପର୍କ ରଖିଥିଲେ। ଆଉ ଏହା ପଛରେ ଅଭିନେତା ସୁଶାନ୍ତଙ୍କଠାରୁ କୋଟି କୋଟି ଟଙ୍କା ହାତେଇବା ଏବଂ ପରେ ତାଙ୍କୁ […]

ଅଦ୍ୟତନ ହୋଇଛି
ରିୟାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲା ବିହାର ପୁଲିସ

rhea

Advertisment

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଫସି ଫସି ଯାଉଛନ୍ତି। ଏବେ ରିୟାଙ୍କ ପାଇଁ ଆହୁରି ଅଡ଼ୁଆ ବଢ଼ିଯାଇଛି। ସୁପ୍ରିମକୋର୍ଟଙ୍କ ନିକଟରେ ରିୟାଙ୍କ ବିରୁଦ୍ଧରେ ବିହାର ପୁଲିସ ଆଣିଛି ସାଂଘାତିକ ଅଭିଯୋଗ।

Advertisment

ବିହାର ପୁଲିସ ସୁପ୍ରିମକୋର୍ଟଙ୍କ ନିକଟରେ ଆଫିଡାଭିଟ୍ କରିଛି ଯେ, ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ଲୋକ ସୁଶାନ୍ତଙ୍କ ଷଡ଼ଯନ୍ତ୍ରମୂଳକ ସମ୍ପର୍କ ରଖିଥିଲେ। ଆଉ ଏହା ପଛରେ ଅଭିନେତା ସୁଶାନ୍ତଙ୍କଠାରୁ କୋଟି କୋଟି ଟଙ୍କା ହାତେଇବା ଏବଂ ପରେ ତାଙ୍କୁ ମାନସିକ ରୋଗୀ ଭାବେ ଚିତ୍ରଣ କରିବା ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ବିହାର ପୁଲିସ କହିଛି।

ବିହାର ପୁଲିସର ଜଣେ ବରିଷ୍ଠ ପୁଲିସ ଅଧୀକ୍ଷକ ଏନେଇ ସୁପ୍ରିମକୋର୍ଟଙ୍କଠାରେ ଏକ ଆଫିଡାଭିଟ୍ ଦାଏର କରିଛନ୍ତି। ସେ କହିଛନ୍ତି, ରିୟା ସୁଶାନ୍ତଙ୍କୁ ନିଜ ଘରକୁ ନେଇଗଲେ ଏବଂ ତାଙ୍କୁ ଔଷଧର ଓଭରଡୋଜ୍ ଦେଉଥିଲେ। ଅନ୍ୟପଟେ ମୁମ୍ବାଇ ପୁଲିସର ଅସହଯୋଗ ସତ୍ତ୍ୱେ ତଦନ୍ତରେ ଅନେକ ସୂତ୍ର ହାତକୁ ଲାଗିଛି ଏବଂ ଦେଶର ଅନେକ ସ୍ଥାନରେ ଏ ସବୁ ସୂତ୍ର ବିଞ୍ଛି ହୋଇଛି ବୋଲି ବିହାର ପୁଲିସ କହିଛି। ଏହାସହ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ମଧ୍ୟ ବିହାର ପୁଲିସ ପରାମର୍ଶ ଦେଇଛି।

Advertisment

ଏହାସହ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ମଧ୍ୟ ବିହାର ପୁଲିସ ବିରୋଧ କରିଛି। ଏହା ପଛରେ ବିହାର ପୁଲିସ ଯାଚିକା ଦାଏର କରିଛି। ଯାଚିକାରେ କୁହାଯାଇଛି, ରିୟାଙ୍କ ଯାଚିକା ପ୍ରି-ମେଚ୍ୟୋର ଏବଂ ଶୁଣାଣିଯୋଗ୍ୟ ନୁହେଁ। ଏହାଛଡ଼ା ଏହି ମାମଲାରେ ଏଫଆଇଆର୍ ଦାଖଲ କରିବା ବିହାର ପୁଲିସର କ୍ଷେତ୍ର ଅଧିକାରରେ ରହିଛି। ମୁମ୍ବାଇ ପୁଲିସ ଏହି ମାମଲାରେ ସିଆରପିସି ଧାରା 174 ଅନୁଯାୟୀ ସୁଶାନ୍ତଙ୍କ ମୃତ୍ୟୁ ସ୍ୱାଭାବିକ କି ନୁହେଁ କେବଳ ଏହାର ତଦନ୍ତ କରୁଥିଲା।

ତେବେ 2016ରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆଧାର କରି ବିହାର ପୁଲିସ କହିଛି ଯେ, 174 ଧାରା ଅନୁଯାୟୀ ତଦନ୍ତର ପରିସୀମା ସୀମିତ ଏବଂ ଏହା କୌଣସି ସଙ୍ଗୀନ ଅପରାଧ ପାଇଁ ରୁଜୁ ହୋଇଥିବା ଏଫଆଇଆର ସହ ସମାନ ହୋଇପାରିବ ନାହିଁ।

ଆଫିଡାଭିଟରେ ବିହାର ପୁଲିସ ଆହୁରି ମଧ୍ୟ କହିଛି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଲାରେ ପାଟନା ପୁଲିସର ଏଫଆଇଆର ଦାଖଲ କରିବାର ଅଧିକାର ରହିଛି। ସିଆରପିସି ଧାରା 179 ଅନୁଯାୟୀ ପାଟନା ପୁଲିସର ଏହି ଅଧିକାର ରହିଛି।

ପ୍ରକାଶ ଥାଉ କି, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କ ବିରୁଦ୍ଧରେ ପାଟନାରେ ରୁଜୁ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ଯାଚିକା ଦାଏର କରିଥିଲେ ରିୟା। ଏନେଇ ସର୍ବୋର୍ଚ୍ଚ ଅଦାଲତ ଉଭୟ ବିହାର ଏବଂ ମହାରାଷ୍ଟ୍ରକୁ ତିନି ଦିନ ମଧ୍ୟରେ ଜବାବ ତଲବ କରିଥିଲେ।

Sushant Singh Rajput Rhea Chakraborty Bihar Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe